ପ୍ରତିବନ୍ଧକରେ ବି ଟ୍ରମ୍ପଙ୍କ ଦାବି: ଆମେରିକା ସହିତ ବ୍ୟବସାୟ କରିବାକୁ ଚାହୁଁଛି ଭାରତ
Khabar Odisha:India-makes-business-with-America-Trump

ୱାସିଙ୍ଗଟନ, ସେପ୍ଟେମ୍ବର ୧୧ (ଖବର ଓଡ଼ିଶା): ସଂଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କଡା ଶାସନ ବ୍ୟବସ୍ଥା ପରେ ବି ଭାରତ ଆମେରିକା ସହିତ ବ୍ୟବସାୟ କରିବାକୁ ଚାହୁଁଛି । ଆମରେିକାଠାରୁ ଭାରତ ଓ ଚୀନକୁ ମିଳୁଥିବା ସବସିଡି ସୁବିଧାକୁ ଟ୍ରମ୍ପ ସରକାର ଶେଷ କରିବାକୁ ଚାହୁଁଛନ୍ତି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନଜରରେ ଆମେରିକା ବିଶାସଶୀଳ ଦେଶ ଓ ସେ ଚାହାନ୍ତି ଯେ, କୌଣସି ଦେଶ ତୁଳନାରେ ଆମେରିକା ଦୃତ ଗତିରେ ଆଗକୁ ବଢୁ । ଟ୍ରମ୍ପ ସବୁବେଳେ ଭାରତରେ ଉତ୍ପାଦିତ ଜିନିଷ ଉପରେ ୧୦୦ ପ୍ରତିଶତ ଶୁଲ୍କ ଲଗାଇବା ନେଇ ଦୋଷାରୋପ କରନ୍ତି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଟ୍ରମ୍ପ କହିଛନ୍ତି, ଭାରତ ଠାରୁ ଦ୍ୱିତୀୟ ଦିନ କଲ ଆସିଛି । ସେ କହିଛନ୍ତି ପ୍ରଥମ ଥର ବୁଝାମଣା କରିବାକୁ ଚାହୁଁଛିନ୍ତି କିନ୍ତୁ ସେ କହି ନାହାନ୍ତି ଯେ କିଏ କାହାକୁ କଲ କରିଛି । ସାଉଥ ଡକୋତାରେ ଶୁକ୍ରବାର ନିଜର ସମର୍ଥକମାନଙ୍କ ସହିତ ଭାରତର ବୁଝାମଣା ଉପରେ ଟ୍ରମ୍ପ କହିଛନ୍ତି, ‘ପୂର୍ବତନ ସରକାର ସହିତ ସେ ଏ ବାବଦରେ କୌଣସି ଆଲୋଚନା କରି ନାହାନ୍ତି । ଯାହା ଚାଲିଥିଲା, ସେଥିରେ ସେ ଖୁସି ଥିଲେ । ଏହାରି ଭିତରେ ଆମେରିକା ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ଭାରତ ଦ୍ୱାରା ରୁସରୁ ଏସ-୪୦୦ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ କିଣିବା ନେଇ ଆମେରିକା ଭାରତ ସହିତ ଆଲୋଚନା ଜାରି ରଖିବ ।’

ରୁଷିଆ ଠାରୁ ଭାରତ ପାଖାପାଖି ୪.୫ ମିଲିୟନ ଡଲାରରେ ୫ଟି ଏସ-୪୦୦ ଟିଉଫ ମିସାଇଲ କିଣିବାକୁ ଯୋଜନା ରଖିଛି । ଆମେରିକା ଏକ ଆଇନ ବଳରେ ରୁଷିଆରୁ ଅସ୍ତ୍ର କିଣିବା ନେଇ ଅଟକାଇଛି । ଏଭଳି ସ୍ଥିତିରେ ରୁଷିଆ ଠାରୁ ଅସ୍ତ୍ର କିଣିବା ଏହି ଆଇନ ଉଲଂଘନ ଭଳି ମନେ କରାଯାଉଛି । 

 

  • Tags:

Subscribe

National International State Sports Entertainment