ଜେଲ ପରିଦର୍ଶନକୁ ଆସି ୧୦ ବର୍ଷ ପରେ କଏଦୀ ପିତାକୁ ଭେଟିଲେ ଛାତ୍ର, କାନ୍ଦି ଉଠିଲେ ଉଭୟ ପିତା-ପୁତ୍ର
Khabar Odisha:boy-school-trip-thai-jail-recognises-prisoner-father-photo
ନୂଆଦିଲ୍ଲୀ, ସେପ୍ଟେମ୍ବର୦୮(ଖବର ଓଡ଼ିଶା):

 କିଛି ସପ୍ତାହ ପୂର୍ବେ ଆଈ-ନାତୁଣୀଙ୍କ ଭାବୁକପୂର୍ଣ୍ଣ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।  ଏହି ଘଟଣାରେ ନାତୁଣୀ ଏକ ବୃଦ୍ଧାଶ୍ରମକୁ ବୁଲି ଯାଇଥାନ୍ତି, ହଠାତ ସେଠାରେ ତାଙ୍କର ଭେଟ୍ ନିଜ ଆଈଙ୍କ ସହ ହୁଏ। ଆଈ-ନାତୁଣୀଙ୍କ ଏହି ଭାବୁକ ଫଟୋ ବହୁତ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଏହି ଧରଣର ଆଉ ଏକ ବାପ-ପୁଅର ମିଳନର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। 

ଫଟୋରେ ଜଣେ ପିତା ଓ ପୁତ୍ରର ମିଳନର ଦୃଶ୍ୟ ରହିଛି। ଏହି ପୁତ୍ର ଜଣକ ନିଜ ପିତାଙ୍କୁ ୧୦ ବର୍ଷରୁ ଭେଟିନଥିଲେ। ଆଉ ଏବେ ଯେଉଁ ଜାଗାରେ ବାପା-ପୁଅଙ୍କ ସାକ୍ଷାତ ହୋଇଛି ତାହା ପୁଣି ଜେଲ ଭିତରେ। ପରେ ଜଣା ପଡିଲା ଯେ ଏହି ଘଟଣା ଥାଇଲାଣ୍ଡର ରେୟାଙ୍ଗ ପ୍ରଦେଶର। ଏଠାରେ ଏକ ସ୍କୁଲର ଛାତ୍ରଙ୍କୁ ନୈତିକତାର ପଠା ପଢାଇବା ପାଇଁ ଜେଲ ପରିଦର୍ଶନରେ ନିଆଯାଇଥିଲା। 

ଜେଲରେ ପୁଅଙ୍କ ସାକ୍ଷାତ ନିଜ ପିତା ସହ ହୋଇ ଯାଇଥିଲା। ତାହା ପୁଣି ୧୦  ବର୍ଷ ପରେ। ପିତାକୁ ଦେଖିବା ମାତ୍ରେ ପିଲାଟି ପାଦ ତଳେ ପଡ଼ି ଯାଇଥିଲା। ଏହି ଭାଇରାଲ ଫଟୋକୁ ଓରୋମ ଖୁନମୋଙ୍ଗ ନାମକ ଜଣେ ବ୍ୟକ୍ତି ସେପ୍ଟେମ୍ବର ୫ରେ ଫେସବୁକରେ ସେୟାର କରିଥିଲେ।

ଜେଲରେ କଏଦୀ ମାନେ ନିଜ ନିଜ ଜାଗାରେ ଛିଡା ହୋଇଥିଲେ। ସେହି ସମୟରେ ସବୁ ଛାତ୍ର ଜେଲ ପରିଦର୍ଶନ କରୁଥିଲେ। ମାତ୍ର ସେଥିରୁ ଜଣେ ଦଶମ ଶ୍ରେଣୀର ଛାତ୍ର ଗୋଟିଏ ଜାଗାରେ ଛିଡ଼ା ହୋଇ କାନ୍ଦି ବାକୁ ଲାଗିଲା। ସେହି ସମୟରେ ପିଲାଟି ଜଣେ କଏଦୀ ଆଡ଼କୁ ଚାହିଁ ରହିଥିଲା। ଛାତ୍ର ଜଣକୁ ଏହାର କାରଣ ପଚାରିବାରୁ ସେ କହିଲା ଯେ ସାର ସେ ମୋର ପିତା ଅଟନ୍ତି। 

ଯେବେ ଏହି ପିଲାଟି ପିତାଙ୍କୁ ଭେଟିବା  ପାଇଁ ନିଜର ଶିକ୍ଷକଙ୍କ ଅନୁମତି ଲୋଡିଲେ ତେବେ ପିତା ଭେଟିବାକୁ ମନା କରି ଦେଇଥିଲେ। କାରଣ ତାଙ୍କୁ ଭୟ ଥିଲା ଯେ ତାଙ୍କ ପୁତ୍ରଙ୍କୁ ତାର ସାଥୀଙ୍କ ଗହଣରେ ଲଜ୍ଜିତ ହେବାକୁ ନପଡ଼ୁ। ବହୁତ ସମୟ ବୁଝାଇବା ପରେ ବାପା ଜଣକ ପୁତ୍ରକୁ ଭେଟିବାକୁ ଆସିଥିଲେ। ପାଖାପାଖି ହେବା ପରେ ପିତା-ପୁତ୍ର ପରସ୍ପରକୁ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଥିଲେ। ଏହା ସହିତ ପୁତ୍ର ଜଣଙ୍କ ପିତାଙ୍କ ପାଦ ତଳେ ପଡି ଯାଇଥିଲେ। 

ପିତା ପୁତ୍ରକୁ ପଚାରି ଥିଲେ ଯେ ତୁମ ସାଥୀଙ୍କୁ ଜଣା ପଡିଗଲା ଯେ ତୁମର ପିତା ଜଣେ କଏଦୀ ଅଟେ।  ତୁମକୁ ମୋ କାରଣରୁ ଲଜ୍ଜିତ ହେବାକୁ ପଡିଛି ?  ପୁତ୍ର କହିଥିଲା ଯେ କଦାପି ନୁହେଁ, ମୁଁ ଲଜ୍ଜିତ ନୁହଁ ବରଂ ଆପଣଙ୍କୁ ଭେଟି ବହୁତ ଖୁସି ଅଛି।  

ଏହି ଭାବୁକ କ୍ଷଣରେ ପିତା ପୁତ୍ରଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଜେଲରୁ ବାହାରିବା ପରେ ଜଣେ ଭଲ ମଣିଷ ଭାବେ ବଞ୍ଚିବେ ଏବଂ ସେ ନିଜ ପୁତ୍ରକୁ ଜଣେ ଭଲ ମଣିଷ ହୋଇ ଦେଖାଇବାକୁ କହିଛନ୍ତି। 

  • Tags:

Subscribe

National International State Sports Entertainment