ଆମେରିକାକୁ ନର୍ଥ କୋରିଆର ଚେତାବନୀ, ପ୍ରତିବନ୍ଧକ ହଟା ନଗଲେ ପୁଣି ଥରେ ପ୍ରସ୍ତୁତ କରିବ ପରମାଣୁ ଅସ୍ତ୍ର
Khabar Odisha:north-korea-warns-of-returning-to-nuclear-policy
ନୂଆଦିଲ୍ଲୀ, ନଭେମ୍ବର ୦୪ (ଖବର ଓଡିଶା) :

ନିରସ୍ତ୍ରୀକରଣର ବାର୍ତା ପ୍ରଚାର କରୁଥିବା ନର୍ଥ କୋରିଆ ଏବେ ଅଚାନକ ଅମେରିକାକୁ ଚେତାବନୀ ଦେଇଛି । ଯଦି ତାହା ଉପରୁ ଆର୍ଥିକ ପ୍ରତିବନ୍ଧକ ହଟା ନଯାଏ ତେବେ ସେ ପୁଣି ଥରେ ପରମାଣୁ ଅସ୍ତ୍ର ତିଆରି କରିବ ବୋଲି ଆମେରିକାକୁ ଧମକ ଦେଇଛି । ପୂର୍ବରୁ ନର୍ଥ କୋରିଆ ଅର୍ଥବ୍ୟବସ୍ଥା ସହ ନାଭିକୀୟ କ୍ଷମତା ବଢାଇବା ପାଇଁ ୟୁନଜିନ ନୀତିରେ କାମ କରୁଥିଲା । 

ସୂଚନାନୁଯାୟୀ, ନର୍ଥ କୋରିଆର ଶାସକ କିମ୍ ଜଙ୍ଗ୍ ଘୋଷଣା କରିଥିଲା ଯେ, ଏବେ ତାଙ୍କ ଦେଶର ନାଭିକୀୟ ଆବଶ୍ୟକତା ପୂରଣ ହୋଇ ସାରିଛି । ତେଣୁ ଦେଶର ସୋସିଆଲିଷ୍ଟ ଇକୋନୋମି ନିର୍ମାଣରେ କାମ କରାଯିବ । ତେବେ ବୈଦେଶିକ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ଯେ, ଯଦି ଆମେରିକା ପ୍ରତିବନ୍ଧକ ନହଟାଇବ ତେବେ ନର୍ଥ କୋରିଆ ନିଜ ପୂରଣା ରୂପକୁ ଫେରିଯିବ । ଏହି ବର୍ଷ ସିଙ୍ଗାପୁରରେ କିମ୍ ଜଙ୍ଗ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଏକ ଐତିହାସିକ ସାକ୍ଷାତକାର ହୋଇଥିଲା । ସେହି ସମୟରେ ନର୍ଥ କୋରିଆ ନିରସ୍ତ୍ରୀକରଣର କଥା କହିଥିଲା । ତେବେ ସେଦିନ ଠାରୁ ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ପ୍ରଗତି ହୋଇ ନଥିବା ଦେଖା ଯାଇଛି । 

ସେହି ସମୟରେ ଆମେରିକା ନିଜର ପ୍ରତିବନ୍ଧକରେ ଅଡି ବସିଛି । ଟ୍ରମ୍ପଙ୍କ କହିବା ଅନୁଯାୟୀ, ନର୍ଥ କୋରିଆ ସମ୍ପୂର୍ଣ୍ଣ ରୂପରେ ନିରସ୍ତ୍ରୀକରଣ ନହେବା ଯାଏଁ ପ୍ରତିବନ୍ଧକ ଜାରି ରହିବ । ତେବେ ଆମେରିକାର ଏହି ପଦକ୍ଷେପକୁ ନର୍ଥ କୋରିଆ ଗ୍ୟାଙ୍ଗଷ୍ଟାରର ନାମ ଦେଇଛି । 

Subscribe

National International State Sports Entertainment