ସାପ ଭାବି ସ୍ତ୍ରୀଙ୍କୁ ଆକ୍ରମଣ କଲେ ସ୍ୱାମୀ
Khabar Odisha:odisha-human-interest-man-beaten-wife
ଅଷ୍ଟ୍ରେଲିଆ, ଜାନୁଆରୀ ୧୧(ଖବର ଓଡ଼ିଶା):

ଦିନକୁ ଦିନ ଦୁନିଆ ଯେତେ ଆଗକୁ ବଢୁଛି ସେତିକି ବିଚିତ୍ର ଘଟଣା ଦେଖିବାକୁ ମିଳିୁଛି । ଅଷ୍ଟ୍ରେଲିଆରେ ଫ୍ୟାସନକୁ ନେଇ ଏପରି ଏକ କୋ÷ତୁହଳପୂର୍ଣ୍ଣ ଘଟଣା ଘଟିଛି । ଆଜିକାଲି ଲୋକେ ଏମିତି ଫ୍ୟାସନକୁ ନେଇ ଆକର୍ଷିତ ହୋଇଯାଉଛନ୍ତି ଯେ ସେମାନେ କିଛି ବି କରିବାକୁ ପଛାଉ ନାହାନ୍ତି ।

ଅଷ୍ଟ୍ରେଲିଆରେ ଏପରି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ବେଡ଼ ଉପରେ ଏପରି ଅବସ୍ଥାରେ ଦେଖିଲେ ଯେ ଯାହା ତାଙ୍କୁ ଚକିତ କରିଥିଲା । ଏହାପରେ ସେ ରାଗି ଯାଇ ସ୍ତ୍ରୀଙ୍କୁ ମାଡମାରି ହସ୍ପିଟାଲରେ ପହଂଚିଥିଲେ ।

ମହିଳା ଜଣକ ଫେସନ ପ୍ରତି ଅଭ୍ୟସ୍ତ ହୋଇ ଥିବାରୁ ଏହା ତାଙ୍କୁ ମହଙ୍ଗା ପଡ଼ିଥିଲା । ସେ ସାପ ଭଳି ଦେଖାଯାଉଥିବା ସ୍ଟକିନ୍ସ ପିନ୍ଧି ବେଡ଼ ଉପରେ ଶୋଇଥିଲେ । ଘରେ ସ୍ୱାମୀ ଆସି ଦେଖିବାରୁ ତାଙ୍କୁ ଲାଗିଲା ବେଡ଼ ଉପରେ ସାପ ଅଛି । ସେ ବେସବଲ ବ୍ୟାଟରେ ସାପ ଭାବି ମହିଳାଙ୍କ ଗୋଡକୁ ଆକ୍ରମଣ କରିଥିଲେ । ଫଳରେ ମହିଳା ଜଣକ ଆହତ ହୋଇଥିଲେ । ପ୍ରକୃତରେ ତାହା ମହିଳାଙ୍କ ଦୁଇଟି ଗୋଡ଼ ଥିଲା । ପରେ ସତ ଜାଣି ସ୍ୱାମୀ  ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଚିତ୍ରରେ ଦେଖିଲେ ଜାଣି ପାରିବେ ମହିଳାଙ୍କ ଗୋଡ଼ ସାପ ଭଳି ଦେଖାଯାଉଛି । ତେଣୁ ମହିଳାଙ୍କ ସ୍ୱାମୀ ଭୁଲବସତଃ ସ୍ତ୍ରୀଙ୍କ ଗୋଡ଼କୁ ସାପ ଭାବି ନିର୍ଧୁମ ମାଡ଼ ମାରିଥିଲେ ।

Subscribe

National International State Sports Entertainment