ଇମ୍ରାନଙ୍କୁ ମାଙ୍କଡ ସହିତ ତୁଳନା କଲେ ପାକିସ୍ତାନୀ ରାଜନେତା ମୌଲାନା ଫଜଲୁର ରହମାନ
Khabar Odisha:Pakistani-Politician-Maulana-Fazlur-Rehman-Takes-A-Dig-At-Imran-Khan

ଇସଲାମାବାଦ, ଅକ୍ଟୋବର ୦୮ (ଖବର ଓଡ଼ିଶା): ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସେଠାକାର ଜଣେ ରାଜନେତା ମାଙ୍କଡ ସହିତ ତୁଳନା କରିଛନ୍ତି । ମୌଲାନା ଫଜଲୁର ରହମାନ ନାମରେ ଜଣେ ନେତା କହିଛନ୍ତି, ମୁଁ ଏକ ଭିଡିଓ କ୍ଲିପ ଦେଖୁଥିଲି, ଯେଉଁଥିରେ ଜଣେ ଡ୍ରାଇଭର ଗଣବେଶରେ ଥିଲା । ସେ ବସର ଷ୍ଟିଅରିଂ ଉପରେ ଏକ ମାଙ୍କଡକୁ ବସାଇ ଥିଲା । ମାଙ୍କଡ ମନେ କରୁଥିଲା ଯେ, ମୁଁ ଗାଡି ଚଳାଉଛି । ବାସ୍ତବରେ ମାଙ୍କଡ ଗାଡି ଚଳାଉ ନଥିଲା । ଗାଡିକୁ ବର୍ଦ୍ଦିଧାରୀ ବ୍ୟକ୍ତି ଚଳାଉଥିଲା । 

ଯେଉଁ ଭିଡିଓକୁ ଫଜଲୁର ରହମାନ ଦେଖିଥିଲେ, ତାହା ଭାରତର । କର୍ଣ୍ଣାଟକରେ ଏହି ଭିଡିଓ ଉତ୍ତୋଳନ କରାଯାଇଥିଲା । କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ ନିଗମର ଜଣେ ଚାଳକ ବସ ଚଳାଇବା ସମୟରେ ଏକ ମାଙ୍କଡକୁ ବସ ଷ୍ଟିଅରିଂ ଉପରେ ରଖି ଗାଡି ଚଳାଉଥିଲେ । ଏହି ଭିଡିଓ ଯେତେବେଳେ ସୋସିଆଲ ମିଡିଆରେ ଯେତେବେଳେ ଭାଇରାଲ ହୋଇଥିଲା, ଲୋକେ ବହୁତ ଦେଖିଥିଲେ । ଏହି ଭିଡିଓକୁ ଦେଖିବା ପରେ ପାକିସ୍ତାନୀ ରାଜନେତା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଫଜରୁଲଙ୍କ ଦ୍ୱାରା ଦିଆଯାଇଥିବା ଟିପ୍ପଣୀ ପରେ ଏହା ଏବେ ଏକ ଖବର ହୋଇଛି, ଯେଉଁଥିରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ନିନ୍ଦା କରାଯାଇଛି । 

 

  • Tags:

Subscribe

National International State Sports Entertainment