ଜାପାନ : ପୂର୍ବ ରେକର୍ଡ଼ ଭାଙ୍ଗି ୨୧.୫ କୋଟି ଟଙ୍କାରେ ବିକ୍ରି ହେଲା ଟୁନା ମାଛ
Khabar Odisha:president-of-sushi-restaurant-chain-sushi-zanmai-buy-tuna-fish-for-22-crore
ଜାପାନ ,ଜାନୁଆରୀ ୦୫ (ଖବର ଓଡ଼ିଶା):

ଜାପାନର ଶୁଶୀ ରେଷ୍ଟୁରାଣ୍ଟ ଚେନର ମାଲିକ ଟୋକିଓର ନୂଆ ମାଛ ବଜାରରୁ ଏକ ପ୍ରକାର ଟୁନା ମାଛ କିଣିଛନ୍ତି । ଆପଣମାନେ ଏହା ଜାଣି ଆଶ୍ଟର୍ଯ୍ୟ ହେବେ ଯେ ଏହି ଟୁନା ମାଛକୁ ସେ ୨୨କୋଟି ଟଙ୍କାରେ କିଣିଛନ୍ତି । ଗତ  ବର୍ଷ ବିଶ୍ୱପ୍ରସିଦ୍ଧ ଶୁକିଜୀ ମାଛ ବଜାରରେ ବସାଯାଉଥିବା ଏହି ନୂଆ ମାର୍କେଟରେ ନୂଆ ବର୍ଷର ଗୋଟିଏ ଦିନ ପୂର୍ବରୁ ଏହି ନିଲାମୀ ହୋଇଥିଲା ।  ଏହି ମାଛକୁ ୨୨କୋଟି ଟଙ୍କାରେ କିଣି ରେକର୍ଡ ସୃଷ୍ଟି କରିଛିନ୍ତି କିୟୋସି । ୨୮୭ କିଲୋ ଓଜନର ମାଛ ଜାପାନର ଉତ୍ତର ପଟ ଥିବା ସମୁଦ୍ର ତଟରୁ ଧରାଯାଇଥିଲା ।

ଏହି ବିଶାଳକାୟ ମାଛ ୨୧ .୫ କୋଟିରେ ବିକ୍ରି ହୋଇଛି  । ଏହି ମାଛ ଏକ ଲୁପ୍ତ ପ୍ରଜାତିର । “ଟୁନା କିଙ୍ଗ ନାରେ ପ୍ରସିଦ୍ଧ ଥିବା କିୟୋସି କିମୁରା ଏହାକୁ କିଣିଛନ୍ତି । ଏହା ପୂର୍ବରୁ ୧୫.୫ କୋଟି ୟେନ ରେ ବିକ୍ରି ହୋଇଥିଲା ଟୁନା ମାଛ ଯାହା ରେକର୍ଡ ହୋଇଥିଲା । ଚଳିତ ବର୍ଷର ଏହି  ବିକ୍ରି ପୂରୁଣା ରେକର୍ଡ଼ର ମଧ୍ୟ ଦ୍ୱିଗୁଣ ହୋଇଛି ।୨୦୧୩ରେ କିମୁରା ହିଁ ଏହି ଟଙ୍କା ଦେଇ କଣିଥିଲେ । ଶୁଶୀ ରେଷ୍ଟୁରାଣ୍ଟ ଚେନ ମାଲିକ ଗର୍ବରେ କହିଛନ୍ତି, “ ଏହା ସର୍ବତମ ଟୁନା ମାଛ । ମୁଁ ସ୍ୱାଦିଷ୍ଟ ତାଜା ଟୁନା ମାଚ କିଣିବାରେ ସକ୍ଷମ ହୋଇଛି ।” କିମୁରା ନିଲାମୀ ପରେ କହିଛନ୍ତି , ଟୁନା ମାଛର ଦାମ ପ୍ରଥମରୁ ଯେପରି ଭାବିଥିଲି ତାହାଠାରୁ ଅଧିକ ହୋଇଛି । କିନ୍ତୁ ମୋତେ ବିଶ୍ୱାସ ଅଛି ଆମ ଗ୍ରାହକ ଏହି ସ୍ୱାଦଷ୍ଟ ମାଛର ମଜା ନେବେ ।” 

Subscribe

National International State Sports Entertainment