ଫୋନରେ କଥା ହେଲେ ମୋଦୀ-ଟ୍ରମ୍ପ, କାରବାରରେ ହେଉଥିବା କ୍ଷତିକୁ କମ କରିବା ଉପରେ ଜୋର
Khabar Odisha:modi-and-trumph-talking-each-other-by-telephone
ନୂଆଦିଲ୍ଲୀ, ଜାନୁଆରୀ ୦୮(ଖବର ଓଡିଶା):

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟରେ ସୋମବାର ଫୋନ ମାଧ୍ୟମରେ କଥାବାର୍ତା ହୋଇଛନ୍ତି। ହ୍ୱାଇଟ ହାଉସ ମୁତାବକ ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଭାରତ ଓ ଆମେରିକାରେ କାରବାରରେ ହେଉଥିବା କ୍ଷତିକୁ କମ୍ କରିବା ଓ ଆଫଗାନିସ୍ଥାନରେ ସହଯୋଗ ବଢାଇବା ଉପରେ କଥା ହୋଇଛନ୍ତି। 

ଏହାକୁ ନେଇ ହ୍ୱାଇଟ ହାଉସ କହିଛି,ଯେ ‘ ଉଭୟ ନେତା ଏହି କଥାରେ ରାଜି ହେଲେ ଯେ ଭାରତ ଓ ଆମେରିକା ମଧ୍ୟରେ ୨୦୧୯ ରେ ରଣନୈତିକ ଭାଗିଦାରିତାକୁ ମଜବୁତ କରାଯିବ। ଏହା ମଧ୍ୟ କୁହାଯାଇଛି ଯେ ଦୁଇ ଦେଶ ମଧ୍ୟରେ ହେଉଥିବା କାରବାରକୁ କ୍ଷତିକୁ କିପରି କମ୍ କରାଯିବ । ଦୁଇ ନେତା ଇଣ୍ଡୋ-ପେସିଫିକ୍ କ୍ଷେତ୍ରରେ ସୁରକ୍ଷା ଓ ସମୃଦ୍ଧିର ବିସ୍ତାର ଓ ଆଫଗାନିସ୍ତାନରେ ପରସ୍ପର ସହମତିକୁ ବଢାଇବାକୁ ନେଇ ଚର୍ଚ୍ଚା କରିଛନ୍ତି।

ଆମେରିକା, ଭାରତ ଦ୍ୱାରା ଅାମଦାନବୀ ହେଉଥିବା ଷ୍ଟିଲ ଓ ଆଲୁମିନିୟମରେ ଶୁଳ୍କ ଲଗାଯାଇଛି । ଆମେରିକାର ବ୍ୟାପାରରେ କ୍ଷତିକୁ କମ୍ କରିବାପାଇଁ ଓ ଆମେରିକା ନିର୍ମାଣକୁ ଉନ୍ନତି କରିବା ପାଇଁ ମୋଦୀ ଏପରି କରିଥିବା । ଅନ୍ୟ ପକ୍ଷେ ଆଫଗାନିସ୍ଥାନରେ ଟ୍ରମ୍ପ ୧୪,୦୦୦ ଆମେରିକା ସୈନିକମାନଙ୍କ ମଧ୍ୟରୁ ୫,୦୦୦ଙ୍କୁ ଡାକିଦେବା ପାଇଁ ବିଚାର କରୁଛନ୍ତି ।ଆଫଗାନିସ୍ଥାନରେ ସୈନିକଙ୍କୁ ଫେରାଇ ନେବା ଦ୍ଵାରା ଆମେରିକାର ଖର୍ଚ୍ଚ କମହେବ ଓ ଏହି ଟଙ୍କାର ବ୍ୟବହାର ସେ ନିଜ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବାରେ ବିନିଯୋଗ କରିବ। ନିକଟରେ ଟ୍ରମ୍ପ ମୋଦୀ ସହ ଆଫଗାନିସ୍ଥାନକୁ  ପାଣ୍ଠି ଦେବାକୁ ଆଲୋଚନା କରିଥିଲେ।

କଂଗ୍ରେସ ଭାରତକୁ ଟାର୍ଗେଟ କରି କହିଥିଲେ ଯେ ଆଫଗାନିସ୍ଥାନର ବିକାଶ କାର୍ଯ୍ୟଗୁଡିକର ପ୍ରସଙ୍ଗରେ ଭାରତକୁ ଆମେରିକାର ଉପଦେଶ ନେବା ଗରୁରୀ ଅଟେ । ରଣଦୀପ ସୁରଜେବାଲା ଟ୍ୱିଟ କରି କହିଥିଲେ ଯେ ଟ୍ରମ୍ପ, ଭାରତର ପ୍ରଧାନମନ୍ତ୍ରୀର ମଜାକ ଉଡେଇବା ବନ୍ଦ କରନ୍ତୁ । ଆଫଗାନିସ୍ଥାନ ରେ ଭାରତକୁ ଆମେରିକାର ଉପଦେଶର ଆବଶ୍ୟକତା ଦରକାର ନାହିଁ ।

Subscribe

National International State Sports Entertainment