ପୃଥିବୀଠାରୁ ୩ ଗୁଣ ବଡ ଗ୍ରହର ଆବିଷ୍କାର କଲା ନାସା, ଜୀବନ ବଞ୍ଚିବାର ଯଥେଷ୍ଟ ସମ୍ବାବନା ରହିଛି
Khabar Odisha:Nasa-Discovers-Strange-Planet-Hiding-Outside-Our-Solar-System
ନୂଆଦିଲ୍ଲୀ,ଜାନୁଆରୀ ୦୯ (ଖବର ଓଡିଶା)

 ଆମ ସୌରମଣ୍ଡଳ ବାହାରେ ଆଉ ଗ୍ରହ ଆବିଷ୍କାର କରିଛି ଆମେରିକା ମହାକାଶ ଗବେଷଣାକରୀ ସଂସ୍ଥା ନାସା । ଏହି ଗ୍ରହର ନାଁ ଏଚଡି ୨୧୭୪୯b ଦିଆଯାଇଛି । ଏହି ଗ୍ରହର ଆବିଷ୍କାର ନାସାର ଟ୍ରାଙ୍ଗିଟିଙ୍ଗ ଏକ୍ସୋପ୍ଲାନେଟ ସର୍ବେ ସେଟଲାଇଟ(ଟିଇଏସଏସ) କରିଛି । ଆବିଷ୍କାର ହୋଇଥିବା ଏହି ଗ୍ରହ ପୃଥିବୀଠାରୁ ୫୩ ଆଲୋକ ବର୍ଷ ଦୂରରେ ରହିଛି । ପୃଥିବୀର ନିକଟରେ ରହି ମଧ୍ୟ ଏହି ଗ୍ରହ ଅଧିକ ଥଣ୍ଡା ରହିଛି । ଏହି ଗ୍ରହର ତାପମାତ୍ରା ପ୍ରାୟ ୩୦୦ ଡିଗ୍ରୀ ଫାରେନାଇଟ । 

ଏଚଡି ୨୧୭୪୯b ଗୋଟିଏ ଛୋଟ ତାରାର ପରିକ୍ରମା କରୁଛି । ଏହି ପରିକ୍ରମା କରିବାକୁ ତାକୁ  ୩୬  ଦିନ ଲାଗୁଛି । ଅନ୍ୟ ଗ୍ରହରେ ଜୀବନର ସନ୍ଧାନରେ ଲାଗିଥିବା ବୈଜ୍ଞାନିକ ମାନଙ୍କ ଏହା ଅତ୍ୟନ୍ତ ଖୁସିର ଖବର । ବାୟୁମଣ୍ଡଳର ଘନତ୍ୱରୁ ଏହି ଗ୍ରହରେ ବଞ୍ଚବାର ସମ୍ଭାବନା ରହିଥାଇପାରେ ବୋଲି ବୈଜ୍ଞାନିକ ମନେ କହିଛନ୍ତି । ଏକ ସାକ୍ଷତକାରରେ ଏହି ଗ୍ରହକୁ ଖୋଜିଥିବା ବୈଜ୍ଞାନିକ କହିଛନ୍ତି ଯେ ଗ୍ରହଟି ସୂର୍ଯ୍ୟ ପରି ଏକ ଆଲୋକିତ ପିଣ୍ଡୁଳାର ପରିକ୍ରାମା କରୁଛି, ବର୍ତ୍ତମାନ ସୁଦ୍ଧା ଆବିଷ୍କାର ହୋଇଥିବା ଗ୍ରହମାନଙ୍କ ମଧ୍ୟରେ ଏହା ସବୁଠୁ ଛୋଟ ଥଣ୍ଡା ଗ୍ରହ । ଏହା ସହ ସେ କହିଛନ୍ତି ଯେ ବୈଜ୍ଞାନିକ ମନାଙ୍କ ଦ୍ୱାରା ଅବିଷ୍କୃତ ହୋଇଥିବା ଏହି ଗ୍ରହ ଛୋଟ ହୋଇଥିଲେ ମଧ୍ୟ ଏହା ପୃଥିବୀ ତୁଳନାରେ ତିନି ଗୁଣ ବଡ ରହିଛି । 

Subscribe

National International State Sports Entertainment