ଭାରତକୁ ଉସୁକାଇଲେ ପାକ୍ ଆର୍ମି ମୁଖ୍ୟ, ଓଗାଳିଲେ କାଶ୍ମୀର ରାଗ
Khabar Odisha:pak-army-chief-bajwa-says-i-salute-people-of-india-occupied-kashmir
ଇସଲାମାବାଦ,ସେପ୍ଟେମ୍ବର୦୭(ଖବର ଓଡ଼ିଶା):

 ପାକିସ୍ତାନର  ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ  ଆତଙ୍କବାଦ ବିରୋଧରେ  ଲଢେଇରୁ ପଛକୁ ହଟିବାର ସଙ୍କେତ ଦେଇଥିବା ବେଳେ ଅନ୍ୟ ପଟେ ସେନା ପ୍ରମୁଖ କମର ଜାବେଦ ବାଜଓ୍ଵା ଏବେ କାଶ୍ମୀର ପ୍ରସଙ୍ଗ ଓଗାଳିଛନ୍ତି। ଶୁକ୍ରବାର ଇସଲାମାବାଦରେ ଆୟୋଜିତ ପାକ୍ ରକ୍ଷା ଦିବସ ଅବସରରେ ବାଜଓ୍ଵା କହିଛନ୍ତି ଯେ  ମୁଁ ଭାରତ କବଜାରେ ଥିବା କାଶ୍ମୀରର ଲୋକଙ୍କୁ ସଲାମ କରୁଛି। ଯେଉଁମାନେ ମଜବୁତ ସହିତ ଛିଡ଼ା ହୋଇ ପୂରା ବାହାଦୂରୀ ସହିତ ଲଢୁଛନ୍ତି। ବାଜଓ୍ଵାଙ୍କ ଏହି ବୟାନ ଭାରତର ସେହି ଆଶାର ବିପରୀତରେ ରହିଛି ଯେଉଁ ଆଧାରରେ ଭାରତ ପାକିସ୍ତାନର ନୂତନ ସରକାର ଗଠନ ପରେ  ଶାନ୍ତିପୂର୍ଣ୍ଣ ସମ୍ବନ୍ଧର ଆଶା କରିଥିଲା।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବାଜଓ୍ଵା ପାକିସ୍ତାନ ଏକ ପରମାଣୁ ଅସ୍ତ୍ର ଶସ୍ତ୍ର ସଂପନ୍ନ ଦେଶ ହୋଇଥିବା  ସ୍ମରଣ  କରାଇଛନ୍ତି। ବାଜଓ୍ଵା କହିଛନ୍ତି ଆମେ ୧୯୬୫ ଓ ୧୯୭୧ ଯୁଦ୍ଧରୁ ବହୁତ କିଛି ଶିଖିଛୁ ଏବଂ ନିଜର ରକ୍ଷା ପାଇଁ ପରମାଣୁ ଅସ୍ତ୍ର ଶସ୍ତ୍ରକୁ ବିକଶିତ କରିଛୁ। ସେ କହିଛନ୍ତି ଯେ ପାକିସ୍ତାନକୁ ଆତଙ୍କବାଦ ବିରୋଧୀ ଲଢେଇରେ ବହୁ ମୂଲ୍ୟ ଦେବାକୁ ପଡ଼ିଛି। 

ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ଇମ୍ରାନ  କହିଛନ୍ତି କି ଅାମେ ଭବିଷ୍ୟତରେ ଅନ୍ୟ କୌଣସି ଦେଶ ସହିତ ଯୁଦ୍ଧ ଲଢିବୁ ନାହିଁ।  ସେ ଆରମ୍ଭରୁ ହିଁ ଯୁଦ୍ଧ ବିରୋଧୀ ଅଟନ୍ତି ଏବଂ ତାଙ୍କ ସରକାରଙ୍କ ବିଦେଶ ନୀତିର ପ୍ରଥମ ପ୍ରାଥମିକତା ଦେଶର ହିତ ପାଇଁ ଉଦ୍ଧିଷ୍ଟ ଅଟେ।  ପ୍ରତିରକ୍ଷା ଦିବସର କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ଇମ୍ରାନ ଏହି କଥା କହିଛନ୍ତି।

ଏହି ଅବସରରେ ପାକିସ୍ତାନର ଅନେକ ସାଂସଦ, କୂଟନୈତିଜ୍ଞ, ଖେଳାଳି ଓ ସମସ୍ତ କଳାକାର ଉପସ୍ଥିତ ଥିଲେ। ଇମ୍ରାନଙ୍କ ଏହି ବୟାନର ଅର୍ଥ ଏହା ଯେ ନିଜ ମାଟିରେ  କାୟା ବିସ୍ତାର କରୁଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାରେ ପାକିସ୍ତାନ ପଛକୁ ହଟିପାରେ।

  • Tags:

Subscribe

National International State Sports Entertainment