ମୁଶାରଫଙ୍କ ପାଇଁ ବଢିଲା ଅଡୁଆ, ଦୈନିକ ହେବ ଦେଶଦ୍ରୋହ ମାମଲାର ଶୁଣାଣୀ
Khabar Odisha:hearing-will-be-every-day-against-musharraf-from-october-9-in-special-court
ଲାହୋର, ସେପ୍ଟେମ୍ବର ୧୧ (ଖବର ଓଡିଶା):

ଦେଶଦ୍ରୋହ ମାମଲାରେ ପାକିସ୍ତାନର ପ୍ରାକ୍ତନ ସେନାଧ୍ୟକ୍ଷ ତଥା ରାଷ୍ଟ୍ରପତି ପରଭେଜ୍ ମୁଶାରଫଙ୍କ ପାଇଁ ଅସୁବିଧା ବଢିବାରେ ଲାଗିଛି । ଏକ ବିଶେଷ ଅଦାଲତ ତାଙ୍କ ବିରୋଧରେ ଅକ୍ଟୋବର୯ରୁ ଦୈନିକ ଶୁଣାଣୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୭ରେ ଅସାମ୍ବିଧାନିକ ଭାବେ ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ ମାମଲାରେ ପାକର ପୂର୍ବ ସରକାର ୨୦୧୩ରେ ମୁଶାରଫଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାୟର କରିଥିଲା । ବର୍ତମାନ ମୁଶାରଫ ଦୁବାଇରେ ରହୁଛନ୍ତି । 

ବିଶେଷ ଅଦାଲତର ତିନି ସଦସୀୟ ପୀଠଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ୟାବର ଅଲ୍ଲୀ କହିଛନ୍ତି କି, ଏହି ମାମଲାରେ ବହୁତ ଶୀଘ୍ର ନିଷ୍ପତି ଆସିବ । ଏହା ସହ ଗୃହ ମନ୍ତ୍ରାଳୟ ମୁଶାରଫଙ୍କୁ କିପରି ଅଦାଲତରେ ହାଜର କରାଯିବ ସେନେଇ ଜବାବ ମାଗିଛି । 

ପାକ୍ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ମୁଶାରଫଙ୍କୁ ଏକଜିଷ୍ଟ୍ କଂଟ୍ରୋଲ ଲିଷ୍ଟରୁ ବାହାର କରି ଦିଆଯାଇଛି । ଏହା ପରେ ମୁଶାରଫ ମାର୍ଚ୍ଚ ୧୮, ୨୦୧୬ରେ ଦୁବାଇ ଚାଲି ଯାଇଥିଲେ । ସେବେଠାରୁ ସୁରକ୍ଷା ଆଳ ଦେଖାଇ ମୁଶାରଫ ପାକ୍ ଆସୁ ନାହାନ୍ତି । 

ମୁଶାରଫଙ୍କ ଓକିଲ ଅଖତର ଖାନ କହିଛନ୍ତି କି, ମୁଶାରଫଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ଡାକ୍ତରମାନେ ତାଙ୍କୁ ଯାତ୍ରା କରିବା ପାଇଁ ମନା କରିଛନ୍ତି । ଯଦି ତାଙ୍କୁ ରାଷ୍ଟ୍ରପତି ସ୍ତରର ସୁରକ୍ଷା ମିଳେ ତେବେ ସେ ଅଦାଲତରେ ହାଜର ନେଇ ବିଚାର କରିବେ ।

  • Tags:

Subscribe

National International State Sports Entertainment