ଦେବାଳିଆ ହୋଇଯିବ ପାକିସ୍ତାନ, ଚୀନ ଏବଂ ଆଇଏମଏଫ ଶେଷ ସାହାରା
Khabar Odisha:imran-leader-said-12-billion-dollar-must-for-pakistan
ଲାହୋର, ଅଗଷ୍ଟ ୦୬(ଖବର ଓଡିଶା) :

ପାକିସ୍ତାନ ଗମ୍ଭୀର ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛି । ଯଦି ଏହି ଆତଙ୍କୀ ଦେଶକୁ ୬ ସପ୍ତାହ ମଧ୍ୟରେ ୧୨ ଅରବ ଡଲାରର ଲୋନ ନ ମିଳେ ତେବେ ଦେଶ ଦେବାଳିଆ ହୋଇଯିବ  । ଏହି କଥା ଆଉ କେହି ନୁହେଁ ବରଂ ଇମରାନଙ୍କ ସରକାରରେ ହେବାକୁ ଥିବା ଅର୍ଥମନ୍ତ୍ରୀ ଅସଦ ଉମର ପ୍ରକାଶ କରିଛନ୍ତି । ଗତ ସରକାର ଦେଶକୁ ଆର୍ଥିକ ସଙ୍କଟରେ ପକାଇଥିବା ସେ ଅଭିଯୋଗ କରିଛନ୍ତି । 

ପାକିସ୍ତାନୀ କମ୍ପାନୀ ଆଗ୍ରୋ କରପୋରେସନର ପୂର୍ବ ମୁଖ୍ୟ ରହିଥିବା ଅସଦ ଉମର କହିଛନ୍ତି କି, ଦେଶରେ ୧୦ରୁ ୧୨ ଅରବ ଡଲାରର ଆର୍ଥିକ ସଙ୍କଟ ରହିଛି । ଖବର ଏଜେନ୍ସି ବ୍ଲୁମବର୍ଗ ସହ ଆଲୋଚନା ସମୟରେ ଅସଦ ଏହା କହିଛନ୍ତି । କେବଳ ଏତିକି ନୁହେଁ ଦେଶ କାଙ୍ଗାଳ ହେବା ପରିସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି । ଫଳରେ ଦେଶ ଚଳାଇବା ପାଇଁ ଅତିରିକ୍ତ ଅର୍ଥ ଆବଶ୍ୟକ ଥିବା କହିଛନ୍ତି ଏହି ଭାବି ଅର୍ଥମନ୍ତ୍ରୀ । 

ସେ ଆହୁରି ମଧ୍ୟ କହିଛନ୍ତି କି, ପାକିସ୍ତାନକୁ ଆଗାମୀ ୬ ସପ୍ତାହ ମଧ୍ୟରେ କିଛି ବଡ ନିଷ୍ପତି ନେବା ପାଇଁ ପଡିବ । ଅଧିକ ବିଳମ୍ବ ହେଲେ ସଙ୍କଟ ଆହୁରି ବୃଦ୍ଧି ପାଇବ । ପାକିସ୍ତାନକୁ ସାହାଯ୍ୟ ପାଇଁ ଆଇଏମଏଫ ଏବଂ ଅନ୍ୟ ପଡୋଶୀ ଦେଶ ସାହାରା ହେବେ ବୋଲି ଅସଦ ଆଶା ପ୍ରକଟ କରିଛନ୍ତି । 

ଚୀନ ଏବଂ ଆଇଏମଏଫରୁ ମିଳିବ ସାହାଯ୍ୟ

ଇମରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଦେଶର ଅର୍ଥ ବ୍ୟବସ୍ଥା ତାଙ୍କ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ବିଭିନ୍ନ ନିବେଶକ ଏହା ଆଶଙ୍କା କରୁଛନ୍ତି କି, ଯଦି ଚୀନ କିମ୍ବା ଆଇଏମଏଫ ପାକକୁ ଆର୍ଥିକ ସହାୟତା ପ୍ରଦାନ କରୁନାହାନ୍ତି ତେବେ ଦେଶ ଦେବାଳିଆ ହୋଇ ଯିବ । 

୧୯୮୦ରୁ ଆଜି ପର୍ଯ୍ୟନ୍ତ ଆଇଏମଏଫ ତରଫରୁ ପାକକୁ ୧୨ ଥର ଆର୍ଥିକ ସାହାଯ୍ୟ ମିଳିଛି । ଗତଥର ଆଇଏମଏଫ ପାକିସ୍ତାନକୁ ୬.୬ ଅରବ ଡଲାରର ସହାୟତା ପ୍ୟାକେଜ ପ୍ରଦାନ କରିଥିଲା  । ପାଖାପାଖି ସମାନ ମୂଲ୍ୟର ଲୋନ୍ ଚୀନ ମଧ୍ୟ ପ୍ରଦାନ କରିଛି । 

ଚୀନ ସହ ସମସ୍ତ ଚୁକ୍ତି ସାର୍ବଜନୀନ ହେବ

ଅସଦ ଜନତାଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି କି, ଇମରାନ ଖାନଙ୍କ ସରକାର ଗଠନ ହେବା ପରେ ଚୀନ ସହ ପାକ୍ କରିଥିବା ସମସ୍ତ ଚୁକ୍ତିକୁ ସାର୍ବଜନୀନ କରାଯିବ । ଚୀନର ୱାନ ବେଲ୍ଟ ୱାନ ରୋଡ୍ ଯୋଜନାରେ ପାକକୁ ମିଳିବାକୁ ଥିବା ଲୋନ ଦେଶର ଶେଷ ସାହାରା ବୋଲି ଅସଦ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment