ବ୍ରିଟେନରେ ରାଜନୈତିକ ସଂକଟ, ୨୪ ଘଣ୍ଟା ମଧ୍ୟରେ ୩ଜଣ ମନ୍ତ୍ରୀ ଦେଲେ ଇସ୍ତଫା
Khabar Odisha:Three-ministers-of-Britain-resign

ବ୍ରିଟେନ, ଜୁଲାଇ ୧୦ (ଖବର ଓଡ଼ିଶା): ବ୍ରିଟେନରେ ରାଜନୈତିକ ସଂକଟ ଦେଖାଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୩ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଫଳରେ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କ ସଂକଟ ବଢି ଯାଇଛି । ବ୍ରେକିଜେଟ ମନ୍ତ୍ରୀ ଡେଭିସ, ଜୁନିଅର ବ୍ରେକିଜେଟ ମନ୍ତ୍ରୀ ଷ୍ଟିଭ ବେକର ଇସ୍ତଫା ଦେବା ପରେ ଏବେ ବିଦେଶ ମନ୍ତ୍ରୀ ବୋରିସ ଜନସନ ମଧ୍ୟ ପଦ ତ୍ୟାଗ କରିଛନ୍ତି । 

ବ୍ରିଟେନର ପ୍ରଧାନମନ୍ତ୍ରୀ ଥେରେସା ମେ ବ୍ରେକିଜେଟ ରଣନୀତି କାରଣରୁ ସରକାରଙ୍କ କ୍ୟାବିନେଟରେ ମତାନ୍ତର ଦେଖାଯାଇଛି । ବ୍ରିଟେନର ଉଇରୋପୀୟ ସଂଘଠାରୁ ଅଲଗା ହେବା ନେଇ ସମୟ ପାଖାଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ଥେରେସାଙ୍କ ଉପରେ ରାଜନୈତିକ ଚାପ ବଢ଼ିଛି । ବ୍ରେକିଜେଟ କ୍ୟାମ୍ପେନର ମୁଖ୍ୟ ଚେହରା ଓ ସରକାରଙ୍କ ୨ ନମ୍ବର ରାଜନୈତିଜ୍ଞ ବ୍ୟକ୍ତି ଥିବା ବେଳେ ବିଦେଶ ମନ୍ତ୍ରୀ ବୋରିସ ଜନସନଙ୍କ ଇସ୍ତଫା ଥେରେସା ମେଙ୍କୁ ଝଟକା ବୋଲି ଆଲୋଚନା ହେଉଛି । 

ବର୍ଷ ୨୦୧୬ରେ ବ୍ରିଟେନର ଥେରେସା ମେ ସରକାର ଜନମତ ସଂଗ୍ରହ ଜରିଆର ଉଇରୋପୀୟ ସଂଘ ଠାରୁ ବାହାରିବା ପାଇଁ ନିଷ୍ପତ୍ତି ନେଇଥିଲା । ଏହି ନିଷ୍ପତ୍ତି ଅନୁସାର ବ୍ରିଟେନର ୨୮ ସଦସୀୟ ଉଇରୋପୀୟ ସଂଘ ୨୦୧୯ ମାର୍ଚ୍ଚ ୨୯ରେ ଅଲଗା ହୋଇପାରନ୍ତି । କିନ୍ତୁ ଏପର୍ଯ୍ୟନ୍ତ ବ୍ରିଟେନ ଓ ଉଇରୋପୀୟ ସଂଘ ମଧ୍ୟରେ ସଂପୂର୍ଣ୍ଣ ନିଷ୍ପତ୍ତି ହୋଇ ନାହିଁ । 

 

  • Tags:

Subscribe

National International State Sports Entertainment