ଏସ-୪୦୦: ଆମେରିକା ସହ ବୁଝାମଣା ପାଇଁ କୂଟନୈତିକ ପ୍ରଚାର ଆରମ୍ଭ କରିବ ଭାରତ
Khabar Odisha:major-diplomatic-campaign-to-get-us-waiver-on-s-400articleshow
ନୂଆଦିଲ୍ଲୀ, ଅକ୍ଟୋବର ୦୭ (ଖବର ଓଡିଶା) :

 ଋଷ ସହ ଏସ-୪୦୦ ଏୟାର ଡିଫେନ୍ସ ମିଶାଇଲ ସିଷ୍ଟମ୍ ଚୁକ୍ତିରେ ଭାରତର ମୋହର ଲାଗିବା ପରେ ଏବେ ଆମେରିକା ସହ ବୁଝାମଣା କରିବା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି । ଏକ ମହତ୍ୱପୂର୍ଣ୍ଣ କୂଟନୈତିକ ମିଲିଟାରୀ କ୍ୟାମ୍ପେନ ତିଆରି କରି ଆମେରିକାକୁ ଏହି ଚୁକ୍ତିରୁ ଛୁଟ ଦେବା ପାଇଁ ନିବେଦନ କରିବ । ବହୁ ସମୟ ଅପେକ୍ଷା ପରେ ଭାରତ-ଋଷ ଦ୍ୱିପାକ୍ଷିକ ଚୁକ୍ତିରେ ମୋହର ଲାଗିଛି । ଭାରତ ଋଷ ସହ ଏସ-୪୦୦ ସହ ୭ଟି ଚୁକ୍ତି ସ୍ୱାକ୍ଷର କରିଛି । 

ଭାରତର ଜଣେ ଉଚ୍ଚଅଧିକାରୀ କହିଛନ୍ତି କି, ଭାରତ ଟ୍ରମ୍ପ ପ୍ରଶାସନକୁ ଆଶ୍ୱସ୍ଥି କରିଛି ଯେ, ହତିଆର ସିଷ୍ଟମରେ ଅପରେସନାଲ ଗୋପନୀୟତାରେ ଭାରତ କେବେ ବୁଝାମଣା କରିବ ନାହିଁ । କେବଳ ଟେକନିକ ସ୍ତରରେ ମଜବୁତ ରହିବା ଏହାର ଉଦ୍ଦେଶ୍ୟ ଏବଂ କୌଣସି ଦେଶର ଗୋପନୀୟ ତଥ୍ୟକୁ ଅନ୍ୟ ଦେଶ ସହ ବାଂଟିବ ନାହିଁ । ଏହି ଚୁକ୍ତି ହେବା ପରେ ମଧ୍ୟ ଭାରତ ଇନଟେଲେକଚୁଆଲ ପ୍ରପର୍ଟି ରାଇଟର ମଧ୍ୟ ସମ୍ମାନ କରେ । 

ସିକ୍ୟୁରିଟି ପାଇଁ ନିର୍ମିତ କ୍ୟାବିନେଟ କମିଟି ଦ୍ୱାରା ସେପ୍ଟେମ୍ବର ୨୬ରେ ଏହି ଚୁକ୍ତିରେ ଆମେରିକାର ସହମତି ନିମିତ ଅଧିକାରୀମାନେ ବହୁଥର ଆମେରିକା ଗସ୍ତ କରିଛନ୍ତି ଏବଂ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ଭାରତ ଆମେରିକାକୁ କହିଥିଲା ଯେ, ଏହି ଅସ୍ତ୍ର ବାରତ ସୀମାରେ ରହିବା ନିହାତି ଜରୁରୀ ତେଣୁ ଏହି ଚୁକ୍ତିରେ ଆମେରିକା ଠାରୁ ଛୁଟ ମିଳିବା ନମିଳିବା ତାହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଷ୍ପତି ନେବେ ।  

ଉଲ୍ଲେଖେଯାଗ୍ୟ, ଆମେରିକା ରକ୍ଷା ମନ୍ତ୍ରୀ ଜିମ ମ୍ୟାଟିସ ଏବଂ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ୨+୨ ବାର୍ତା ସମୟରେ ଭାରତ ପାଇଁ ଛୁଟ କରିବାକୁ ଓକିଲାତି କରିଥିଲେ । ଗତ ମାସ ଚୀନ ଋଷ ଠାରୁ ଏସ-୪୦୦ କିଣିବା ପରେ ଚୀନ ଉପରେ ଆମେରିକା ଆର୍ଥିକ ପ୍ରତିବନ୍ଧକ ଲଗାଇ ସାରିଛି ।   

Subscribe

National International State Sports Entertainment