ହାଲୁକା ଯୁଦ୍ଧ ଟ୍ୟାଙ୍କ ପରେ ଏବେ ଭାରତ ସୀମାରେ ଚୀନ ମୁତୟନ କଲା ହାତଚଳା ତୋପୋ
Khabar Odisha:chinese-military-equips-troops-in-tibet-with-mobile-howitzers-says-reports
ପେଇଚିଙ୍ଗ, ଜାନୁଆରୀ ୦୮(ଖବର ଓଡିଶା):

 ଭାରତ ସୀମା ଅନ୍ତର୍ଗତ ତିବ୍ବତରେ ହାଲୁକା ଯୁଦ୍ଧ ଟ୍ୟାଙ୍କର  ପରେ ଏବେ ଚୀନ ହାତଚଳା ତୋପ ମୁତୟନ କରିଛି। ଚୀନର ସରକାରୀ ମିଡିଆ ମଙ୍ଗଳବାର  ଏହାର ସୂଚନା ଦେଇ କହିଛି ଯେ ସୀମାରେ ସୈନ୍ୟ କ୍ଷମତା ବୃଦ୍ଧି ପାଇଁ ଗୋଳା ବର୍ଷଣ କରୁଥିବା ଛୋଟ ହାତଚଳା ତୋପର ମୃତୟନ କରିଛି। ଚୀନ ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ମୁତାବକ ସ୍ଵାୟତ୍ତ କ୍ଷେତ୍ର ତିବ୍ବତରେ ପିପୁଲ୍ସ ଲିବେରେସନ ଆର୍ମିକୁ ମଜବୁତ କରିବା ପାଇଁ ଏହି ହାତଚଳା ତୋପୋର ମୁତୟନ କରାଯାଇଛି। ବିଶେଷ କରି ସୀମା ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଚୀନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଖବରକାଗଜରେ କୁହାଯାଇଛି।

ଚୀନ ସେନାର ବିଶେଷଜ୍ଞଙ୍କ ସୂତ୍ରରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ପିଏଲସି- ୧୮୧ ଗୋଳା ବର୍ଷଣ କରୁଥିବା ହାତଚଳା ଛୋଟ ତୋପୋକୁ ଗାଡିରେ ନିଆଯାଇ ପାରିବ। ଶନିବାର ପିଏଲଏ ନିଜର ଓ୍ଵିଚାଟ୍ ଆକାଉଣ୍ଟରେ ଏହାର ସୂଚନା ଦେଇଛି।  ରିପୋର୍ଟ ମୁତାବକ ୨୦୧୭ରେ ଡୋକଲାମରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବ ଗତିରୋଧ ସମୟରେ ମଧ୍ୟ ଏହି ହାତଚଳା ତୋପୋର ବ୍ୟବହାର କରାଯାଇଥିଲା।

ଏହି ତୋପୋ ୫୦ କିଲୋମିଟରରୁ ଅଧିକ ରେଞ୍ଜ ପର‌୍ୟ୍ୟନ୍ତ ଲକ୍ଷ୍ୟଭେଦ କରି ପାରିବ। ଏଥିରେ ପିଏଲଏକୁ ଅଧିକ ଉଚ୍ଚ ବିଶିଷ୍ଟ ଇଲାକାରେ ଅଧିକ ଶକ୍ତି ମିଳିବ। ଚୀଣ ତିବ୍ବତରେ ହାଲୁକା ଯୁଦ୍ଧ ଟ୍ୟାଙ୍କ ମୁତୟନ କରିବା ପରେ ଏବେ  ଏହି ଗୋଳା ବର୍ଷଣ କରିପାରୁଥିବା ଛୋଟ ହାତଚଲା ତୋପୋ ସୀମାରେ ମୁତୟନ କରିଛି। 

Subscribe

National International State Sports Entertainment