ଟ୍ରମ୍ପଙ୍କ ପ୍ରୟାସକୁ ଝଟକା, ନିଜର ରଙ୍ଗ ବଦଳାଇଲା ଉତ୍ତର କୋରିଆ
Khabar Odisha:north-korea-says-talks-with-mike-pompeo-were-regrettable
ପ୍ୟୋଙ୍ଗୟୋଙ୍ଗ,ଜୁଲାଇ୦୭(ଖବର ଓଡ଼ିଶା):

ଟ୍ରମ୍ପଙ୍କ ପ୍ରୟାସକୁ ଲାଗିଛି ଝଟକା। ନିରସ୍ତ୍ରୀକରଣ ପାଇଁ ପ୍ରତିଶ୍ରୁତି ଦେଇଥିବା ଉତ୍ତର କୋରିଆ ଏବେ ପୁଣି ଥରେ ନିଜର ପୁରୁଣା ରଙ୍ଗ ଦେଖାଇଛି। ନିରସ୍ତ୍ରୀକରଣ ପାଇଁ ହୋଇଥିବା ବାର୍ତ୍ତା ଏବଂ ପ୍ରତିଶ୍ରୁତିକୁ ସେତେଟା ମହତ୍ଵ ଦେଉଥିବା ଉତ୍ତର କୋରିଆର ଆଭିମୁଖ୍ୟରୁ ସଙ୍କେତ ମିଳିଛି।

ଟ୍ରମ୍ପ ଓ କିମ ଜଙ୍ଗ ଉନଙ୍କ ମଧ୍ୟରେ ହୋଇଥିବା ଐତିହାସିକ ଆଲୋଚନା ପରେ ଉତ୍ତର କୋରିଆ ଦ୍ଵାରା ନିରସ୍ତ୍ରୀକରଣକୁ ନେଇ ହୋଇଥିବା ସହମତି ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ଦୃଷ୍ଟିରୁ ମହତ୍ଵପୂର୍ଣ୍ଣ ଥିଲା। ମାତ୍ର ତାହା ଏବେ ପ୍ରହେଳିକାରେ ପରିଣତ ହେବାକୁ ଯାଉଛି। ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିଓଙ୍କ ନେତୃତ୍ଵରେ ଉତ୍ତର କୋରିଆ ପହଞ୍ଚିଥିବା ପ୍ରତିନିଧିମଣ୍ଡଳ ସହିତ ହୋଇଥିବା ଅଲୋଚନା ପରେ ଉତ୍ତର କୋରିଆ ନିରସ୍ତ୍ରୀକରଣକୁ ନେଇ ଦେଇଥିବା ପ୍ରତିଶ୍ରୁତିକୁ ସେତେଟା ଗୁରୁତ୍ଵ  ଦେଉନଥିବା ଜଣାପଡ଼ିଛି। ଉତ୍ତର କୋରିଆ ଶନିବାର କହିଛି ଯେ ପାମ୍ପିଓଙ୍କ ସହିତ ହୋଇଥିବା ଉଚ୍ଚସ୍ତରୀୟ ବାର୍ତ୍ତା ସେତେଟା ସଫଳ ହୋଇ ନାହିଁ। 

ଉତ୍ତର କୋରିଆ କହିଛି ଯେ ଆମେରିକା ପରମାଣୁ ଅସ୍ତ୍ରଶସ୍ତ୍ର ସମାପ୍ତ କରିବା ପାଇଁ ତାରି ଉପରେ ଏକ ତରଫା ଚାପ ପକାଉଛି। ମାଇକ ପାମ୍ପିଓଙ୍କ ଦୁଇ ଦିବସୀୟ ଉତ୍ତର କୋରିଆ ଯାତ୍ରା ସମାପ୍ତ ହେବା ଏବଂ ସେଠାକାର ଅଧିକାରୀଙ୍କ ସହିତ କିଛି ସମୟ ଆଲୋଚନା ପରେ ଉତ୍ତର କୋରିଆ ପକ୍ଷରୁ ଏହି ଧରଣର ବୟାନ ଆସିଛି। ପାମ୍ପିଓ କହିଛନ୍ତି ଯେ ଏହି ଆଲୋଚନା ଭରସାଯୋଗ୍ୟ ମାହୋଲରେ ହୋଇଛି ଏବଂ କିଛି କ୍ଷେତ୍ରରେ ପ୍ରଗତି ମଧ୍ୟ ଘଟିଛି। ମାତ୍ର ପାମ୍ପିଓ କହିଛନ୍ତି ଯେ ଏବେ ବହୁତ କାମ ବାକି ରହିଛି। 

ପାମ୍ପିଓଙ୍କ ଏହି ସକରାତ୍ମକ ବୟାନ ତୂଳନାରେ ଉତ୍ତର କୋରିଆର ପ୍ରତିକ୍ରିୟା କଠୋର ରହିଛି।  ଉତ୍ତର କୋରିଆ କହିଛି ଯେ ପରମାଣୁ ନିରସ୍ତ୍ରୀକରଣ ପାଇଁ ଗତ ମାସରେ ଟ୍ରମ୍ପ ଓ କିମଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ସୃଷ୍ଟି ହୋଇଥିବା ମାହୋଲରେ ଆମେରିକା ଧୋକା ଦେଇଛି। ନିରସ୍ତ୍ରୀକରଣ ପାଇଁ ଉତ୍ତର କୋରିଆ ଉପରେ ଚାପ ପକାଯାଉଛି। 

  • Tags:

Subscribe

National International State Sports Entertainment