ଆସୁଛି ବାତ୍ୟା ଫ୍ଲୋରେନ୍ସ, ୨୨୦ କିମି ବେଗରେ ବହିବ ପବନ, ୧୦ ଲକ୍ଷ ଲୋକଙ୍କୁ ଚେତାବନୀ
Khabar Odisha:hurricane-florence-hurricane-florence-is-hurtling-toward-the-us-east-coast
ନୂଆଦିଲ୍ଲୀ, ସେପ୍ଟେମ୍ବର୧୧(ଖବର ଓଡ଼ିଶା):

ଆମେରିକାରେ ଏକ ଶକ୍ତିଶାଳୀ ଝଡ଼ ବାତ୍ୟା ଆସିବାର ଆଶଙ୍କା ରହିଛି।  ଏହାର ନାମ ରହିଛି ଫ୍ଲୋରେନ୍ସ। ଏହି ବାତ୍ୟା ଶ୍ରେଣୀ ୪ରେ ରହିଛି। ଏହା ଆମେରିକାର ପୂର୍ବତଟ ଅଞ୍ଚଳରେ ପ୍ରବେଶ କରିବ। ଏହାରି ପ୍ରଭାବରେ ପ୍ରବଳ ବେଗରେ ପବନ ବହିବ। ଯାହାର  ବେଗ ଘଣ୍ଟା ପ୍ରତି ୨୨୦ କିଲୋମିଟର ରହିବ। ଏହି ବାତ୍ୟାର ଆଶଙ୍କାକୁ ଦୃଷ୍ଟିରେ ରଖି ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି।

ଦକ୍ଷିଣ କ୍ୟାରୋଲିନାର ଗଭର୍ଣ୍ଣର ହେନରୀ ମ୍ୟାକମାଷ୍ଟର ଗୁରୁବାର ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ସତର୍କତାମୂଳକ ସ୍ଵରୂପ ପୂର୍ବତଟର ୧୦ ଲକ୍ଷ ନିବାସୀଙ୍କୁ ନିଜର ଘର ଛାଡି ସୁରକ୍ଷିତ ଜାଗାକୁ ଚାଲି ଯିବାକୁ କୁହାଯାଇଛି। 

ପଡୋଶୀ ଉତ୍ତର କ୍ୟାରୋଲିନାର ଗଭର୍ଣ୍ଣର ମଧ୍ୟ ଫ୍ଲୋରେନ୍ସରେ ପ୍ରଭାବିତ ହେବାକୁ ଥିବା ତଟୀୟ ଇଲାକା ଡେୟର କାଉଣ୍ଟିର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ କହିଛନ୍ତି। ଅନ୍ୟ ପଟେ ଭର୍ଜିନିଆରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। 

ଦକ୍ଷିଣ କ୍ୟାରୋଲିନାର ଗଭର୍ଣ୍ଣର ହେନରୀ ମ୍ୟାକମାଷ୍ଟର କହିଛନ୍ତି ଯେ ଏହି ବାତ୍ୟା ବହୁତ ଭୟଙ୍କର ରହିଛି। ପ୍ରଭାବିତ ଇଲାକାକୁ ଖାଲି କରିବା ବାଧ୍ୟତାମୂଳକ ହୋଇ ପଡିଛି। ବାତ୍ୟା ପ୍ରଭାବରେ ସେଠାରେ ବର୍ଷା ଆରମ୍ଭ ହୋଇ ଯାଇଛି। 

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ଵିଟ୍ କରି ଉତ୍ତର କ୍ୟାରୋଲିନା, ଦକ୍ଷିଣ କ୍ୟାରୋଲିନା ତଥା ପୂରା ପୂର୍ବତଟ ବାସିନ୍ଦାଙ୍କ ପାଇଁ ଏହି ବାତ୍ୟା ବହୁତ ବିପଦ ରହିଥିବା କହିଛନ୍ତି। ସେ କହିଛନ୍ତି ଦୟା କରି ସମସ୍ତ ଜରୁରୀ ସତର୍କତା ପଦକ୍ଷେପ ଉଠାନ୍ତୁ। ପ୍ରଶାସନକୁ ସତର୍କ କରି ଦିଆଯାଇଛି। ସେନା, ଉଦ୍ଧରକାରୀ ଦଳକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। 

  • Tags:

Subscribe

National International State Sports Entertainment