ପୁଣି ଥରେ ପାକିସ୍ତାନର ଦୁଃସାହାସ, ଗୁଜରାତ ସମୁଦ୍ର ସୀମାରୁ ୧୫ ଭାରତୀୟ ମତ୍ସ୍ୟଜୀବୀଙ୍କୁ କଲା ଅପହରଣ
Khabar Odisha:3-fishing-boats-and-15-fishermen-abducted-by-pakistan-marines-in-porbandar-by-gujarat
ପୋରବନ୍ଦର ,ଜାନୁଆରୀ ୦୯(ଖବର ଓଡ଼ିଶା):

ପାକିସ୍ତାନର ଏକ ଜାହାଜ ଗୋଟିଏ ସପ୍ତାହ ମଧ୍ୟରେ  ଦ୍ଵିତୀୟ ଥର ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରି ନେଇଛି।  ଗୁଜରାତର ପୋରବନ୍ଦରର ସମୁଦ୍ର ଇଲାକାରେ ପାକ୍ ସୈନିକ ବୁଧବାର ତିନୋଟି ନୌକାକୁ ନିଜର କବଜାକୁ ନେଇ ୧୫ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅପହରଣ କରିଛି।

ସୂଚନା ମୁତାବକ ବୁଧବାର  ସକାଳେ ଭାରତୀୟ ମତ୍ସ୍ୟଜୀବୀ ଗୁଜରାତର ପୋରବନ୍ଦରରେ ନିଜ ନିଜର ଡଙ୍ଗାରେ ଥିଲେ।  ସେହି ସମୟରେ  ପାକିସ୍ତାନୀ  ଜାହାଜ ଅତର୍କିତ ଭାବେ ଆସି ତିନୋଟି ନୌକାକୁ ଘେରି ନିଜ କବଜାକୁ ନେଇ ଯାଇଥିଲେ। ଏହି ତିନୋଟି ନୌକାରେ  ୧୫ ମତ୍ସ୍ୟଜୀବୀ ଥିଲେ, ଯାହାକୁ ପାକିସ୍ତାନୀ ସୈନିକ ଅପହରଣ କରି ନେଇଛନ୍ତି।

ଉଲ୍ଲେଖଯୋଗ୍ୟ ଗୋଟିଏ ସପ୍ତାହରେ ପାକିସ୍ତାନ ଦ୍ଵାରା ଭାରତୀୟ ମତ୍ସ୍ୟଜୀବୀଙ୍କକୁ ଅପହରଣ କରିବାର ଏହା ଦ୍ଵିତୀୟ ଘଟଣା। ଏହା ପୂର୍ବରୁ ପାକିସ୍ତାନୀ ସେନାର ଯବାନ ଗତ ଜାନୁଆରୀ ୩ରେ ଗୁଜରାତ ତଟରୁ ୫ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରି ନେଇଥିଲା। 

ପାକ୍ ନୌସେନା ୫ ମତ୍ସ୍ୟଜୀବୀଙ୍କୁ ଧରି ନେଲା

ପାକିସ୍ତାନୀ ସମୁଦ୍ର ସୁରକ୍ଷା ଏଜେନ୍ସି(ପିଏମଏସଏ) ଜାନୁଆରୀ ୩ର ବିଳମ୍ବିତ ରାତିରେ  ଗୁଜରାତ କୂଳରୁ ୫ ଭାରତୀୟ ମତ୍ସ୍ୟଜୀବୀକୁ ଅପହରଣ କରିବା ସହିତ ସେମାନଙ୍କ ନୌକାକୁ ମଧ୍ୟ ଜବତ କରିଥିଲା। ନ୍ୟାସନାଲ ଫିସଓ୍ଵାର୍କର୍ସ ଫୋରମ(ଏନଏଫଏଫ)ର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। 

ପିଏମଏସଏ ପାକିସ୍ତାନୀ ନୌସେନାର ଏକ ଶାଖା। ଏହି ଏଜେନ୍ସି ଭାରତୀୟ ମତ୍ସ୍ୟଜୀବୀଙ୍କୁ ତାଙ୍କରି ଦେଶର ସମୁଦ୍ର ସୀମା ଅତିକ୍ରମ କରିବା ଅଭିଯୋଗରେ ଧରି ନିଅନ୍ତି। 

Subscribe

National International State Sports Entertainment