ପିଟିଆଇ ସୁପ୍ରିମୋ ଇମ୍ରାନଙ୍କ ପାଇଁ ଭଲ ଖବର: ସମର୍ଥନ ଜଣାଇଲେ ୨୮ ସ୍ୱାଧୀନ ପ୍ରାର୍ଥୀ
Khabar Odisha:Pakistan-28-independent-candidates-support-PTI-lead-Imran-Khan

ଇସଲାମାବାଦ, ଅଗଷ୍ଟ ୧୦ (ଖବର ଓଡ଼ିଶା): କ୍ରିକେଟରରୁ ନେତା ପାଲଟିଥିବା ପାକିସ୍ତାନ ତରହରିକ-ଏ-ଇନସାଫ ସୁପ୍ରିମୋ ଇମ୍ରାନ ଖାଁଙ୍କ ପାଇଁ ଭଲ ଖବର ଆସିଛି । ଆଗାମୀ ସପ୍ତାହରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ନେବା ପୂର୍ବରୁ ତାଙ୍କୁ ୨୮ ଜଣ ସ୍ୱାଧୀନ ପ୍ରାର୍ଥୀ ସମର୍ଥନ ଜଣାଇଛନ୍ତି । ଏହା ଦ୍ୱାରା ଇମ୍ରାନଙ୍କ ପାର୍ଟି ‘ପିଟିଆଇ’ ଆହୁରି ମଜବୁତ ହୋଇଛି । ଏଥି ସହିତ ଇମ୍ରାନ ଖାଁଙ୍କ ଦଳ ମହିଳା ଓ ସଂଖ୍ୟାଲଘୁ ପାଇଁ ସଂରକ୍ଷିତ ସିଟରେ ଅଧିକ ଦାବି କରି ପାରିବ ।

ନିର୍ବାଚନ ଆୟୋଗ ପୂର୍ବରୁୁ କହିଥିଲେ, ସ୍ୱାଧୀନ ପ୍ରାର୍ଥୀମାନେ ନିଜ ପସନ୍ଦର ଦଳ ସହିତ ଅଗଷ୍ଟ ପୂର୍ବରୁ ଯୋଡ଼ି ହୋଇପାରିବେ ଅର୍ଥବା ସ୍ୱାଧୀନ ଭାବରେ ରହିବାକୁ ବିକଳ୍ପ ବାଛିପାରିବେ । ରାଜନୀତି ଦଳକୁ ମହିଳା ଓ ସଂଖ୍ୟାଲଘୁଙ୍କ ପାଇଁ ଆରକ୍ଷଣ ପାଇଁ ୬୦ ସିଟରେ ନିର୍ବାଚିତ ସଦସ୍ୟଙ୍କ ସଂଖ୍ୟା ଆଧାରରେ ବଣ୍ଟା ଯାଇ ପାରିବ । 

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ନିର୍ବାଚନ ଆୟୋଗ ୮୪୯ ନିର୍ବାଚନ ମଣ୍ଡଳୀରୁ ୮୧୫ରେ ସାଧାରଣ ଲୋକ ଓ ବିଜେତାଙ୍କ ଆଧିକାରିକ ରୂପରେ ଅଧିସୂଚନା କରିଛନ୍ତି । ଏବେ ପାର୍ଟି ସହିତ ଯୋଡ଼ି ହେବାର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ୨୮ ଜଣ ସ୍ୱାଧୀନ ପ୍ରାର୍ଥୀ ଇମରାନଙ୍କ ଦଳରେ ଯୋଡ଼ି ହୋଇ ଯିବା ପରେ ସଂଖ୍ୟା ଏବେ ୧୪୪ରେ ପହଞ୍ଚିଛି । 

 

  • Tags:

Subscribe

National International State Sports Entertainment