ସାବରୀମାଲା ହିଂସା: ବ୍ରିିଟେନ ନିଜର ନାଗରିକଙ୍କ ପାଇଁ ଜାରି କଲା ଟ୍ରାଭେଲ ଏଡଭାଇଜରି
Khabar Odisha:UK-updates-travel-advisory-to-India-after-violent-protests-erupt-in-Kerala

ଲଣ୍ଡନ, ଜାନୁଆରୀ ୦୬ (ଖବର ଓଡ଼ିଶା): ବ୍ରିଟେନ ଭାରତକୁ ଯାତ୍ରା କରୁଥିବା ନିଜର ନାଗରିକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରି ଜାରି କରିଛି ଯେ, ସେମାନେ ସତର୍କ ରୁହନ୍ତୁ । କେରଳର ସାବରୀମାଲାସ୍ଥିତ ଭଗବାନ ଆୟପ୍ପା ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗରେ ହିଂସା ପରିସ୍ଥିତି ପରେ ଯାତ୍ରା ପରାମର୍ଶ ଜାରି କରାଯାଇଛି । 

ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନକୁ ଯାତ୍ରାକୁ ନେଇ ନିୟମିତ ଭାବରେ ପରାମର୍ଶ ଜାରି କରୁଥିବା ବିଦେଶ ଏବଂ ରାଜ୍ୟଗୋଷ୍ଠୀ କାର୍ଯ୍ୟାଳୟ (ଏଫ୍ସିଓ) ଶୁକ୍ରବାର କହିଛି କେରଳର ଯାତ୍ରା ପାଇଁ ଯୋଜାନ କରୁଥିବା ବ୍ରିଟିଶ ନାଗରିକଙ୍କୁ ଗଣମାଧ୍ୟମରେ ଆସୁଥିବା ଖବର ଉପରେ ନଜର ରଖିବା ଦରକାର । ଏଫସିଓ ନିଜର ପରାମର୍ଶରେ କହିଛି, ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗରେ ରାଜ୍ୟ ଏବଂ ସହରଗୁଡ଼ିକରେ ହିଂସା ଦେଖାଯାଇଛି । ପୋଲିସ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଛକା ପଂଞ୍ଝା ଲାଗି ରହିଛି । ଫଳରେ ଠାକୁର ଦର୍ଶନ ପ୍ରଭାବିତ ହୋଇଛି । 

ପରାମର୍ଶ ଅନୁସାରେ ଯଦି ଆପଣ କେରଳରେ ଅଛନ୍ତି ଅଥବା ଏଠାକୁ ଯିବା ପାଇଁ ଯୋଜାନା କରୁଛନ୍ତି, ତା’ହେଲେ ସତର୍କ ରହିବା ଉଚିତ । ନିଜ ଦେଶର ନାଗରିକମାନଙ୍କୁ ବ୍ରିଟେନ ପରାମର୍ଶ ଦେଇଛି ଯେ, ସବୁବେଳେ ସେମାନେ ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ଖବର ଉପରେ ନଜର ରଖନ୍ତୁ । ଭିଡ଼ସ୍ଥାନକୁ ଯିବା ପୂର୍ବରୁ ସେଠାକାର ପରିସ୍ଥିତି ସଂପର୍କରେ ଅବଗତ ହେବା ଦରକାର । ଭିଡ଼ ସ୍ଥାନରେ କଫ୍ୟୁ ଲାଗିଛି କି, ସେଥିପ୍ରତି ସତର୍କ ରୁହନ୍ତୁ ବୋଲି ପରାମର୍ଶ ଜାରି ହୋଇଛି । 

 

  • Tags:

Subscribe

National International State Sports Entertainment