ଭୁଲ ରନଓ୍ଵେରେ ଅବତରଣ କଲା ଏୟାର ଇଣ୍ଡିଆର ବିମାନ, ଫାଟିଗଲା ଦୁଇ ଟାୟାର, ଅଳ୍ପକେରୁ ବର୍ତ୍ତିଲେ ଯାତ୍ରୀ
Khabar Odisha:air-india-flight-landed-at-the-nonoperational-runway-at-a-airport-in-maldives
ମାଲେ, ସେପ୍ଟେମ୍ବର୦୭(ଖବର ଓଡ଼ିଶା):

ଏୟାର ଇଣ୍ଡିଆର ଏକ ବିମାନ ଶୁକ୍ରବାର ଦୁର୍ଘଟଣାର ଶିକାର ହେବାରୁ ଅଳ୍ପକେରୁ ବର୍ତ୍ତି ଯାଇଛି। ତିରୁଅନନ୍ତପୁରମରୁ ଉଡାଣ ଭରିଥିବା ଏୟାର ଇଣ୍ଡିଆର ଏହି ବିମାନଟି ମାଲଦ୍ଵୀପରେ ଭୁଲ ରନଓ୍ଵେରେ ଅବତରଣ କରିଥିଲା। ଏହି ଘଟଣାରେ ବିମାନର ଦୁଇଟି ଟାୟାର ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି। ଟାୟାର ଫାଟି ଯିବାରୁ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ମିଳିଥିବା ସୂଚନା ମୁତାବକ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ କୌଣସି ମୃତାହତର ଖବର ନାହିଁ। 

ସୂଚନା ମୁତାବକ ଏୟାର ଇଣ୍ଡିଆର ବିମାନ ୩୨୦ଏନଇଓ ଶୁକ୍ରବାର ତିରୁଅନନ୍ତପୁରମରୁ ମାଲଦ୍ଵୀପର ମାଲେ ଭେଲାନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରୁଥିଲା। କୁହାଯାଉଛି ଯେ ବିମାନ ଅବତରଣ କରିବା ସମୟରେ ଭୁଲ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କାରଣରୁ ବିମାନଟି ନିର୍ମାଣଧୀନ ରନଓ୍ଵେରେ ଅବତରଣ କରିଥିଲା। 

କୁହାଯାଉଛି ଯେ ଏହି ରନଓ୍ଵେକୁ ବିମାନ ପରିଚାଳନା ପାଇଁ ଆରମ୍ଭ କରାଯାଇ ନାହିଁ। ରନଓ୍ଵେରେ ଅବତରଣ ସମୟରେ ବିମାନରେ ୧୩୬ ଯାତ୍ରୀ ଥିଲେ। ବିମାନରେ ଥିବା ସମସ୍ତ ଯାତ୍ରୀ ଓ ଚାଳକ ସମସ୍ତେ ସୁରକ୍ଷିତ ଅଛନ୍ତି। 

କୁହାଯାଉଛି ଯେ ଏହି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ନୂତନ ରନଓ୍ଵେର  ନିର୍ମାଣ ୨୦୧୮ ମାର୍ଚ୍ଚରେ ଆରମ୍ଭ ହୋଇଥିଲା। ରନଓ୍ଵେର ନିର୍ମାଣ କାର‌୍ୟ୍ୟ ପ୍ରାୟତଃ ପୂରା ହୋଇ ସାରିଛି। ମାତ୍ର ରନଓ୍ଵେ ଏ ପର‌୍ୟ୍ୟନ୍ତ ବିମାନ ଅବତରଣ ପାଇଁ ପ୍ରସ୍ତୁତ ହୋଇ ନାହିଁ। ରନଓ୍ଵେର ଲମ୍ବ ୩,୪୦୦ ମିଟର ହୋଇଥିବା  ବେଳେ ଓସାର ୬୦ ମିଟର ରହିଛି। 

  • Tags:

Subscribe

National International State Sports Entertainment