ଭାରତୀୟ ଶିଖଙ୍କୁ ବିନା ଭିସାରେ ଅାସିବାକୁ ଦେବ ପାକିସ୍ତାନ
Khabar Odisha:pak-to-open-kartarpur-border-crossing-with-india-for-sikh-pilgrims-minister
ଅହମ୍ମଦାବାଦ, ସେପ୍ଟେମ୍ବର୦୭(ଖବର ଓଡ଼ିଶା):

ପାକିସ୍ତାନ ଖୁବ୍ ଶୀଘ୍ର ଭାରତୀୟ ଶିଖ୍ ଶ୍ରଦ୍ଧାଳୁଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି।  ପାକିସ୍ତାନ ଭାରତୀୟ ସୀମାରେ ଲାଗିଥିବା  କରତାପୁର ବର୍ଡର କ୍ରସିଙ୍ଗକୁ ଖୋଲିବାକୁ ନିର୍ଣ୍ଣୟ ନେଇଛି। ସୂଚନା ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ଘୋଷଣା କରିଛନ୍ତି ଯେ ଐତିହାସିକ ଗୁରୁଦ୍ଵାରରେ ଦର୍ଶନ ପାଇଁ ଆସୁଥିବା ଭାରତୀୟ ଶିଖଙ୍କୁ ଏବେ ଭିସାର କୌଣସି ଆବଶ୍ୟକତା ନାହିଁ। ଏଠାରେ କହି ରଖୁଛୁ ଯେ କିଛି ଦିନ ପୂର୍ବେ ନବଜୋତ ସିଂହ ସିଦ୍ଧୁଙ୍କ ଇସଲାମାବାଦ ଯାତ୍ରା ସମୟରେ ମଧ୍ୟ କରତାପୁର ରର୍ଡର ମାମଲା ଚର୍ଚ୍ଚାକୁ ଆସିଥିଲା। 

ଗତ ମାସରେ  ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିବା ସିଦ୍ଧୁ ପାକିସ୍ତାନର ଆର୍ମି ମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ଵାଙ୍କୁ ଆଲିଙ୍ଗନ କରିଥିଲେ। ଯାହାକୁ ନେଇ ଦେଶରେ ବହୁତ ଆଲୋଚନାର ବିଷୟ ହୋଇଥିଲା ଏବଂ ସିଦ୍ଧୁଙ୍କୁ ବହୁତ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ସେହି ସମୟରେ ସିଦ୍ଧୁ କହିଥିଲେ ଯେ ପାକିସ୍ତାନ ଭାରତୀୟ ଶିଖଙ୍କ ପାଇଁ ଗୁରୁ ନାନକ ଦେବଙ୍କ ୫୫୦ ତମ ଜୟନ୍ତୀ ଅବସରରେ କରତାପୁର ମାର୍ଗ ଖୋଲିବାକୁ ଯାଉଛନ୍ତି। ଏବେ ପାକ୍ ମନ୍ତ୍ରୀ କହିଛନ୍ତି ଯେ ଗୁରୁଦ୍ଵାର ଦରବାର ସାହିବ କରତାପୁର ଯାତ୍ରା କରୁଥିବା ଶିଖଙ୍କ ପାଇଁ ଏକ ସିଷ୍ଟମ ପ୍ରସ୍ତୁତ କରାଯାଉଛି ଏବଂ ଏହା ଖୁବ୍ ଶୀଘ୍ର ଲାଗୁ କରାଯିବ।

ଉଲ୍ଲେଖଯୋଗ୍ୟ କରତାପୁର ଗୁରୁଦ୍ଵାର ଭାରତୀୟ ସୀମାରେ ଲାଗି ରହିଥିବା ପଞ୍ଜାବ ପ୍ରଦେଶର ନାରୋବାଲ ଜିଲ୍ଲାରେ ରହିଛି। ଏହି ତୀର୍ଥସ୍ଥଳ ଶିଖଙ୍କ ପାଇଁ ବହୁତ ମହତ୍ଵପୂର୍ଣ୍ଣ ଅଟେ। କାରଣ କୁହାଯାଏ ଯେ ଶିଖ ଧର୍ମର ସଂସ୍ଥାପକ ଗୁରୁ ନାନକ ଦେବ ଏଠାରେ ହିଁ ନିଜର ଶେଷ ସମୟ ଅତିବାହିତ କରିଥିଲେ। 

  • Tags:

Subscribe

National International State Sports Entertainment