ଇଟାଲି ଘୁର୍ଣ୍ଣିଝଡ଼ରେ ୩୦ରୁ ଅଧିକ ମୃତ
Khabar Odisha:Italy-storm-kills-more-than-30-in-a-week

ରୋମ, ନଭେମ୍ବର ୦୫ (ଖବର ଓଡ଼ିଶା): ଦକ୍ଷିଣାଞ୍ଚଳର ଦୀପ ‘ସିସଲି’ ବନ୍ୟାରେ ରବିବାର ୧୨ ଜଣଙ୍କ ମୃତ୍ୟୁ ଘଟିଛି । ସେଥିରୁ ୯ ଜଣ ହେଉଛନ୍ତି ଗୋଟିଏ ପରିବାରର ଲୋକ । ଘୁର୍ଣ୍ଣିଝଡ଼ ପରେ ବିଗତ ଗୋଟିଏ ସପ୍ତାହରେ ମୃତ୍ୟୁ ସଂଖ୍ୟା ୩୦ରେ ପହଞ୍ଚିଛି । ଇଟାଲିର ୬ଟି ଅଞ୍ଚଳକୁ ପୁଣିଥରେ ସତର୍କ ସୂଚନା ଜାରି କରି ଦିଆଯାଇଛି । ପାଲେରମୋ ଅଞ୍ଚଳର କାଷ୍ଟେଲଡେକାସ୍ଥିତ ଏକ ଘର ଭିତରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାତ୍ୟା ଅଞ୍ଚଳରେ ପ୍ରବାହିତ ହେଉଥିବା ଛୋଟ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏକ ଘର ଭିତରୁ ରବିବାର ଉଦ୍ଧାର କରାଯାଇଥିବା ମୃତଦେହ ମଧ୍ୟରେ ୩ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି । ଗୋଟିଏ ପରିବାର ୩ ଜଣ ସଦସ୍ୟ ଘର ଭିତରୁ ବାହାରକୁ ପଳାଇ ଯାଇ ଜୀବନ ରକ୍ଷା କରିଛନ୍ତି । ଜଣେ ଲୋକ ଗଣମାଧ୍ୟମକୁ କହିଛି, ମୁଁ ସବୁ କିଛି ହରାଇଛି । କେବଳ ମୋ ଝିଅକୁ ବାଦ ଦେଲେ ମୋ ପାଖରେ ଆଉ କିଛି ନାହିଁ ବୋଲି ବ୍ୟକ୍ତି ଜଣକ କାନ୍ଦିକାନ୍ଦି ଗଣମାଧ୍ୟମକୁ କହିଛି । 

ଏହି ବାତ୍ୟାରେ ଜଣେ ୪୪ ବର୍ଷିଅ ବ୍ୟକ୍ତି ନିଜ କାର ଭିତରେ ମରି ପଡ଼ିଥିବାର ଅବସ୍ଥାରେ ଉଦ୍ଧାର ହୋଇଛି । ଜୀବନ ବଞ୍ଚାଇବା ପାଇଁ ସେ ଏକ ସର୍ଭିସ ଷ୍ଟେସନକୁ ଯାଉଥିବା ବେଳେ ମୃତ୍ୟୁମୁଖରେ ପଡ଼ିଥିଲା । ବାତ୍ୟା ପରେ ଉଦ୍ଧାରକାରୀ ଦଳ ବିଭିନ୍ନ ସ୍ଥାନରେ ନିଖୋଜ ଲୋକଙ୍କୁ ଖୋଜଖୋଜି କରୁଛନ୍ତି । ଆଗ୍ରିଜେନେଟ ଅଞ୍ଚଳରେ ବନ୍ୟା ଯୋଗୁଁ ଜଣେ ଲୋକ ଓ ଅନ୍ୟ ଜଣେ ମହିଳା ନିଖୋଜ ଅଛନ୍ତି । ବାତ୍ୟା ଓ ବନ୍ୟା ଯୋଗୁଁ ଅନେକ ସଂଖ୍ୟାରେ ସଡ଼କ, ସ୍କୁଲ, ସର୍ବସାଧାରଣ ପାର୍କ ଘର ଆଦି ଭାଙ୍ଗି ଚୁରମାର ହୋଇ ଯାଇଛି । ସେହି ପରି ଶହ ଶହ ଏକର ଚାଷ ଜମି ନଷ୍ଟ ହୋଇ ଯାଇଥିବା ବେଳେ ଲୋକଙ୍କର ଆର୍ଥିକ ମାନଦଣ୍ଡ ଭୁଶୁଡି ପଡ଼ିଛି ।

 

  • Tags:

Subscribe

National International State Sports Entertainment