ଥାଇଲାଣ୍ଡ ରେସକ୍ୟୁ ଅପରେସନ: ଆଜି ରାତି ପର୍ଯ୍ୟନ୍ତ ବୁଡାଳି ଗୁମ୍ଫାରୁ ବାହାରି ପାରନ୍ତି ଜଣକୁ
Khabar Odisha:other-thailand-cave-rescue-operation-first-boy-is-expected-to-brought-out-from-cave-today
ମାହିସାଇ,ଜୁଲାଇ୦୮(ଖବର ଓଡ଼ିଶା):

ଥାଇଲାଣ୍ଡର ଗୁମ୍ଫାରରେ ଫସିଥିବା ୧୨  ଜୁନିୟର ଫୁଟବଲ ଖେଳାଳି ଏବଂ ସେମାନଙ୍କର କୋଚଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଏହା ମଧ୍ୟରେ ପରିଜନଙ୍କ ପାଇଁ ଆସିଛି ସୁଖବର। ଉଦ୍ଧାରକାରୀ ଦଳର ପ୍ରମୁଖଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ  ଜଣେ ପିଲାଙ୍କୁ ଆଜି ରାତି ୯ଟା(ଭାରତୀୟ ସମୟ ଅନୁସାରେ) ସୁଦ୍ଧା ବାହାର କରାଯାଇ ପାରେ। 

ସୂଚନାଯୋଗ୍ୟ ଖେଳାଳି ଓ କୋଚଙ୍କୁ ଗୁମ୍ଫାରୁ ବାହାର କରିବା ପାଇଁ ଅଭିଯାନରେ ୧୩ ବିଦେଶୀ ବୁଡ଼ାଳି ଏବଂ ୫ ଥାଇ ନେଭି ସେଲର ବୁଡାଳିଙ୍କୁ  ଭିତରକୁ ପଠାଯାଇଛି। ଦୁଇ ଜଣ ବୁଡାଳି ଜଣେ ପିଲାଙ୍କୁ ବାହାରକୁ  ନେଇ ଆସୁଥିବା ଜଣା ପଡ଼ିଛି।  ପ୍ରଥମ ପିଲାଙ୍କୁ ବାହାରକୁ ଆଣିବା ପାଇଁ ୧୧ ଘଣ୍ଟା ପର୍ୟ୍ୟନ୍ତ ସମୟ ଲାଗିପାରେ। ପରିସ୍ଥିତି ଏମିତି ରହିଛି ଯେ ସମସ୍ତ ପିଲାଙ୍କୁ ଏକ ସଙ୍ଗେ ବାହାର କରାଯାଇ ପାରିବ ନାହିଁ। ଏହି ଅପରେସନ ଚାରି ଦିନ ପର୍ୟ୍ୟନ୍ତ ଚାଲିପାରେ ବୋଲି କୁହାଯାଉଛି। 

ପିଲାଙ୍କର ପ୍ରଥମ ଲିଖିତ ସନ୍ଦେଶ

ଏହା ପୂର୍ବରୁ ଶନିବାର ଗୁମ୍ଫାରେ ଫସିଥିବା ନିଜର ପିଲାଙ୍କର ଲିଖିତ ସନ୍ଦେଶ ପଢି ମାତା-ପିତା ଭାବୁକ ହୋଇ ପଡିଛନ୍ତି। ଗତ ଦୁଇ ସପ୍ତାହ ହେବ ଗୁମ୍ଫାରେ ଫସି ରହିଥିବା ପିଲାଙ୍କର ଏହା ହେଉଛି ପ୍ରଥମ ଲିଖିତ ସନ୍ଦେଶ। ମାତା-ପିତାଙ୍କୁ ପିଲାମାନେ ଲେଖିଥିବା ନିଜର ଭାବୁକ ପତ୍ରରେ ଲେଖିଛନ୍ତି ଯେ ଗୁମ୍ଫାର ପରିବେଶ କିଛିଟା ଥଣ୍ଡା ରହିଛି, ମାତ୍ର ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ମୋର ଜନ୍ମଦିନର ପାର୍ଟି ଦେବାକୁ ଜମା ଭୁଲିବେନି। ଆମେ ସମସ୍ତେ ଠିକ୍ ଅଛୁ। ଉଲ୍ଲେଖଯୋଗ୍ୟ ଯେଉଁ ଦିନ ପିଲାମାନେ ନିଖୋଜ ହେଲେ ସେଥି ମଧ୍ୟରୁ ଜଣଙ୍କର ଜନ୍ମ ଦିନ ସେହି ଦିନ ହିଁ ଥିଲା। ଏମାନେ ସମସ୍ତେ ସେହି ପିଲାଙ୍କ ଜନ୍ମ ଦିନ ପାଳନ ପାଇଁ ଗୁମ୍ଫା ଭିତରକୁ ଯାଇଥିଲେ, ମାତ୍ର ଅଚାନକ ବର୍ଷା ହେବାରୁ ସେମାନେ ଗୁମ୍ଫାରେ ଫସି ଯାଇଥିଲେ। 

ଶନିବାର ସକାଳେ ଥାଇଲାଣ୍ଡ ନେଭିର ବୁଡ଼ାଳିଙ୍କ ଏକ ଦଳ ଗୁମ୍ଫାରୁ ଲିଖିତ ସନ୍ଦେଶ ନେଇ ଫେରି ଆସିଥିଲେ। ବରିଷ୍ଠ ଅଧିକାରୀଙ୍କ କହିବା କଥା ଗୁମ୍ଫାରେ ଅକ୍ସିଜେନର ଲାଇନ ବିଛାଇ ଦିଆଯାଇଛି, ଯେମିତି ପିଲାଙ୍କୁ ନିଶ୍ଵାସ ପ୍ରଶ୍ଵାସରେ କୌଣସି ଅସୁବିଧା ନହୁଏ। ଉଲ୍ଲେଖଯୋଗ୍ୟ ଏହି ସବୁ ପିଲା ଓ ତାଙ୍କର କୋଚ୍ ଜୁନ ୨୩ ସନ୍ଧ୍ୟାରେ ଫୁଟବଲ ଅଭ୍ୟାସ କରିବା ପରେ ଦେଖିବାକୁ ଆସିଥିଲେ, ମାତ୍ର ଭୀଷଣ ବର୍ଷା କାରଣରୁ ଗୁମ୍ଫାରେ ପାଣି ଜମି ଥିଲା ଏବଂ ସେମାନେ ଭିତରେ ଫସି ଯାଇଥିଲେ। ନଅ ଦିନ ପରେ ଉଦ୍ଧାରକାରୀଙ୍କ ଏକ ଦଳ ସେମାନଙ୍କୁ ଖୋଜି ବାହାର କରିଥିଲେ। 

  • Tags:

Subscribe

National International State Sports Entertainment