ଆତଙ୍କ ସହ ଲଢେଇରୁ ପଛକୁ ହଟିବାର ସଙ୍କେତ ଦେଲେ ଇମ୍ରାନ, ଅନ୍ୟ ଦେଶ ପାଇଁ ଲଢିବ ନାହିଁ ପାକ୍
Khabar Odisha:imran-khan-says-pak-will-not-fight-any-other-nations-war
ଇସଲାମାବାଦ,ସେପ୍ଟେମ୍ବର୦୭(ଖବର ଓଡ଼ିଶା):

ଆତଙ୍କବାଦ ବିରୋଧରେ ଲଢେଇକୁ ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ଆମେ ଭବିଷ୍ୟତରେ ଅନ୍ୟ କୌଣସି ଦେଶ ସହିତ ଯୁଦ୍ଧ ଲଢିବୁ ନାହିଁ। ଇମ୍ରାନ କହିଛନ୍ତି ଯେ ସେ ଆରମ୍ଭରୁ ହିଁ ଯୁଦ୍ଧ ବିରୋଧୀ ଅଟନ୍ତି ଏବଂ ତାଙ୍କ ସରକାରଙ୍କ ବିଦେଶ ନୀତିର ପ୍ରଥମ ପ୍ରାଥମିକତା ଦେଶର ହିତ ପାଇଁ ଉଦ୍ଧିଷ୍ଟ।  ପ୍ରତି ରକ୍ଷା ଦିବସର କାର‌୍ୟ୍ୟକ୍ରମକୁ ସମ୍ବୋଧିତ କରି ଇମ୍ରାନ ଏହି କଥା କହିଛନ୍ତି। ଏହି ଅବସରରେ ପାକିସ୍ତାନର ଅନେକ ସାଂସଦ, କୂଟନୈତିଜ୍ଞ, ଖେଳାଳି ଓ ସମସ୍ତ କଳାକାର ଉପସ୍ଥିତ ଥିଲେ। ଇମ୍ରାନଙ୍କ ଏହି ବୟାନର ଅର୍ଥ ଏହା ଯେ ନିଜ ମାଟିରେ ନିଜର କାୟା ବିସ୍ତାର କରୁଥିବା ଆତଙ୍କବାଦୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବାରେ ପାକିସ୍ତାନ ପଛକୁ ହଟିପାରେ। 

ଉଲ୍ଲେଖଯୋଗ୍ୟ ନିଜ ମାଟିରେ ସକ୍ରିୟ ଥିବା ଆତଙ୍କବାଦୀ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ ଆମେରିକା ଓ ଭାରତ ପକ୍ଷରୁ କ୍ରମାଗତ ପାକିସ୍ତାନ ଉପରେ ଚାପ ପକାଯାଉଛି। ଆତଙ୍କବାଦ ସହ ଲଢେଇରେ ପ୍ରାଣ ହରାଇଥିବା ଲୋକଙ୍କୁ ନେଇ ଇମ୍ରାନ କହିଛନ୍ତି ଯେ ମୁଁ ପୂର୍ବରୁ ମଧ୍ୟ ଏହି ଲଢେଇ ବିରୋଧରେ ରହିଛି। ଭବିଷ୍ୟତରେ ଆମେ ଅନ୍ୟ କୌଣସି ଦେଶର ଲଢେଇରେ ଅଂଶ ହେବୁ ନାହିଁ। ଆମର ବିଦେଶ ନୀତି କେବଳ ଦେଶର ସର୍ବୋଚ୍ଚ ହିତରେ ରହିବ।

ଇମ୍ରାନ ଖାନ କହିଛନ୍ତି ଯେ ଆମେ ମାନବ ସମ୍ବଳ ବିକାଶ ଉପରେ କାମ କରିବୁ। ପିଲାଙ୍କୁ ସ୍କୁଲ ପଠାଇବା, ହସ୍ପିଟାଲ ନିର୍ମାଣ କରିବା ଓ ମେରିଟ୍ ସିଷ୍ଟମ ପ୍ରସ୍ତୁତ କରି  ଆମେ ସମସ୍ତଙ୍କୁ ମୌଳିକ ସୁବିଧା ପ୍ରଦାନ କରିବୁ। ସେନା ଓ ସରକାର ମଧ୍ୟରେ ମତଭେଦକୁ ନେଇ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଦେଶର ହିତ ପାଇଁ ସେନା ଓ ସରକାର ଗୋଟିଏ ରାସ୍ତାରେ ଅଛନ୍ତି। 

  • Tags:

Subscribe

National International State Sports Entertainment