ଭାରତୀୟ କାର୍ଯ୍ୟକ୍ରମ ଆମ ସଂସ୍କୃତିକୁ କ୍ଷତି ପହଂଚାଉଛି: ପାକିସ୍ତାନ ସୁପ୍ରିମକୋର୍ଟ
Khabar Odisha:SC-will-not-allow-airing-of-Indian-content-as-it-damages-our-culture-says-Pakistan-CJI

ଇସଲାମାବାଦ, ଜାନୁଆରୀ ୧୦ (ଖବର ଓଡ଼ିଶା): ପାକିସ୍ତାନର ପ୍ରଧାନ ବିଚାରପତି ସାକିବ ନିସାର ବୁଧବାର କହିଛନ୍ତି, ଉଚ୍ଚତମ ନ୍ୟାୟଳୟ ପାକିସ୍ତାନୀ ଟିଭି ଚେନାଲରେ ଭାରତୀୟ କାର୍ଯ୍ୟକ୍ରମ ଦେଖିବାକୁ ଅନୁମତି ଦେବ ନାହିଁ, କାରଣ ଏହା ଆରମ ସଂସ୍କୃତିକୁ କ୍ଷତି ପହଂଚାଉଛି । ପାକିସ୍ତାନୀ ଗଣମାଧ୍ୟମ ‘ଡନ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରଧାନ ବିଚାରପତି ନିସାର ପାକିସ୍ତାନର ଟିଭି ଚେନାଲରେ ଭାରତୀୟ କାର୍ଯ୍ୟକ୍ରମ ପ୍ରସାରଣ ନେଇ କଟକଣାର ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ବିରୋଧରେ ପାକିସ୍ତାନ ଇଲେକଟ୍ରୋନିକ ଗଣମାଧ୍ୟମ ନିୟାମକ ପ୍ରାଧିକରଣ ଆବେଦନର ଶୁଣାଣୀ ସମୟରେ ଏହି ଟିପ୍ପଣୀ ଦେଇଛନ୍ତି । 

ଖବରକାଗଜର ରିପୋର୍ଟ ଅନୁସାରେ ପ୍ରାଧିକରଣର ପ୍ରମୁଖ ସଲିମ ବେଗ ଅଦାଲତଙ୍କୁ କହିଥିଲେ ଯେ, ‘ଫିଲମାଜିୟା ଚେନାଲ’ରେ ଦେଖାଯାଉଥିବା ୩୬ ପ୍ରତିଶତ ବିଦେଶୀ ଅଟେ ଏବଂ ଏହା ବେଳେ ବେଳେ ୮୦ ପ୍ରତିଶତ ହୋଇ ଯାଉଛି । 

ପ୍ରଧାନ ବିଚାରପତି କହିଛନ୍ତି, ଆମେ (ପାକିସ୍ତାନ) ଚେନାଲରେ ଭାରତୀୟ କାର୍ଯ୍ୟକ୍ରମର ପ୍ରସାରଣକୁ ଅନୁମତି ଦେବୁ ନାହିଁ । ପ୍ରାଧିକରଣର ଆଇନଜୀବୀ ପ୍ରଧାନ ବିଚାରପତିଙ୍କୁ କହିଛନ୍ତି, ଫିଲମୋଜିୟା କୌଣସି ସମାଚାର ଚେନାଲ ନୁହେଁ ବରଂ ମନୋରଂଜନ ଚେନାଲ ଅଟେ । ଏହା କୌଣସି କୁପ୍ରଚାର କରି ନଥାଏ । ପ୍ରଧାନ ବିଚାରପତି ଜବାବ ଦେଇଛନ୍ତି ଯେ, ମାତ୍ର ଏହା ଆମର ସଂସ୍କୃତିକୁ କ୍ଷତି ପହଂଚାଉଛି । ଏହି ମାମଲାରେ ଶୁଣାଣୀ ଫେବୃୟାରୀ ପ୍ରଥମ ସପ୍ତାହକୁ ସ୍ଥଗିତ ରଖାଯାଇଛି । 

 

  • Tags:

Subscribe

National International State Sports Entertainment