ଗୁମ୍ଫାରେ ଫସିଥିବା ପିଲାଙ୍କୁ ବିଶ୍ଵ କପ୍ ଫାଇନାଲ ଦେଖିବା ପାଇଁ ନିମନ୍ତ୍ରଣ କଲା ଫିଫା
Khabar Odisha:fifa-chief-gianni-infantino-invites-trapped-thai-boys-to-world-cup-final
ବ୍ୟାଙ୍କକ,ଜୁଲାଇ୦୬(ଖବର ଓଡ଼ିଶା):

ବିଶ୍ଵ କପ୍ ନିୟାମକ ସଂସ୍ଥା ଫିଫା ଥାଇଲାଣ୍ଡର ଗୁମ୍ଫାରେ ଫସିଥିବା  ୧୨ ଜଣ ସ୍କୁଲ ପିଲା ଓ ତାଙ୍କ କୋଚଙ୍କୁ ଜୁଲାଇ ୧୫ରେ ମସ୍କୋରେ ହେବାକୁ ଥିବା ଫିଫା ବିଶ୍ଵ କପର ଫାଇନାଲ ଦେଖିବା ପାଇଁ ଆମନ୍ତ୍ରିତ କରିଛି। ସମାଚାର ଏଜେନ୍ସି ତାସର ରିପୋର୍ଟ ଅନୁସାରେ ଫିଫା ଜୁନ ୨୩ ପରଠୁ ପିଲାଙ୍କ ଉଦ୍ଧାର ଅଭିଯାନ ଖବର ଉପରେ କ୍ରମାଗତ ନଜର ରଖିଥିଲା। 

ଫିଫାର ଅଧ୍ୟକ୍ଷ ଗିୟାନୀ ଇନଫ୍ୟାଣ୍ଟିନୋ ଥାଇଲାଣ୍ଡ ଫୁଟବଲ ଆସୋସିଏସନକୁ ପଠାଇଥିବା ପତ୍ରରେ କହିଛନ୍ତି ଯେ ଆମେ ସମସ୍ତେ ଆଶା କରୁଛୁ ଯେ ଯଦି ସେମାନେ ଆଗାମୀ ଦିନରେ ନିଜର ପରିବାର ବର୍ଗଙ୍କ ସହିତ ମିଶନ୍ତି ଏବଂ ସେମାନଙ୍କର ସ୍ଵାସ୍ଥ୍ୟ ସେମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଏ ତେବେ ଅତିଥି ରୂପେ ଫିଫା ବିଶ୍ଵ କପର ଫାଇନାଲ ଦେଖିବାକୁ ଆସିଲେ ଆମେ ଖୁସି ହେବୁ। 

ଜୁନ ୨୩ରେ ନ୍ୟାସନାଲ ପାର୍କର କର୍ମଚାରୀ ଥାମ ଖାଓ ଲୁଆଙ୍ଗ ଗୁମ୍ଫା ପାଖରେ ମୋଟର ସାଇକେଲ୍, ସାଇକେଲ ଓ ଖେଳ ଉପକରଣ ଦେଖିବାକୁ ପାଇଥିଲେ। ଏହା ପରେ ଯେତେବେଳେ ସ୍ଥାନୀୟ ଫୁଟବଲ କ୍ଲବ ସହ ସଂପର୍କ କରାଗଲା, ଜଣା ପଡିଲା ଯେ ୧୨ ସ୍କୁଲ ପିଲା ଏହି ଗୁମ୍ଫାରେ ଫସି ରହିଛନ୍ତି। ଏହି ପିଲାଙ୍କର ବସୟ ୧୧ ରୁ ୧୬ ବର୍ଷ ହେବ ଏବଂ କୋଚଙ୍କ ବୟସ ୨୫ ବର୍ଷ।  ଏହା ପରେ ଥାଇଲାଣ୍ଡ ପ୍ରଶାସନ ଗୁମ୍ଫାରେ ଫସିଥିବା ପିଲାଙ୍କୁ ବାହାର କରିବା ପାଇଁ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା। 

  • Tags:

Subscribe

National International State Sports Entertainment