ଆମେରିକା-ଚୀନ ବାଣିଜ୍ୟ ଲଢେଇରୁ ଏମିତି ଫାଇଦା ଉଠାଇ ପାରିବ ଭାରତ
Khabar Odisha:india-could-take-lead-on-trade-with-china-due-to-trade-war
ନୂଆଦିଲ୍ଲୀ, ଅକ୍ଟୋବର୦୯(ଖବର ଓଡ଼ିଶା):

ଆମେରିକା ଓ ଚୀନ ମଧ୍ୟରେ ଜାରି ବାଣିଜ୍ୟ ଲଢେଇରୁ ଭାରତକୁ ବହୁତ ବଡ଼  ଲାଭ ମିଳିପାରେ। କାରଣ ବର୍ତ୍ତମାନ ପରିଦୃଶ୍ୟକୁ ଦେଖିଲେ  ଏହି ସମୟରେ ଭାରତ  ନିଜର କୃଷି ଉପକରଣ ବିକ୍ରିକୁ ବୃଦ୍ଧି ମଧ୍ୟ କରି ପାରିବ। ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ନିଜର ସଂପାଦକୀୟରେ ଲେଖିଛି ଯେ ୟୁଏସ-ଚୀନ ମଧ୍ୟରେ ବାଣିଜ୍ୟ ଲଢେଇରୁ ଭାରତ ଓ ଚୀନ ପାଖରେ ନିଜର କୃଷି କାରବାର ବୃଦ୍ଧି କରିବାର ସୁଯୋଗ ରହିଛି। ଏଥିରେ ଦୁଇ ଦେଶ  ମଧ୍ୟରେ କାରବାରରେ ଥିବା ଅସନ୍ତୁଳନ ମଧ୍ୟ କମ ହୋଇ ପାରିବ। 

ମାତ୍ର ଚୀନ ବିଶେଷଜ୍ଞ କହିଛନ୍ତି ଯେ ଭାରତର କୃଷ୍ଟି ଉପକରଣର ଦର ଅଧିକ ରହିଥିବାରୁ ଏହା କାରବାରେ ବାଧକ ସାଜିବାର ଏକ ପ୍ରମୁଖ କାରଣ। ଗ୍ଲୋବାଲ ଟାଇମ୍ସ ଚୀନରେ ଅବସ୍ଥାପିତ ଭାରତୀୟ ଦୂତବାସ ସୂତ୍ରରୁ କହିଛି ଯେ ଭାରତ ସରକାର କୃଷି ଉପକରଣର ବିକ୍ରି ବୃଦ୍ଧି ପାଇଁ ପ୍ରୟାସ କରୁଛନ୍ତି। ସାଙ୍ଘାଇ ଇନଷ୍ଟିଚ୍ୟୁଟରରେ ଦକ୍ଷିଣ ଏସିଆ ଅନୁଧ୍ୟାନ ବିଭାଗର ନିର୍ଦ୍ଦେଶକ ଝାଓ ଗାଚେଙ୍ଗ କହିଛନ୍ତି ଯେ ଆମେରିକା ସହିତ ବାଣିଜ୍ୟ ଲଢେଇ ବଢିବାରୁ ଏହା ସମ୍ଭାବନା ରହିଛି ଯେ ଚୀନ ବିକଳ୍ପ ବଜାର ରୂପେ ଭାରତମୁହାଁ ହୋଇପାରେ। 

ଭାରତ ସରକାର ଚୀନ ବଜାରରେ ପ୍ରବେଶ ପାଇଁ ମଧ୍ୟ ପ୍ରୟାସରତ। ଏହି ଆଧାରରେ ଭାରତ ୭ ବର୍ଷ ହେବ  ସୋରିଷ ତେଳର ଆମଦାନୀ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ ଚୀନ ଠାରେ ଦାବି କରିଛି। ରିପୋର୍ଟରେ କୁହାଯାଇଛି ଯେ ଆମେରିକା ଓ ଚୀନ ମଧ୍ୟରେ ଜାରି ବାଣିଜ୍ୟ ଲଢେଇର ଲାଭ ନେବା ପାଇଁ ଭାରତ  ପ୍ରୟାସ କରୁଛି। ତେଣୁ ଭାରତ ଏବେ ଚୀନକୁ ଅଧିକ ସୋୟାବିନ ରପ୍ତାନୀ କରିବାର ସମ୍ଭାବନା ରହିଛି। 

ଶସ୍ୟ ସମ୍ବନ୍ଧିତ ଏକ ଓ୍ଵେବସାଇଟର ସଂପାଦକ ଜିଆଓ ସାନଓ୍ଵେଦ କହିଛନ୍ତି ଯେ ଚୀନକୁ ସର୍ବାଧିକ ସୋୟାବିନ ରପ୍ତାନୀ ମାମଲାରେ ଆମେରିକା ଶୀର୍ଷରେ ଥିଲା। ମାତ୍ର ବାଣିଜ୍ୟ ଲଢେଇ କାରଣରୁ ଚୀନରେ ସୋୟାବିନ ଆମଦାନୀ ପ୍ରଭାବିତ ହୋଇଛି। ଚୀନରେ ସୋୟାବିନର ବ୍ୟବହାର ତୈଳ ଉତ୍ପାଦନ ଓ ସୋୟାବିନ ମିଲ ପାଇଁ କରାଯାଏ। ତେଣୁ ଏହି ସ୍ଥିତିରେ ଭାରତ ଚୀନକୁ ଅଧିକ ମାତ୍ରାରେ ସୋୟାବିନ, ତମ୍ବାଖୁ ଓ ଅଙ୍ଗୁର ପରି ଉତ୍ପାଦ ରପ୍ତାନୀ କରି କାରବାର ଅସନ୍ତୁଳନକୁ କମ କରି ପାରିବ। 

Subscribe

National International State Sports Entertainment