ଇମରାନଙ୍କୁ ଧକ୍କା, ଘୁଂଚିପାରେ ଶପଥ ଗ୍ରହଣ ଉତ୍ସବ
Khabar Odisha:imran-s-oath-ceremony-could-be-postponed-ec-withheld-victory-notification-of-two-seats
ଲାହୋର, ଅଗଷ୍ଟ ୦୮ (ଖବର ଓଡିଶା) :

ନିର୍ବାଚନ ଆଚାର ସଂହିତା ଉଲଙ୍ଘନ ମାମଲା ଏବଂ ପୁନର୍ବାର ଗଣତି ପାଇଁ ଦାବି ଘଟଣା ହେତୁ ପାକ ନିର୍ବାଚନ ଆୟୋଗ ଭାବି ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଦୁଇଟି ଆସନରୁ ବିଜୟର ଅଧିସୂଚନା ଉପରେ ରୋକ ଲଗାଇଛନ୍ତି । ଜୁଲାଇ ୨୫ରେ ହୋଇଥିବା ସାଧାରଣ ନିର୍ବାଚନରେ ଇମରାନ ୫ଟି ଆସନରୁ ବିଜୟୀ ହୋଇଥିବା ଦର୍ଶାଇଥିଲେ । ଫଳରେ ଶପଥ ଗ୍ରହଣ ଉତ୍ସବ ଘୁଂଚିବା ସହ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ନିର୍ବାଚନ ଆଉ ଥରେ ହେବା ନେଇ ସମ୍ଭାବନା ପ୍ରକାଶ ପାଇଛି । 

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଇମରାନ ତିନୋଟି ଭିନ୍ନ ଭିନ୍ନ ଆସନରୁ ଜିତିଥିବା ନେଇ ଅଧୀସୂଚନା ଜାରି କରାଯାଇଥିଲା । ତେବେ ବିରୋଧୀଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାର ଶୁଣାଣି କରି ଏହି ସମସ୍ତ ସିଟର ବିଜୟ ଉପରେ ରୋକ ଲଗାଇଛନ୍ତି । ଇତି ମଧ୍ୟରେ ଇମରାନଙ୍କ ପାର୍ଟି ପିଟିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମଙ୍କନ ଦାଖଲ ହୋଇ ସାରିଛି ।  ନିର୍ବାଚନ ଆୟୋଗ ଇସଲାମବାଦର ଦୁଇଟି ଏବଂ ଲାହୋରର ଗୋଟିଏ ସିଟ ବିଜୟ ଉପରେ ରୋକ ଲଗାଇଛନ୍ତି । ଏହି ଲାହୋର ଆସନରେ ଇମରାନ ଭୋଟ ଦେଉଥିବା ସମୟରେ ନିଜ ଭୋଟକୁ କ୍ୟାମେରା ସମ୍ନାରେ ଦେଖାଇ ବିବାଦକୁ ଆସିଥିଲେ । ଫଳରେ ସେହି ଆସନରେ ଇମରାନଙ୍କ ବିଜୟ ଉପରେ ରୋକ ଲଗାଇଛନ୍ତି ଆୟୋଗ । ଏହା ସହ ତାଙ୍କୁ ନୋଟିସ ଜାରି କରାଯାଇଛି । 

ସେହିପରି ଆଉ ଦୁଇଟି ଆସନରେ ମତଦାନରେ ଅବ୍ୟବସ୍ଥା ହୋଇଥିବା ନେଇ ପୁନଃ ଗଣତି ହେବ ବୋଲି ଅନୁମାନ କରାଯାଉଛି ।

  • Tags:

Subscribe

National International State Sports Entertainment