ପାକିସ୍ତାନର ଦୁଇଟି ଉପଗ୍ରହକୁ ଲଂଚ୍ କଲା ଚୀନ୍, ବଢିଲା ଭାରତର ଚିନ୍ତା
Khabar Odisha:china-launch-two-sattelites-for-pakistan
ନୂଆଦିଲ୍ଲୀ, ଜୁଲାଇ ୧୦(ଖବର ଓଡିଶା) :

ଚୀନ ପାକିସ୍ତାନ ସହ ନିଜର ବନ୍ଧୁତାକୁ ପୂନର୍ବାର ପ୍ରମାଣିତ କରିଛି । ଗତକାଲି ଚୀନ ଲାଙ୍ଗମାର୍ଚ୍ଚ୍-୨ସି ରକେଟରୁ ଦୁଇଟି ଉପଗ୍ରହକୁ ଲଂଚ୍ କରିଛି । ପ୍ରାୟ ୧୯ ବର୍ଷ ପରେ ଲାଙ୍ଗ୍ ମାର୍ଚ୍ଚ୍୨-ସି ରକେଟର ଏହା ପ୍ରଥମ ଅନ୍ତରାଷ୍ଟ୍ରୀୟ ବ୍ୟବସାୟିକ ଉତକ୍ଷେପଣ । 

ଚୀନ ଏବଂ ପାକିସ୍ତାନ ମଧ୍ୟରେ କିଛି ଦିନ ଧରି ବନ୍ଧୁତା ବୃଦ୍ଧି ପାଇବାରେ ଲାଗିଛି । ଦୁଇ ଦେଶ ସହ ଭାରତର ସମ୍ପର୍କ ମଧ୍ୟ ଏତେଟା ଭଲ ନାହିଁ । ଏହା ମଧ୍ୟରେ ଚୀନ୍ ମହାକାଶ ବିଜ୍ଞାନ କ୍ଷେତ୍ରରେ ପାକିସ୍ତାନକୁ ସହଯୋଗ କରିବା ଭାରତ ପାଇଁ ଚିନ୍ତାର ବିଷୟ । ଉଭୟ ଦେଶ ଭାରତର ବିଭିନ୍ନ ଗତିବିଦ୍ଧି ସମ୍ପର୍କରେ ନଜର ରଖିବା ପାଇଁ ମହାକାଶରେ ନିଜର ଅନେକ ସାଟେଲାଇଟ୍ ଲଂଚ୍ କରିବା ପାଇଁ ଯାଉଛନ୍ତି । 

ଖବର ଏଜେନ୍ସି ସିହ୍ନୁଆର ସୂଚନାନୁସାରେ, ପିଆରଏସଏସ-୧ ପାକିସ୍ତାନକୁ ବିକ୍ରି କରାଯାଇଥିବା ଚୀନର ପ୍ରଥମ ଅପ୍ଟିକାଲ ରିମୋର୍ଟ୍ ସେନସିଙ୍ଗ୍ ଉପଗ୍ରହ । ଏହାକୁ ଚାଇନା ଏକାଦେମୀ ଅଫ୍ ସ୍ପେସ ଟେକ୍ନୋଲୋଜି ଦ୍ୱାରା ବିକଶିତ କରାଯାଇଛି । 

ପାକିସ୍ତାନ ଦ୍ୱାରା ବିକଶିତ ଏକ ବୈଜ୍ଞାନିକ ଉପଗ୍ରହ ପାକଟିଇଏସ୍ -୧କୁ ଉତକ୍ଷେପଣ କେନ୍ଦ୍ରରୁ ସକାଳ ୧୧.୫୬ ମିନିଟ୍ ସମୟରେ ଉତକ୍ଷେପଣ କରାଯାଇଥିଲା । ଅଗଷ୍ଟ ୨୦୧୧ରେ ଏକ ଉପଗ୍ରହ ପାକସେଟ୍-୧ ଲଂଚ୍ ହେବା ପରେ ଏହା ଚୀନ ଏବଂ ପାକିସ୍ତାନର ଦ୍ୱିତୀୟ ଅନ୍ତରୀକ୍ଷ ସହଯୋଗ । 

ସୂଚନାନୁଯାୟୀ, ପିଆରଏସଏସ-୧ର ବ୍ୟବହାର ଭୂମି ଏବଂ ସଂସୋଧନ ସର୍ଭେକ୍ଷଣ, ପ୍ରାକୃତିକ ଉପାଦାନ ଉପରେ ନଜର, କୃଷି ଅନୁସନ୍ଧାନ, ସହର ନିର୍ମାଣ ଏବଂ ରାସ୍ତା ନିର୍ମାଣ କ୍ଷେତ୍ରର କରାଯିବ ।  

  • Tags:

Subscribe

National International State Sports Entertainment