ବିଶ୍ୱର ୨ ସର୍ବବୃହତ୍ତ ଅର୍ଥ ବ୍ୟବସ୍ଥା ମଧ୍ୟରେ ବ୍ୟବସାୟ ଓ ସେନାକୁ ନେଇ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ
Khabar Odisha:Important-Meeting-Between-US-China-To-Reduce-Trade-Military-Tension

ବେଜିଂ, ଅକ୍ଟୋବର ୦୮ (ଖବର ଓଡ଼ିଶା): ବିଶ୍ୱର ଅନ୍ୟତମ ୨ ସର୍ବବୃହତ୍ତ ଅର୍ଥ ବ୍ୟବସ୍ଥା ଚୀନ ଓ ଆମେରିକା ମଧ୍ୟରେ ବ୍ୟବସାୟ ଓ ସେନା ଉତ୍ତେଜନାକୁ ନେଇ ସୋମବାର ଉଚ୍ଚସ୍ତରୀୟ ଆଲୋଚନା ହେଉଛି । ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ଚୀନର ଶ୍ରେଷ୍ଠ ନେତା ଓ ଅଧିକାରୀଙ୍କ ସହିତ ଏକାଠି ବସି ଆଲୋଚନା କରିବେ । ଉଭୟ ଦେଶ ଜଣେ ଅନ୍ୟକୁ ମିଲିୟନ ମାତ୍ରାରେ ଡଲାର ଶୁଲ୍କ ଲଗାଇଛନ୍ତି । 

ଚୀନର ବିଦେଶ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନୟିଙ୍ଗ ଘୋଷଣା କରିଛନ୍ତି ଯେ, ମାଇକ ପୋମ୍ପିଓ ଗତ ସପ୍ତାହରେ ହୋଇଥିବା ଆଲୋଚନା ବେଳେ କହିଥିଲେ ଚୀନ ଓ ଆମେରିକା ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବେ । ଏହା ବ୍ୟତୀତ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରୀ ଜିମ ମୋଟିସଙ୍କ ଚୀନ ଗସ୍ତ କରିବା ଥିଲା କିନ୍ତୁ ଅନ୍ୟ କାରଣରୁ ଏହି ଗସ୍ତ ବାତିଲ କରିଦେଇଛନ୍ତି । 

ଗସ୍ତ ବାତିଲ ହେବା ଖବର ଆମେରିକା ଦ୍ୱାରା ଚୀନ ଉପରେ ଅଭିଯୋଗ ଆଣିବା ପରେ ଆସିଛି । ଆମେରିକା ଅଭିଯୋଗ କରିଛି ଯେ, ଏକ ଆମେରିକୀୟ ଯୁଦ୍ଧ ଜାହାଜ ବିବାଦୀୟ ଦକ୍ଷିଣ ଚୀନ ସାଗରରେ ଯାଉଥିଲା, ଚୀନ ଯୁଦ୍ଧ ଜାହାଜ ଏହାକୁ ଦେଖିଥିଲା । ରିପୋର୍ଟ ଅନୁସାରେ ପୋମ୍ପିଓଙ୍କ ଗସ୍ତ ଉଭୟ ଦେଶ ମଧ୍ୟରେ ଉତ୍ତେଜନା କମ କରିବ । 

 

  • Tags:

Subscribe

National International State Sports Entertainment