ସୂର୍ଯ୍ୟକୁ ଛୁଇଁବା ପାଇଁ ପ୍ରସ୍ତୁତ ନାସାର ଅନ୍ତରୀକ୍ଷ ଯାନ, ଓଲଟା ଗଣତି ଆରମ୍ଭ
Khabar Odisha:nasa-mission-to-touch-sun-parker-solar-probe
ନୂଆଦିଲ୍ଲୀ, ଅଗଷ୍ଟ୧୦(ଖବର ଓଡ଼ିଶା):

 ନାସାର ଅନ୍ତରୀକ୍ଷ ଯାନ ସୂର୍ୟ୍ୟ ପର୍ୟ୍ୟନ୍ତ ପହଞ୍ଚିବା ପାଇଁ ପ୍ରସ୍ତୁତ ହୋଇ ରହିଛି। ସୂର୍ୟ୍ୟର ତାପମାତ୍ରାକୁ ମାପିବା ଉଦ୍ଦେଶ୍ୟରେ ଦେଢ ଅରବ ଡଲାରରେ ନିର୍ମିତ ନାସାର ଅନ୍ତରୀକ୍ଷଯାନ ଉତକ୍ଷେପଣ ପାଇଁ ଓଲଟା ଗଣତି ଆରମ୍ଭ ହୋଇ ଯାଇଛି।

ଏହି ଅନ୍ତରୀକ୍ଷ ଯାନକୁ ଅଗଷ୍ଟ ୧୧ ଅର୍ଥାତ ଶନିବାର ପ୍ରକ୍ଷେପଣ କରାଯିବ। କାର ଆକୃତିର ଏହି ଅନ୍ତରୀକ୍ଷ ଯାନ ‘ପାରକର ସୋଲର ପ୍ରୋବ’ ଶନିବାର ପ୍ରାତଃ ସକାଳ ପ୍ରାୟ ୩ଟା ୩୩ ମିନିଟ ଫ୍ଲୋରିଡାର କେପ କେନଓ୍ଵରନରୁ ଡେଲ୍ଟା ୪ ଓଜନିଆ ରକେଟ୍ ସହିତ ଉତକ୍ଷେପଣ ହେବ। 

କାର ଆକୃତିର ଏହି ଅନ୍ତରୀକ୍ଷ ଯାନ ସିଧା ସଳଖ ସୂର୍ୟ୍ୟର କୋରୋନାରେ ଚକ୍କର କାଟିବ। ଏହି ଯାନର ଲମ୍ବ ୧୧.୪୩ ସେଣ୍ଟିମିଟର। ଏହା ଉଷ୍ମତାରୋଧୀ ସିଲ୍ଡରେ ସୁରକ୍ଷିତ ରହିବ। ଯାହା ଏହି ଯାନକୁ ସୂର୍ୟ୍ୟର ତାପମାତ୍ରାରୁ ରକ୍ଷା କରିବ। 

ଏହି ଯାନର ମୁଖ୍ୟ ଉଦ୍ଦେଶ୍ୟ ସୂର୍ୟ୍ୟର ଭୂପୃଷ୍ଠ ଆଖପାଖର ଅସ୍ଵାଭାବିକ ବାତାବରଣ ରହସ୍ୟର ସନ୍ଧାନ କରିବା। ସୂର୍ୟ୍ୟର ଭୂପୃଷ୍ଠର ଉପର ଭାଗର ତାପମାତ୍ରା ଭୂପୃଷ୍ଠ ତାପମାତ୍ରାଠୁ ପ୍ରାୟ ୩୦୦ ଗୁଣା ଅଧିକ ହେବ। ଏହି ଅଭିଯାନରେ ସାମିଲ ବୈଜ୍ଞାନିକ ଜଷ୍ଟିନ କାସ୍ପର କହିଛନ୍ତି ଯେ ପାରକର ସୋଲାର ପ୍ରୋବ ଏହି ବିଷୟରେ ପୂର୍ବାନୁମାନ ଲଗାଇବାରେ ସଫଳ ହେବ ଯେ ସୌର ଝଡର ମାଡ଼ କେବେ ପୃଥିବୀକୁ ପ୍ରଭାବିତ କରି ପାରିବ।

  • Tags:

Subscribe

National International State Sports Entertainment