ଟ୍ରମ୍ପ ପ୍ରଶାସନକୁ ଆଉ ଏକ ଝଟକା, ୟୁଏନରେ ଆମେରିକା ରାଷ୍ଟ୍ରଦୂତ ପଦରୁ ନିକ୍କି ହେଲିଙ୍କ ଇସ୍ତଫା
Khabar Odisha:nikki-haley-resigns-us-ambassador-to-united-nations-
ଓ୍ଵାଶିଂଟନ, ଅକ୍ଟୋବର୦୯(ଖବର ଓଡ଼ିଶା):

ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧି ନିକ୍କି ହେଲି ମଙ୍ଗଳବାର ନିଜର ପଦରୁ ଇସ୍ତଫା ଦେଇଛନ୍ତି। ମାତ୍ର ସେ କେତେ ଦିନ ପର୍ଯ୍ୟନ୍ତ ନିଜର ପଦରେ ରହିବେ ଏହାର ଖୁଲାସା ହୋଇ ନାହିଁ। ଏହା ପୂର୍ବରୁ ହ୍ଵାଇଟ ହାଉସର ପ୍ରେସ ସଚିବ ସାରାହ ହକବି ସ୍ୟାଣ୍ଡର୍ସଙ୍କ ପକ୍ଷରୁ କୁହାଯାଇଥିଲା ଯେ ଭାରତୀୟ ମୂଳ ନିବାସୀ ନିକ୍କି ହେଲି ମଙ୍ଗଳବାର ସ୍ଥାନୀୟ ସମୟ ସକାଳ ସାଢେ ୧୦ଟାରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତି ଟ୍ରମ୍ପ ମଙ୍ଗଳବାର ଟ୍ଵିଟ୍ କରି କହିଛନ୍ତି ଯେ, ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ନିକ୍କି ହେଲି ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇ ଦେବେ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏହା ବହୁତ ବଡ଼ ଝଟକା ବୋଲି କୁହାଯାଉଛି। କାରଣ ଗତ କିଛି ସମୟରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିକଟତର ଲୋକ ନିଜ ପଦରୁ ଇସ୍ତଫା ଦେଇ ଚାଲିଛନ୍ତି। ଏହା ମଧ୍ୟରେ ହେଲି ନିଜର ଇସ୍ତଫା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। 

ଉଲ୍ଲେଖଯୋଗ୍ୟ ଟ୍ରମ୍ପଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ହେଲି ଜଣେ ଥିଲେ। ଯେବେ ତାଙ୍କୁ ମିଳିତ ଜାତିସଂଘର ରାଷ୍ଟ୍ରଦୂତ ରୂପେ ଚୟନ କରାଗଲା ସେହି ସମୟରେ କୁହାଯାଇଥିଲା ଯେ ଟ୍ରମ୍ପ ଓ ହେଲିଙ୍କ ମଧ୍ୟରେ ଉତ୍ତମ ସଂପର୍କ ରହିବ। ପ୍ରବାସୀ ଭାରତୀୟ ପରିବାରରୁ ଆସିଥିବା ହେଲି ଖୋଲା ବଜାର ଓ ବୈଶ୍ଵିକ କାରବାରକୁ ସମର୍ଥ କରୁଥିଲେ। 

ଏହା ପୂର୍ବରୁ ସେପ୍ଟେମ୍ବରରେ ଟ୍ରମ୍ପ ଦେଶ ପାଇଁ ନିନ୍ଦନୀୟ ବୋଲି କହିଥିବା ପ୍ରତିଷ୍ଠିତ ଆଡମିରାଲ ଓ୍ଵିଲିୟମ ମ୍ୟାକରାଭେନ  ପ୍ରତିରକ୍ଷା ମନ୍ତ୍ରଣାଳୟ ପରାମର୍ଶଦାତା ଗୋଷ୍ଠୀରୁ ଇସ୍ତଫା ଦେଇଥିଲେ। 

Subscribe

National International State Sports Entertainment