ଭାରତକୁ ଇରାନର ଟାର୍ଗେଟ୍, ତୈଳ ଆମଦାନୀ କମ୍ କଲେ ଶେଷ ହେବ ମିଳୁଥିବା ବିଶେଷ ଲାଭ
Khabar Odisha:india-did-not-invest-according-to-the-promise-for-chabahar-port-iran
ନୂଆଦିଲ୍ଲୀ,ଜୁଲାଇ୧୦(ଖବର ଓଡ଼ିଶା):

ସାମରିକ ଭାବେ ମହତ୍ଵପୂର୍ଣ୍ଣ ଚାବହାର ବନ୍ଦରରେ ପ୍ରତିଶ୍ରୁତି ମୁତାବକ ନିବେଶ ନକରିବା ଯୋଗୁଁ ଇରାନ ଭାରତକୁ ସମାଲୋଚନା କରିଛି। ଇରାନ କହିଛି ଯେ ଯଦି ଭାରତ ଇରାନଠୁ ତୈଳ ଆମଦାନୀ କମ କରେ ତେବେ ଭାରତକୁ ମିଳୁଥିବା ବିଶେଷ ଲାଭ ଶେଷ ହୋଇ ପାରେ। 

ଇରାନର ଉପ ରାଷ୍ଟ୍ରଦୂତ ମସୁଦ ରଜଭାନିୟନ ରହାଗି କହିଛନ୍ତି ଯେ ଯଦି ଭାରତ ଅନ୍ୟ ଦେଶ ପରି ଇରାନଠୁ ତୈଳ ଆମଦାନୀ ହ୍ରାସ କରି ସାଉଦି ଆରବ, ରୁଷ, ଇରାକ ଓ ଆମେରିକାଠୁ ଆମଦାନୀ କରେ ତେବେ ତାକୁ ମିଳୁଥିବା ବିଶେଷ ଲାଭ ଇରାନ  ଦେବା ବନ୍ଦ କରି ଦେବ। 

ସେ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ ଚାବହାର ବନ୍ଦରରେ ଏବଂ ଏଥିରେ ଜଡ଼ିତ ପ୍ରକଳ୍ପ ପାଇଁ ନିବେଶ କରିବାକୁ ଯେଉଁ ପ୍ରତିଶ୍ରୁତି ମିଳିଥିଲା ତାହା ଏ ପର୍ୟ୍ୟନ୍ତ ପୁରା ହୋଇ ନାହିଁ।  ଯଦି ଚାବହାର ବନ୍ଦରରେ ସହଯୋଗ ଓ ଭାଗିଦାରୀ ସାମରିକ ରୂପେ ମହତ୍ଵପୂର୍ଣ୍ଣ ତେବେ ଭାରତ ଏହି ସମ୍ବନ୍ଧରେ ତୁରନ୍ତ ଜରୁରୀ ପଦକ୍ଷେପ ଉଠାଇବା ଉଚିତ୍। ଅନ୍ୟ ପଟେ ଆମେରିକା ଅନ୍ୟ  ଦେଶକୁ ଇରାନଠୁ ତୈଳ ଆମଦାନୀ ନକରିବାକୁ ଚାପ ପକାଉଛି। 

ଅନ୍ୟ ପଟେ ଭାରତ ବର୍ତ୍ତମାନ ସମୟରେ ଅଶୋଧିତ ତୈଳକୁ ନେଇ ମୁସ୍କିଲ ପରିସ୍ଥିତିରେ ଫସି ରହିଛି।  ଭାରତ ଏହା ଉପରେ ନିର୍ଣ୍ଣୟ ନେଇ ପାରୁ ନାହିଁ ଯେ ସେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ମାନିବ ନା ତୈଳର ଦର ବୃଦ୍ଧି ମାଡ଼କୁ ସହିବ। ଆମେରିକା ଇରାନକୁ ନିଜର ତୈଳ ରପ୍ତାନୀ ନକରିବାକୁ ମଧ୍ୟ ଚେତାବନୀ ଦେଇଛି। ଏଠାରେ କହି ରଖୁଛି ଯେ ଆମେରିକା ଗତ ସପ୍ତାହରେ ଭାରତ ସମେତ ଅନ୍ୟ ଦେଶଗୁଡିକୁ ଇରାନଠୁ ତୈଳ ଆମଦାନୀ ନକରିବାକୁ ଚେତାବନୀ ଦେଇଥିଲା। 

ଅନ୍ୟ ପଟେ ଚୀନ ଓ ଭାରତ ଗତ ତିନି ମାସରେ ପ୍ରତ୍ୟେକ ଦିନ ପ୍ରାୟ ୧୪ ଲକ୍ଷ ବ୍ୟାରେଲ ଅଶୋଧିତ ଆମଦାନୀ କରିଛନ୍ତି। ଚୀନ ପରେ ଭାରତ ଇରାନଠୁ ଅଶୋଧିତ ତୈଳ ଆମଦାନୀ କରିବାରେ ଦ୍ଵିତୀୟ ସବୁଡ଼ ବଡ଼ କ୍ରେତା ଅଟେ। ଏମିତି ସ୍ଥିତିରେ ଚୀନ ଓ ଭାରତ ସମ୍ମୁଖରେ ଏହି ସମସ୍ୟା ରହିଛି ଯେ ସେମାନେ କେଉଁ ଦିଗରେ ପଦକ୍ଷେପ ନେବେ। 

  • Tags:

Subscribe

National International State Sports Entertainment