ଚୀନର ଫାଶରେ ଫସିଛନ୍ତି ୭୮ ଦେଶ, ଆର୍ଥିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ
Khabar Odisha:Pakistan-facing-financial-crunch

ନୂଆଦିଲ୍ଲୀ, ଅଗଷ୍ଟ ୦୯ (ଖବର ଓଡ଼ିଶା): ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ‘ଓ୍ଵାନ୍‌ ବେଲ୍ଟ ଓ୍ଵାନ୍‌ ରୋଡ ପ୍ରକଳ୍ପ’କୁ ‘ପ୍ରୋଜେକ୍ଟ ଅଫ୍‌ ଦ ସେଞ୍ଚୁରୀ’ କହିଥିଲେ। ସେ କହିଥିଲେ ଯେ, ଏହାଦ୍ୱାରା ଜଗତିକରଣରେ ସୁବର୍ଣ୍ଣ ଯୁଗ ଆସିବ। ଚୀନର ଓ୍ଵାନ୍‌ ବେଲ୍ଟ ଓ୍ଵାନ୍‌ ରୋଡ୍‌ ପ୍ରକଳ୍ପରେ ୭୮ଟି ଦେଶ ସାମିଲ ଅଛନ୍ତି ଓ ଏହା ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ବିକାଶ ମୂଳକ ଯୋଜନା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏହି ପ୍ରକଳ୍ପକୁ ନେଇ ବୁଦ୍ଧିଜୀବୀ ତଥା କୁଟନୀତିଜ୍ଞମାନେ ସମାଲୋଚନା ମଧ୍ୟ କରୁଛନ୍ତି। ଏହାର ମୂଳ କାରଣ ହେଲା ଯେ, ଏହି ପ୍ରକଳ୍ପରେ ଯେଉଁ ଦେଶମାନେ ସାମିଲ ଅଛନ୍ତି, ସେମାନେ ଚୀନର ଜାଲରେ ଫସୁଛନ୍ତି। ଏହି ଦେଶମାନେ ଏଭଳି ଫସିଯିବାର ଆଶା ଦେଖାଯାଉଛି ଯେ, ମୁକୁଳିବା ସହଜ ନୁହେଁ। 

ଚୀନର ରାଶିରେ ବିଭିନ୍ନ ଦେଶରେ ସଡ଼କ ପ୍ରକଳ୍ପ ଗୁଡ଼ିକର ନିର୍ମାଣ ଚାଲିଥିବା ବେଳେ, ଏ ନେଇ ଅନେକ ବିବାଦ ମଧ୍ୟ ଦେଖାଯାଉଛି ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ପାକିସ୍ତାନ, ଶ୍ରୀଲଙ୍କା, ମୋଣ୍ଟେନେଗ୍ରୋ ଓ ମାଲେସିଆ ଋଣ ଗ୍ରସ୍ତ ହୋଇଛି। ଏହି ଦେଶମାନଙ୍କୁ ଚୀନ ସଡ଼କ ନିର୍ମାଣ ପାଇଁ ଆର୍ଥିକ ସହଯୋଗ କରୁଛି। ପୁଣି କେଉଁ ଦେଶକୁ କେତେ ଅର୍ଥ ଯୋଗାଉଛି ତାହା, ସାର୍ବଜନୀକ କରାଯାଉ ନାହିଁ। ଚୀନ କେତେ ଅର୍ଥ ବିନିଯୋଗ କରୁଛି ଓ ଯେଉଁ ଦେଶରେ ନିର୍ମାଣ କାମ ଚାଲିଛି, ସେହି ଦେଶର ଅଂଶ ଧନ କେତେ ତାହା ମଧ୍ୟ ସ୍ପଷ୍ଟ ହୋଇପାରୁ ନାହିଁ।  

ଓ୍ଵାସିଙ୍ଗଟନ୍‌ର ଏକ ଥିଙ୍କ୍‌ ଟ୍ୟାକ୍‌ ଆରଡବ୍ଲୁଆର ଆଡଭାଇଜରୀ ଗ୍ରୁପ ଅନୁସାରେ ପ୍ରକଳ୍ପରେ କେତେ ଅର୍ଥ ବିନିଯୋଗ ହେଉଛି ତାହା ସାର୍ବଜନୀକ କରାଯାଉ ନାହିଁ। ସଂସ୍ଥାର ମୁଖ୍ୟ ଆଣ୍ଡ୍ରୁ ଡେଭେନପୋର୍ଟ କହିଛନ୍ତି, ଅନୁବନ୍ଧକୁ ହାସଲ କରିବା ପାଇଁ ସ୍ପଷ୍ଟ ପ୍ରକ୍ରିୟା ପାଳନ କରାଯାଇ ନାହିଁ। ଅନ୍ୟ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚୀନ ଯେଉଁ ୭୮ଟି ଦେଶ ଗୁଡ଼ିକୁ ଏଥିରେ ସାମିଲ କରାଯାଇଛି ଏଥିରୁ ଅଧିକାଂଶ ଦେଶର ଆର୍ଥିକ ବ୍ୟବସ୍ଥା ଖରାପ ସ୍ଥିତିରେ ପହଞ୍ଚିଛି।

ଉଦାହରଣ ସ୍ୱରୂପ ବିଆରଆଇରେ ସାମିଲ ପାକିସ୍ତାନକୁ ନିଆଯାଇପାରିବ। ଆଇସିଡିସି ର‍୍ୟାଙ୍କିଙ୍ଗ ଅଫ ଦ କଣ୍ଟ୍ରି ରିସ୍କରେ ପାକିସ୍ତାନକୁ ୭ମ ସ୍ଥାନ ମିଳିଛି। ଏହି ମାସରେ ପାକିସ୍ତାନ ଏହା ସ୍ପଷ୍ଟ କରିଛି ଯେ, ଅନ୍ତର୍ଜାତୀୟ ମୁଦ୍ରା କୋଷରେ ବେଲଆଉଟ ପାଇଁ ସଂପର୍କ କରୁଛି। ଚାଇନା ପାକିସ୍ତାନ ଇକୋନୋମିକ କୋରିଡର ଅନୁଯାୟୀ ଚୀନ ପାକିସ୍ତାନରେ ୬୦ ମିଲିୟନ ଡଲାର ବିନିଯୋଗରେ ଅନେକ ପ୍ରକଳ୍ପରେ କାମ କରୁଛି। ସିପିଇସି ଯୋଗୁଁ କାରଣ ପାକିସ୍ତାନ ଚୀନ ଠାରୁ ଅଧିକ ଜିନିଷ ଆମଦାନୀ କରୁଛି। ଋଣ ପୈଠ କରିବା ଯୋଗୁଁ ପାକିସ୍ତାନର ବିଦେଶୀ ମୁଦ୍ରାକୋଷ ପାଖାପାଖି ଖାଲି ହୋଇଯାଇଛି। ପାକିସ୍ତାନ ବିଦେଶୀ ମୁଦ୍ରା ଭଣ୍ଡାରରେ ଅର୍ଥ ସଙ୍କଟ ଦେଖାଯାଇଛି। ଜୁନ ଶେଷରେ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ୧୦ ମିଲିୟନ ଡଲାର ବିଦେଶୀ ମୁଦ୍ରା ବଞ୍ଚିଥିଲା। ମୋଟାମୋଟି କହିବାକୁ ଗଲେ ପାକିସ୍ତାନର ଆର୍ଥିକ ଅବସ୍ଥା ଖରାପ ଦିଗ ଆଡକୁ ଗତି କରୁଛି।

 

  • Tags:

Subscribe

National International State Sports Entertainment