ସଂକଟରେ ପାକିସ୍ତାନ: ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠିକୁ ସହାୟତା ରାଶି ମାଗିବେ ଇମ୍ରାନ ଖାନ
Khabar Odisha:Pakistan-demand-bailout-to-International-Monetary-Fund

ଇସଲାମାବାଦ, ଅକ୍ଟୋବର ୦୯ (ଖବର ଓଡ଼ିଶା): ପାକିସ୍ତାନ ପାଇଁ ଦୁର୍ଦ୍ଦିନର ସମୟ ଆସିଛି । ଆର୍ଥିକ ସମସ୍ୟା ଯୋଗୁଁ ଦେଶ ଚଳାଇବା ସହଜ ହେଉ ନାହିଁ । ଦେଶରେ ଟଙ୍କାର ଅଭାବ ଯୋଗୁଁ ସରକାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଦ୍ୱାରସ୍ଥ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆର୍ଥିକ ସନ୍ତୁଳନ ପାଇଁ ପାଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ‘ବେଲଆଉଟ ପ୍ୟାକେଜ’ ପାଇଁ ଆଇଏମ୍ଏଫକୁ ସହାୟତା ମାଗିବେ ବୋଲି ସରକାର ସୋମବାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଇମ୍ରାନ ଆଇଏମଏଫକୁ ସଂପର୍କ କରିବେ ।  

ଅର୍ଥମନ୍ତ୍ରୀ ଅସଦ ଉମର କହିଛନ୍ତି, ଆଲୋଚନା ଚାଲିଛି ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ନିଷ୍ପତ୍ତିକୁ ମଞ୍ଜୁରୀ ଦିଆଯିବା ପରେ ଆଇଏମଏଫ ସହିତ ସଂପର୍କ କରାଯିବ । ସୂଚନାଯୋଗ୍ୟ, ଗତ ମେ’ ମାସ ୩୧ରେ କୁହାଯାଇଥିଲା ଯେ, ପାକିସ୍ତାନର ବିଦେଶୀ ମୁଦ୍ରା କୋଷ କ୍ରମାଗତ ଭାବରେ ଖାଲି ହେଉଛି । ତଥ୍ୟ ଅନୁସାରେ ପାକିସ୍ତାନ ପାଖରେ ଏବେ ୧୦.୩ ମିଲିୟନ ଡଲାର ଅର୍ଥାତ ୬୯ହଜାର ୫୦୪ କୋଟି ଟଙ୍କା ବିଦେଶୀ ମୁଦ୍ରା ଭଣ୍ଡାରରେ ଗଚ୍ଛିତ ଅଛି । ଗତ ବର୍ଷ ମେ’ ମାସରେ ଏହା ୧୬.୪ ମିଲିୟନ ଡଲାର ଅର୍ଥାତ ୧,୧୦,୬୬୭ କୋଟି ଟଙ୍କା ଥିଲା । 

ପାକିସ୍ତାନ ପାଖରେ ଯାହା ଟଙ୍କା ଅଛି, ଏହା ମାତ୍ର ୧୦ ସପ୍ତାହ ମଧ୍ୟରେ ଶେଷ ହୋଇଯିବ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଦେଶରେ ଚାକିରି କରୁଥିବା ପାକିସ୍ତାନୀମାନେ ଯେଉଁ ଟଙ୍କା ପଠାଉଛନ୍ତି, ସେଥିରେ ମଧ୍ୟ ହ୍ରାସ ପାଇଛି । ପାକିସ୍ତାନର ଆମଦାନୀ ବଢ଼ିଛି । ଚୀନ-ପାକିସ୍ତାନ କୋରିଡର ଯୋଗୁଁ ବିଦେଶୀ ମୁଦ୍ରା କୋଷ ଖାଲି ହେବାରେ ଲାଗିଛି । 

ବିଶ୍ୱ ବ୍ୟାଙ୍କ ୨୦୧୭ ଅକ୍ଟୋବରରେ ପାକିସ୍ତାନକୁ ଚେତାବନୀ ଜାରି କରିଥିଲା । ବିଶ୍ୱ ବ୍ୟାଙ୍କ ଋଣ ପରିଶୋଧ କରିବାକୁ ହେଲେ ପାକିସ୍ତାନକୁ ୧୭ମିଲିୟନ ଡଲାର ଆବଶ୍ୟକ । ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ପାକିସ୍ତାନକୁ ଆର୍ଥିକ ସହାୟତା ପୂର୍ବଭଳି ମିଳୁ ନାହିଁ । ରିପୋର୍ଟ ଅନୁସାରେ ପାକିସ୍ତାନ ସହିତ ଆମେରିକାର ସଂପର୍କ ଏକ ପ୍ରକାର ଶେଷ ହୋଇଯାଇଛି । 

 

  • Tags:

Subscribe

National International State Sports Entertainment