ଆମେରିକା: ବିସ୍ଫୋଟକ ଦ୍ୱାରା ୩୯ଟି ଅଟ୍ଟାଳିକାରେ ଅଗ୍ନିକାଣ୍ଡ
Khabar Odisha:fire-caught-in-23-buldings-in-massachusetts-after-multiple-gas-blasts
ୱାସିଙ୍ଗଟନ, ସେପ୍ଟେମ୍ବର ୧୪ (ଖବର ଓଡିଶା) :

ଆମେରିକାର ମୈସାଚୁସେଟସରେ ଭୟାନକ ଅଗ୍ନିକାଣ୍ଡ ଘଟିଛି । କେତେକ ଗ୍ୟାସ୍ ବିସ୍ଫୋଟକ ଦ୍ୱାରା କାଲି ସନ୍ଧ୍ୟା ୫ଟାରେ ୩୯ଟି ଅଟ୍ଟାଳିକା ଏବଂ ଘରେ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ଲରେନ୍ସ, ଏଣ୍ଡୱର ଏବଂ ନର୍ଥ ଏଣ୍ଡୱର ସହରେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ ଲିଓନେଲ ରୋଡନ ନାମକ ଜଣେ ୧୮ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଥିବା ସମୟରେ ୧୦ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ହେବା ପରେ ତାଙ୍କୁ ବୋଷ୍ଟନ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । 

ସୂଚନାନୁଯାୟୀ, ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ଫଷ୍ଟ ହୋଇ ନାହିଁ । ମୈସାଚୁସେଟସ ଷ୍ଟେଟ୍ ପୁଲିସ କହିବା ମୁତାବକ, ସମୁଦାୟ ୨୩ଟି ବିସ୍ଫୋରଣ ହୋଇଛି । ସୁରକ୍ଷାବାହିନୀ ଗ୍ୟାସ ଗନ୍ଧ ଆସିବା ପରେ ସ୍ଥାନୀୟ ଘର ଗୁଡିକୁ ଖାଲି କରି ଦେଇଥିଲେ । ଆଂଚଳିକ ଅଗ୍ନିଶମ ବିଭାଗର ପ୍ରମୁଖ ମାଇକେଲ ମୈନ୍ସଫିଲ୍ଡଙ୍କ କହିବାନୁଯାୟୀ, ଅଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ଏଣ୍ଡୱରରେ ୧୮ଟି ଅଗ୍ନିଶମ ଗାଡି ନିଯୁକ୍ତ କରାଯାଇଛି ଏବଂ ଗ୍ୟାସର ଗନ୍ଧ ଆସିଲେ ତୁରନ୍ତ ଘରୁ ବାହାରି ୯୧୧ରେ ସମ୍ପର୍କ କରିବା ପାଇଁ ସ୍ଥାନୀୟ ଲୋକମାନଙ୍କୁ କୁହାଯାଇଛି ।  

  • Tags:

Subscribe

National International State Sports Entertainment