ନୱାଜ ସରିଫଙ୍କୁ ମିଳିଲା ୧୨ ଘଣ୍ଟାର ପାରୋଲ, ସ୍ତ୍ରୀଙ୍କ ଅନ୍ତିମ ସଂସ୍କାରରେ ହେବେ ଶାମିଲ
Khabar Odisha:Nawaz-Sharif-wife-Kulsoom-death-funeral-parole-Pakistan

ଇସଲାମାବାଦ, ସେପ୍ଟେମ୍ବର ୧୨ (ଖବର ଓଡ଼ିଶା): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଦୁର୍ନୀତି ଅଭିଯୋଗରେ ଜେଲରେ ବନ୍ଦ ଥିବା ନୱାଜ ସରିଫଙ୍କ ପତ୍ନୀ କୁଲସୁମ ନୱାଜଙ୍କ ମଙ୍ଗଳବାର ଲଣ୍ଡନସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । କୁଲସୁମଙ୍କ ଅନ୍ତିମ ସଂସ୍କାର ପାଇଁ ନୱାଜ ସରିଫ, ତାଙ୍କ ଝିଅ ମରିୟମ ନୱାଜ ଓ ଜ୍ୱାଇଁ କ୍ୟାପଟେନ ସଫଦରଙ୍କୁ ୧୨ ଘଣ୍ଟା ପାଇଁ ପାରୋଲରେ ଛାଡ଼ିବାକୁ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।

ପାକିସ୍ତାନ ସରକାର ଏସମସ୍ତଙ୍କୁ କୁଲସୁମ ନୱାଜଙ୍କ ଅନ୍ତିମ ସଂସ୍କାରରେ ଶାମିଲ ହେବାକୁ ୧୨ ଘଣ୍ଟା ପାଇଁ ଛାଡ଼ି ଦେବେ । ଏହି ସମୟରେ କିଛି ନିୟମ ପାଳନ କରିବାକୁ ପଡିବ । ସୂଚନାଯୋଗ୍ୟ ୬୮ ବର୍ଷିଅ କୁଲସୁମ ନୱାଜ ଗତ କିଛି ଦିନ ଧରି କ୍ୟାନସର ରୋଗ ଯୋଗୁଁ ଇଣ୍ଡନର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଗଳାରେ କ୍ୟାନସର ହୋଇଥିଲା । ଲଣ୍ଡନରେ କୁଲସୁମଙ୍କ ଚିକିତ୍ସା ଚାଲିଥିଲା । 

ଲାହୋରରେ ସୁପୁଦ-ଏ-ଖାକ କରିବା ପରେ ଲଣ୍ଡନରେ ତାଙ୍କ ସ୍ମୁତିରେ ଶୋକସଭା ପାଳନ ହେବ । ପାକିସ୍ତାନରେ କୁଲସୁମଙ୍କୁ ସମ୍ମାନ ଦିଆଯିବ । ଲଣ୍ଡନର ହାର୍ଲେ ଷ୍ଟ୍ରୀଟ କ୍ଲିନିକରେ ବର୍ଷ ୨୦୧୭ ଜୁନରୁ କୁଲସୁମଙ୍କ ଚିକିତ୍ସା ଚାଲିଥିଲା । ତାଙ୍କୁ ସୋମବାର ଠାରୁ ଲାଇଫ ସପୋର୍ଟରେ ରଖିଥିଲେ । ନୱାଜ ସରିଫ ଓ କୁଲସୁମଙ୍କ ୧୯୭୧ରେ ନିକାହ ହୋଇଥିଲା । 

 

  • Tags:

Subscribe

National International State Sports Entertainment