ଦୀପାବଳି: ହ୍ଵାଇଟ ହାଉସ ଭାଙ୍ଗିଲା ୧୫ ବର୍ଷର ପୁରୁଣା ପରମ୍ପରା
Khabar Odisha:midterms-polls-white-house-breaks-tradition-of-diwali-celebrations-after-15-years
ନୂଆଦିଲ୍ଲୀ,ନଭେମ୍ବର୦୭(ଖବର ଓଡ଼ିଶା):

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ବର୍ଷ ହ୍ଵାଇଟ ହାଉସରେ ଔପଚାରିକ ଭାବେ ଦୀପାବଳି ପାଳନ କରିବାର ୧୫ ବର୍ଷର ପୁରୁଣା ପରମ୍ପରା ଭାଙ୍ଗିଛନ୍ତି। ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ମଧ୍ୟରେ ଦୀପାବଳି ପଡ଼ିଥିବା କାରଣରୁ ଟ୍ରମ୍ପ ଏହି ପରମ୍ପରା ଭାଙ୍ଗିଛନ୍ତି।  ଆମେରିକାରେ ମଙ୍ଗଳବାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ମତଦାନ ହୋଇଥିଲା ଏବଂ ବୁଧବାର ଫଳାଫଳ ଘୋଷିତ ହୋଇଛି। ଉଲ୍ଲେଖଯୋଗ୍ୟ ହ୍ଵାଇଟ ହାଉସରେ ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ ୨୦୦୩ରେ ଦୀପାବଳି ପାଳନ ଆରମ୍ଭ କରିଥିଲେ, ଯାହାକୁ ବାରାକ ଓବାମା ମଧ୍ୟ ଜାରି ରଖିଥିଲେ। 

ଏହି ପରମ୍ପରାକୁ ଜାରି ରଖି ଟ୍ରମ୍ପ ଗତ ବର୍ଷ ଓଭାଲ ଅଫିସରେ ପାରମ୍ପରିକ ଦୀପ ଜାଳି ଦୀପାବଳି ପାଳନ କରିଥିଲେ। ମାତ୍ର ଚଳିତ ବର୍ଷ ନିର୍ବାଚନ ପ୍ରଚାରରେ ସେ ବ୍ୟସ୍ତ ରହିଥିଲେ। ତେଣୁ ସେ ଦୀପାବଳି ପାଳନ କରି ପାରିନାହାନ୍ତି। ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ବୁଧବାର ଦୀପାବଳି ଶୁଭକାମନା ଜଣାଇ ଭାରତୀୟ ମୂଳର ଆମେରିକାବାସୀଙ୍କ ଯୋଗଦାନକୁ ପ୍ରଶଂସା କରିଛନ୍ତି।

ନିଜ ସନ୍ଦେଶରେ ସେ କହିଛନ୍ତି ଯେ ଲୋକେ ଏହି ପର୍ବକୁ ପାଳନ କରିବା ପାଇଁ ନିଜ ଘରେ ଦୀପ ଜଳାଇଥାନ୍ତି। ମୁଁ ଦୀପାବଳି ଅବସରରେ ଆମେରିକାରେ ନିଜର ସାଥୀମାନଙ୍କ ଉପଲବ୍ଧିକୁ ପ୍ରଶଂସା କରିବାକୁକ ଚାହୁଁଛି, ଯେଉଁମାନେ ଅତ୍ୟାବଶ୍ୟକ ଦୃଷ୍ଟିରୁ ଆମ ଦେଶରେ ମହତ୍ଵପୂର୍ଣ୍ଣ ଯୋଗଦାନ ଦେଇଛନ୍ତି।

ବୁଧବାର ପ୍ରକାଶ ପାଇଥିବା ମଧ୍ୟବର୍ତ୍ତୀକାଳିନ ନିର୍ବାଚନରେ ଟ୍ରମ୍ପଙ୍କୁ  ମିଶ୍ରିତ ସଫଳତା ମିଳିଛି। ସିନେଟରେ ଟ୍ରମ୍ପଙ୍କ ପାର୍ଟିକୁ ବିଜୟ ମିଳିଥିବା ବେଳେ ହାଉସ ଅଫ ରିପ୍ରେଜେଣ୍ଟେଟିଭରେ ଡେମୋକ୍ରାଟିକ ପାର୍ଟିକୁ ବହୁମତ ମିଳିଛି।  ୨୦୧୬ରୁ ଏ ପର୍ଯ୍ୟନ୍ତ ଟ୍ରମ୍ପଙ୍କ ପାର୍ଟିକୁ ଉଭୟ ଗୃହରେ ବହୁମତ ଥିଲା ମାତ୍ର ଏବେ ରାଜନୈତିକ ସମୀକରଣ ବଦଳି ଯାଇଛି।

Subscribe

National International State Sports Entertainment