ଭାରତର ବଡ଼ ନୋଟ୍ ଚାହୁଁଛି ନେପାଳ, ଆରବିଆଇକୁ କଲା ଅପିଲ, ଦିଅନ୍ତୁ ଲିଗାଲ ଟେଣ୍ଡର
Khabar Odisha:nepal-writes-to-rbi-to-declare-banned-new-indian-currency-notes-legal
କାଠାମାଣ୍ଡୁ, ଜାନୁଆରୀ୦୬(ଖବର ଓଡ଼ିଶା):

ନେପାଳ ଭାରତୀୟ ରିଜର୍ଭ ବ୍ୟାଙ୍କଠାରେ ଭାରତରେ  ଜାରି ୧୦୦ରୁ ଅଧିକ ମୂଲ୍ୟର ନୂତନ ନୋଟକୁ ନିଜ ଦେଶରେ ଲିଗାଲ ଟେଣ୍ଡର ଘୋଷିତ କରିବାକୁ  ଅପିଲ କରିଛି। ହିମାଲୟନ ଟାଇମ୍ସର ରିପୋର୍ଟ ମୁତାବକ ନେପାଳର କେନ୍ଦ୍ରୀୟ ବ୍ୟାଙ୍କ ନେପାଳ ରାଷ୍ଟ୍ର ବ୍ୟାଙ୍କ(ଏନଆରବି) ଶୁକ୍ରବାର ଆରବିଆଇକୁ ପତ୍ର ଲେଖି ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟର ଲିଗାଲ ଟେଣ୍ଡର ଘୋଷିତ କରିବାକୁ କହିଛି।

ଏନଆରବି ଭାରତର କେନ୍ଦ୍ରୀୟ ବ୍ୟାଙ୍କକୁ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ(ଫେମା) ଆଧାରରେ ବିଜ୍ଞପ୍ତି ଜାରି କରିବାକୁ କହିଛି। ଏହାଦ୍ଵାରା ୧୦୦ ଟଙ୍କାରୁ  ଅଧିକ ମୂଲ୍ୟର ନୋଟ୍ ନେପାଳରେ ମଧ୍ୟ ସ୍ଵୀକାର କରାଯାଇ ପାରିବ ଏବଂ ଦେଣନେଣରେ ବହୁତ ସୁବିଧା ହେବ।

ଆରବିଆଇ ଏବେ ନେପାଳରେ କେବଳ ୧୦୦ କିମ୍ବା ଏଥିରୁ କମ ମୂଲ୍ୟର ନୋଟର ପ୍ରଚଳନକୁ ସ୍ଵୀକୃତି ଦେଇଛି।  ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବ୍ୟାନ ହେବା ପୂର୍ବରୁ ଆରବିଆଇ ଫେମା ବିଜ୍ଞପ୍ତି ଆଧାରେ କହିଥିଲା ଯେ ନେପାଳ ନାଗରିକ  ୨୫ ହଜାର ଟଙ୍କା ମୂଲ୍ୟ ପର୍ୟ୍ୟ ନ୍ତ ଏମିତି ନୋଟ୍ ରଖିପାରିବେ। 

୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଉପରେ ପ୍ରତିବନ୍ଧକ ଲାଗିବା ପରେ ଭାରତରେ ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ଜାରି କରାଯାଇଛି। ରିଜର୍ଭ ବ୍ୟାଙ୍କ ଏହି ସବୁ ନୂତନ ନୋଟକୁ ନେଇ କୌଣସି ବିଜ୍ଞପ୍ତି ଜାରି କରି ନାହିଁ, ଯେଉଁଥି ପାଇଁ  ନେପାଳରେ ଏହି ନୋଟର ବ୍ୟବହାର ହୋଇ ପାରୁ ନାହିଁ।

Subscribe

National International State Sports Entertainment