ଫିଲିପିନ୍‌ରେ ଝଡ଼ ଜନିତ ମୃତ୍ୟୁ ସଂଖ୍ୟା ପହଂଚିଲା ୧୨୬, ଏବେବି ୨୬ ଜଣ ନିଖୋଜ
Khabar Odisha:Now-the-number-of-people-killed-in-the-Philippines

ମନିଲା, ଜାନୁଆରୀ ୦୭ (ଖବର ଓଡ଼ିଶା): ଫିଲିପିନ୍‌ରେ ବଡ଼ଦିନ ପରେ ଆସିଥିବା ଝଡ଼ରେ ମୃତ୍ୟୁ ସଂଖ୍ୟା ବଢ଼ି ୧୨୬ରେ ପହଂଚିଛି। ଫିଲିପିନ୍‌ର ଗଣମାଧ୍ୟମର ରିପୋର୍ଟରୁ ଏହା ଜଣାପଡ଼ିଛି। ଜଣେ ଅଧିକାରୀ ରବିବାର ମିଡିଆକୁ ଦେଇଥିବା ସୂଚନା ଅନୁସାରେ ମୁସଲଧାର ବର୍ଷା ଯୋଗୁଁ ଅନେକ ସ୍ଥାନରେ ଭୁସ୍ଖଳନ ଦେଖାଯାଇଛି। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ଦେଶର ମଧ୍ୟ ଏବଂ ପୂର୍ବାଂଚଳରେ ୨୦୧୮ ଡିସେମ୍ବର ୨୯ରେ ଝଡ଼ ତୋଫାନ ‘ଉସ୍ମାନ’ ଆସିଥିଲା। ଏହି ଛଡ଼ ତୋଫାନ ପରେ ବନ୍ୟା ଓ ଭୁସ୍ଖଳନ ଲୋକଙ୍କ ପାଇଁ ଦାଉ ସାଜିଥିଲା। ସ୍ଥାନୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚଳାଳନା ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ମନିଲାର ଦକ୍ଷିଣ-ପୂର୍ବ ପାର୍ବତ୍ୟାଞ୍ଚଳ ‘ବିକୋଲ’ ଅଂଚଳରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ସଂସ୍ଥାର ମୁଖପାତ୍ର ଏଡଗାର ପୋଜଡେସ ଗଣମାଧ୍ୟମକୁ କହିଛନ୍ତି, ତୋଫାନ ‘ଉସ୍ମାନ’ ପ୍ରଭାବରେ ବିକୋଲ ଅଂଚଳରେ ପ୍ରବଳ ବର୍ଷା ହୋଇଛି। ଉଦ୍ଧାର କା ଜାରି ରହିଛି କିନ୍ତୁ କାଦୁଅ ଯୋଗୁଁ ବେଳେ ବେଳେ ଉଦ୍ଧାର କାମରେ ପ୍ରତିବନ୍ଧକ ଦେଖାଯାଉଛି। ପୋଜଡେସ କହିଛନ୍ତି ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ଝଡ଼ ଯୋଗୁଁ ଏଯାଏଁ ପ୍ରାୟ ୧,୫୨,୦୦୦ ଲୋକଙ୍କୁ ବିସ୍ଥାପିତ କରାଯାଇଛି। ଏଥିରେ ୭୫ ଜଣ ଲୋକ ଆହତ ହୋଇଛନ୍ତି।

  • Tags:

Subscribe

National International State Sports Entertainment