ଏବେ ସର୍ଭିଲାନ୍ସ୍ ସିଷ୍ଟମ ଜରିଆରେ ଲୋକଙ୍କୁ ଚିହ୍ନଟ କରିବ ଚୀନ
Khabar Odisha:china-develops-gait-recognition-system-to-know-about-peoples
ପେଇଚିଙ୍ଗ୍, ନଭେମ୍ବର ୦୮ (ଖବର ଓଡିଶା) :

ଚୀନ ପ୍ରଶାସନ ଏକ ନୂଆ ସର୍ଭିଲାନ୍ସ ଟୁଲ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଲୋକମାନଙ୍କ ଆଚରଣକୁ ଚିହ୍ନଟ କରାଯାଇ ପାରିବ । ଏହି ସପ୍ଟଓୟାର ଲୋକମାନଙ୍କର ଶାରିରୀକ ଠାଣି ଜରିଆରେ ଏହା ଜାଣିବାକୁ ଚେଷ୍ଟା କରିବ ଯେ ଉକ୍ତ ବ୍ୟକ୍ତି କେମିତି ଚାଲନ୍ତି। ଏହି ଚାଲିବା ଢଙ୍ଗକୁ ନେଇ ଉକ୍ତ ସପ୍ଟଓୟାର ଲୋକଙ୍କୁ ଚିହ୍ନଟ କରିବ। ଏମିତିକି ଜଣେ ବ୍ୟକ୍ତିର ମୁହଁ ନଦେଖି କେବଳ ଚାଲି ଚଳନ ଅନୁଧ୍ୟାନ କରି ଏହି ମେସିନ୍ ଚିହ୍ନଟ କରି ପାରିବ ଯେ ଉକ୍ତ ବ୍ୟକ୍ତି ଜଣକ କିଏ । ତେବେ ଏହାକୁ ପ୍ରଥମେ ପୁଲିସ ବ୍ୟବହାର କରିବେ ବୋଲି କୁହାଯାଉଛି ।

ଏବେ ଚୀନ ପ୍ରଶାସନ ଆର୍ଟିଫିଶିୟାଲ ଇଂଟେଲିଜେନ୍ସ ଏବଂ ଡାଟା ସର୍ଭିଲାନ୍ସ ପାଇଁ ଏହାର ବିସ୍ତାର କରିବାକୁ ଯୋଜନା କରିଛନ୍ତି । ତେବେ ଟେକନିକ୍ ଜରିଆରେ ଲୋକମାନଙ୍କୁ କେତେ ଦୂର ନିୟନ୍ତ୍ରଣ କରାଯାଇ ପାରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସିଷ୍ଟମ ତିଆରି କରିଥିବା ବୈଟ୍ରିକ୍ସ କମ୍ପାନୀର ସିଇଓ ହୁଆଙ୍ଗ ୟୋଙ୍ଗଝେନ କହିଛନ୍ତି କି, ଏହି ସିଷ୍ଟମ ଜରିଆରେ ଲୋକମାନଙ୍କୁ ୫୦ ମିଟର ଦୂରରୁ ଚିହ୍ନଟ କରି ହେବ । କେବଳ ସେତିକି ନୁହେଁ ସିଷ୍ଟମ ଜରିଆରେ ସେହି ବ୍ୟକ୍ତିର ମୁହଁରେ କପଡା ପଡିଥିଲେ ମଧ୍ୟ ଏହା ଚିହ୍ନଟ କରି ପାରିବ । 

Subscribe

National International State Sports Entertainment