ଟ୍ରମ୍ପଙ୍କ ବାଣିଜ୍ୟ ଲଢେଇର ମୁକାବିଲା ପାଇଁ ଚୀନ ଖେଳିଲା ବଡ଼ ବାଜି
Khabar Odisha:china-pumps-109-billion-dollar-into-economy-as-trade-war-against-us-bites-on-growth
ନୂଆଦିଲ୍ଲୀ, ଅକ୍ଟୋବର୦୭(ଖବର ଓଡ଼ିଶା):

ଆମେରିକା ସହିତ ଜାରି ବାଣିଜ୍ୟ ଲଢେଇର ମୁକାବିଲା ପାଇଁ ଚୀନ ଏବେ ନୂତନ ରଣନୀତି ପ୍ରସ୍ତୁତ କରିଛି। ଚୀନର କେନ୍ଦ୍ରୀୟ ବ୍ୟାଙ୍କ ଘରୋଇ ବଜାରରେ ନିବେଶ ଓ ଖର୍ଚ୍ଚର ଗତିକୁ କାଏମ ରଖିବା ପାଇଁ  ମାର୍କେଟରେ କ୍ୟାସ୍ ଫ୍ଲୋକୁ ବଢାଇବାକୁ ନିଷ୍ପତ୍ତି ନେଇଛି।  ଏଥିପାଇଁ ଚୀନର ସେଣ୍ଟ୍ରାଲ ବ୍ୟାଙ୍କ ରିଜର୍ଭ  ରିକ୍ୟୁରମେଣ୍ଟ ରେସିଓକୁ ଏକ ପ୍ରତିଶତ କମ କରି ଦେଇଛି। ସେଣ୍ଟ୍ରାଲ ବ୍ୟାଙ୍କର ଏହି ନିଷ୍ପତ୍ତି ଅକ୍ଟୋବର ୧୫ରେ ଲାଗୁ ହେବ। ଏଥିରେ ୧୦୯.୨ ଅରବ ଆମେରିକା ଡଲାର ଅତିରିକ୍ତ କ୍ୟାସ୍ ଚୀନର ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଚାଲି ଆସିବ।

ଆମେରିକା ସହିତ ଦିନକୁ ଦିନ ବାଣିଜ୍ୟ ଲଢେଇ ଗୁରୁତର ହେଉଥିବାରୁ ଦୁନିଆର ଦ୍ଵିତୀୟ ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା ଚୀନ ଏବେ ଚାପରେ ଗତି କରୁଛି। ଚୀନ ପକ୍ଷରୁ ଇନଫ୍ରାଷ୍ଟ୍ରଚକରରେ ନିବେଶ କରିବାକୁ ଘୋଷଣା କରିବା ପରେ ଚୀନରେ କେନ୍ଦ୍ରୀୟ ବ୍ୟାଙ୍କ ମାର୍କେଟରେ କ୍ୟାସ୍ ଫ୍ଲୋକୁ ବଢାଇବାକୁ ନିଷ୍ପତ୍ତି ନେଇଛି।  ଅନ୍ୟ ପଟେ ଗତ କିଛି ସମୟ ହେବ ଚୀନର ଅର୍ଥନୀତି ମନ୍ଥର ଦେଇ ଗତି କରୁଛି।

ପିପଲ୍ସ ବ୍ୟାଙ୍କ ଅଫ ଚାଇନା ରବିବାର କହିଛି ଯେ ରିଜର୍ଭ ରକ୍ଵାୟରମେଣ୍ଟ ରେସିଓ ଅକ୍ଟୋବର ୧୫ ରୁ ଏକ ପ୍ରତିଶତ କମ କରାଯାଉଛି।  ଏହି ହ୍ରାସ ପରେ ବ୍ୟାଙ୍କ ଚୀନର ଅର୍ଥନୀତିରେ ୧.୨ ଟ୍ରିଲିୟମ ୟୁଆନ ନିବେଶ କରି ପାରିବ। ଟ୍ରମ୍ପଙ୍କ ବାଣିଜ୍ୟ ଲଢେଇର ମୁକାବିଲା ପାଇଁ ଚୀନ ଏବେ ଏହି ନିଷ୍ପତ୍ତି ନେଇଛି। 

Subscribe

National International State Sports Entertainment