ପୃଥିବୀର ଓଜନ ସ୍ତର ଠିକ୍ ହେବାରେ ଲାଗିଛି: ସଂଯୁକ୍ତ ରାଷ୍ଟ୍ର
Khabar Odisha:earth-protective-ozone-layer-is-finally-healing-from-damage-claims-un-report
ୱାସିଙ୍ଗଟନ୍, ନଭେମ୍ବର ୦୬ (ଖବର ଓଡିଶା) :

ପୃଥିବୀର ସୁରକ୍ଷା କବଚ ଓଜନ ସ୍ତରରେ ଏରିସେଲ ସ୍ପ୍ରେ ଏବଂ ଶୀତଳକ ଦ୍ୱାରା ହୋଇଥିବା କ୍ଷତିର ଏବେ ଭରଣ ହେଉଥିବା ସଂଯୁକ୍ତ ରାଷ୍ଟ୍ର କହିଛି । ୧୯୭୦ ପରଠାରୁ ଓଜନ ସ୍ତର ପତଲା ହେବାରେ ଲାଗିଥିଲା । ବୈଜ୍ଞାନିକମାନେ ଏହି ବିଷୟରେ ସୂଚନା ଦେଇଥିଲେ ଏବଂ ଓଜନକୁ କ୍ଷତି କରୁଥିବା ରାସାୟନିକ ଗ୍ୟାସର ବ୍ୟବହାରକୁ ଧୀରେ ଧୀରେ ବନ୍ଦ କରିବା ପାଇଁ ମଧ୍ୟ ସୂଚନା ଦିଆଯାଇଥିଲା । 

ସୂଚନାନୁଯାୟୀ, ଉକ୍ୱାଡୋରର ସ୍ୱିଟରେ ଗତକାଲି ହୋଇଥିବା ଏକ ସମ୍ମିଳନୀରେ ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ, ୨୦୩୦ ପର୍ଯ୍ୟନ୍ତ ଉତର ଗୋଲାର୍ଦ୍ଧ ଉପରେ ଓଜନ ସ୍ତର ସମ୍ପୂର୍ଣ୍ଣ ରୂପରେ ଠିକ୍ ହୋଇଯିବ ଏବଂ ଆଂଟ୍ରାକ୍ଟିକାରେ ହୋଇଥିବା ଓଜନ ଛିଦ୍ର ୨୦୬୦ ପର୍ଯ୍ୟନ୍ତ ଠିକ୍ ହୋଇଯିବ ବୋଲି ସେମାନେ କହିଛନ୍ତି । ସେହି ସମୟରେ ଦକ୍ଷିଣ ଗୋଲାର୍ଦ୍ଧରେ ଏହି ପ୍ରକ୍ରିୟା ଧୀରେ ଧୀରେ ହେଉଛି । ତେବେ ଏହି ପ୍ରକ୍ରିୟା ଶତାବ୍ଦୀର ମଧ୍ୟମ ପର୍ଯ୍ୟନ୍ତ ଠିକ୍ ହୋଇଯିବ ବୋଲି କୁହା ଯାଉଛି ।  

ନାସାର ଗୋଡାର୍ଡ ସ୍ପେସ୍ ଫ୍ଲାଇଟ୍ ସେଂଟରର ପ୍ରମୁଖ ପୃଥ୍ୱୀ ବୈଜ୍ଞାନିକ ଏବଂ ରିପୋର୍ଟର ସହ ପ୍ରମୁଖଙ୍କ କହିବା ଅନୁଯାୟୀ, ଏହା ବହୁତ ଭଲ ଖବର । ଯଦି ଓଜନକୁ ହ୍ରାସ କରୁଥିବା ଗ୍ୟାସର ପ୍ରଭାବ ବଢି ଥାନ୍ତା ତେବେ ଆମକୁ ବହୁତ ଖରାପ ଦିନ ଦେଖିବାକୁ ପଡିଥାନ୍ତା । ତେବେ ଆମେ ଏହାକୁ ରୋକି ଦେଇଛେ । ଓଜନ ବାୟୁମଣ୍ଡଳର ସେହି ସ୍ତର ଯାହା ପୃଥିବୀକୁ ସୂର୍ଯ୍ୟର ଅତି ବାଇଗଣୀ ରଶ୍ମୀଠାରୁ ଆମକୁ ରକ୍ଷା କରେ । ଏହି ରଶ୍ମୀ ଦ୍ୱାରା ତ୍ୱଚାରେ କ୍ୟାନସର୍, ଫସଲରେ କ୍ଷତି ଏବଂ ଅନ୍ୟ ସମସ୍ୟା ଆଦିର କାରଣ ହୋଇଥାଏ । 

Subscribe

National International State Sports Entertainment