୬୦ ଦିନ ମଧ୍ୟରେ ୧୮ ଅନ୍ତରାଷ୍ଟ୍ରୀୟ ଏନଜିଓ ଦେଶ ଛାଡିବାକୁ ପାକିସ୍ତାନର ଆଦେଶ
Khabar Odisha:pakistan-has-given-up-18-international-ngo-to-stop-the-work-and-leave-the-country-in-60-days
ଇସଲାମବାଦ, ଅକ୍ଟୋବର ୦୮ (ଖବର ଓଡିଶା) :

୧୮ଟି ଅନ୍ତରାଷ୍ଟ୍ରୀୟ ସରକାରୀ ସଂଗଠନ କାମ ବନ୍ଦ କରି ଦୁଇ ମାସ ମଧ୍ୟରେ ଦେଶ ଛାଡିବାକୁ ପାକିସ୍ତାନ ଆଦେଶ ଦେଇଛି । ଗଣମାଧ୍ୟମ ମାଧ୍ୟମରେ ଏହାର ସୂଚନା ମିଳିଥିଲା । 

ତେବେ ଆମେରିକା ଗୃହମନ୍ତ୍ରାଳୟ ସେମାନଙ୍କୁ ୬୦ ଦିନ ସମୟ ଦେଇଛି । ଏଥିରେ ୯ଟି ଏନଜିଓ ଆମେରିକାରୁ ଥିବା ବେଳେ ବ୍ରିଟେନରୁ ୩ ଏବଂ ନେଦରଲ୍ୟାଣ୍ଡରୁ ୨ଟି ଏନଜିଓ ଅଛନ୍ତି । ଅନ୍ୟ ଏନଜିଓ ଗୁଡିକର ସମ୍ବନ୍ଧ ଇଟାଲୀ, ସ୍ୱିଜରଲ୍ୟାଣ୍ଡ, ଡେନମାର୍କ ଏବଂ ଆୟରଲ୍ୟାଣ୍ଡ ସହ ଅଛି ବୋଲି ଜଣା ପଡିଛି । ଏତଦ୍ ବ୍ୟତୀତ ମନ୍ତ୍ରାଳୟ ଅପର୍ଯ୍ୟାପ୍ତ ଦସ୍ତାବିଜ କାରଣରୁ ୭୨ଟି ଏନଜିଓ ଉପରେ ପ୍ରତିବନ୍ଧକ ଲଗାଇଛି । ସୂଚନା ମୁତାବକ, ସରକାର ୬୬ବିଦେଶୀ ସଂସ୍ଥା ସମେତ ୧୪୧ଟି ଏନଜିଓକୁ କାମ କାର୍ଯ୍ୟ ଜାରୀ ରଖିବାକୁ ଅନୁମତି ଦେଇଛନ୍ତି ।  

Subscribe

National International State Sports Entertainment