ଚୀନର ଚାଲକୁ ବିଫଳ କଲା ବାଂଲାଦେଶ, ନିଜେ ନିର୍ମାଣ କରିବ ସବୁଠୁ ବଡ଼ ପୋଲ
Khabar Odisha:bangladesh-will-make-biggest-bridge-on-padma-river-with-own-funds-want-to-avoid-chinese-debt-trap
ନୂଆଦିଲ୍ଲୀ,ନଭେମ୍ବର୦୭(ଖବର ଓଡ଼ିଶା):

 ଭାରତର ପଡ଼ୋଶୀ ଦେଶକୁ ନିଜ ଜାଲରେ ଫସାଇ  ସେମାନଙ୍କୁ ଋଣର ବୋଜଭାର ତଳେ ଦବାଇ ରଖୁଥିବା ଚୀନର ନୀତି ବାଂଲାଦେଶ ଉପରେ କାମ କରି ନାହିଁ। ଆମର ଖାସ୍ ପଡୋଶୀ ଦେଶ ଥିବା ବାଂଲାଦେଶ କିଛି ଦେଶକୁ ଋଣ ଜାଲରେ ଫସାଇ ସେମାନଙ୍କ ଉପରେ ପ୍ରାଧ୍ୟାନ୍ୟବିସ୍ତା କରୁଥିବା ଚୀନର ଏହି ନୀତିକୁ ଦେଖି ଉଚିତ୍ ଶିକ୍ଷା ନେଇଛି। ଏବେ ବାଂଲାଦେଶ ଚୀନର ବିନା ସହାୟତାରେ ସବୁଠୁ ବଡ଼ ଇନଫ୍ରାଷ୍ଟ୍ରକଚର ପ୍ରକଳ୍ପକୁ ନିଜେ ପୂରା କରିବ।  

ସୂଚନା ମୁତାବକ ନେପାଳ, ଶ୍ରୀଲଙ୍କା ଓ ମାଳଦ୍ଵୀପର ସ୍ଥିତିକୁ ଦେଖି ଚୀନଠୁ ଋଣ ନ ନେବାକୁ ବାଂଲାଦେଶ ନିର୍ଣ୍ଣୟ ନେଇଛି। ଚୀନ ଏହି ସବୁ ଦେଶକୁ ନିଜର ଋଣ ଜାଲରେ ଫସାଇ ସେମାନଙ୍କ ଅବସ୍ଥା ଖରାପ କରି ସାରିଛି। ବାଂଲାଦେଶ ନିଜ ଦେଶରେ ପଦ୍ମା ନଦୀରେ ୨୦ କିଲୋମିଟର ଲମ୍ବର ପୋଲ ନିର୍ମାଣ କରିବାକୁ ଚାହୁଁଛି। ଯାହା ଉପରେ ରେଳ ଓ ସଡ଼କ ଉଭୟ ମାର୍ଗ ହୋଇ ପାରିବ।  ଶେଖ ହସିନାଙ୍କ ସରକାର ଏହା ଉପରେ ପ୍ରାୟ ୩୦ ହଜାର କୋଟି ଖର୍ଚ୍ଚ କରିବେ। ସରକାର ଏହି ସବୁ ଅର୍ଥ ନିଜେ ବହନ କରିବେ। ଏହି ପ୍ରକଳ୍ପ କେବେ ପୂରା ହେବ ତାହା ଉପରେ କିଛି ସୂଚନା ଦିଆଯାଇ ନାହିଁ।

ମାମଲା ଉପରେ ଖବର ରଖୁଥିବା ଜଣେ ଅଧିକାରୀ କହିଛନ୍ତି ଯେ  ଏହି ପୋଲ ପାଇଁ କୌଣସି ପ୍ରକାର ଅନ୍ତରାଷ୍ଟ୍ରୀୟସ୍ତରରୁ ଅାର୍ଥିକ ସହାୟତା ନିଆଯାଇ ନାହିଁ। ଋଣ କିମ୍ବା ଅନ୍ୟ ଦେଶଠୁ ଅର୍ଥ ନେଣଦେଣରୁ ବର୍ତ୍ତିବା ପାଇଁ ବାଂଲାଦେଶ ସରକାର ନିଜ ଅର୍ଥରେ ପୋଲର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି।

ପୋଲ ନିର୍ମାଣର ଫାଇଦା

ଏହି ପୋଲ ବାଂଲାଦେଶକୁ ଭାରତ ଓ ଦକ୍ଷିଣ-ପୂର୍ବ ଏସିଆକୁ ସଂଯୋଗ କରିବ। ଏହି ପ୍ରକଳ୍ପ ପାଇଁ   ପୂର୍ବରୁ ବିଶ୍ଵ ବ୍ୟାଙ୍କରୁ ଅର୍ଥ ମଗାଯାଇଥିଲା, ମାତ୍ର ବିଶ୍ଵ ବ୍ୟାଙ୍କ ଦେବାକୁ ମନା କରି ଦେଇଥିଲା। ଏହି ପୋଲ ନିର୍ମାଣ ହେଲେ ରାଜଧାନୀ ଢାକା ଓ ବାକି ବାଂଲାଦେଶକୁ ଆର୍ଥିକ ସ୍ତରରେ ପଛୁଆ ଥିବା ପଶ୍ଚିମ କ୍ଷେତ୍ରକୁ ଯୋଡ଼ା ଯାଇ ପାରିବ।

ସୂଚନାଯୋଗ୍ୟ ବାଂଲାଦେଶର ତତ୍କାଳୀନ ଖାଲିଦା ଜିଆ ସରକାର ଏହି ପୋଲ ନିର୍ମାଣରୁ ନିବୃତ୍ତ ରହିବାକୁ ଚେଷ୍ଟା କରିଥିଲେ। ସେ  ଭାବୁଥିଲେ ଯେ ପଡୋଶୀ ଦେଶ ସହିତ ବାଂଲାଦେଶର ଯୋଗାଯୋଗ ବଢିଲେ ତାଙ୍କ ଦେଶର ସାର୍ବଭୌମ ଉପରେ ପ୍ରଭାବ ପଡ଼ିବ। ମାତ୍ର ହସିନା ସରକାର ପୋଲ ନିର୍ମାଣ ହେଲେ ଫାଇଦା ହେବ ବୋଲି କହିଛନ୍ତି। 

Subscribe

National International State Sports Entertainment