ପାକିସ୍ତାନ: ସିନ୍ଧ ପ୍ରଦେଶ ନିର୍ବାଚନରେ ପ୍ରଥମ ଥର ଭାଗ୍ୟ ପରୀକ୍ଷା କରିବେ ହିନ୍ଦୁ ମହିଳା
Khabar Odisha:Hindu-woman-contests-election-in-Pakistan-creates-hi-story

ଇସଲାମାବାଦ, ଜୁଲାଇ ୦୭(ଖବର ଓଡ଼ିଶା): ପାକିସ୍ତାନର ସିନ୍ଧ ପ୍ରଦେଶରୁ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ଆଗାମୀ ଜୁଲାଇ ୨୫ରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବେ। ମୁସଲିମ ବହୁଳ ପାକିସ୍ତାନରେ ପ୍ରଥମ ଥର ସଂଖ୍ୟାଲଘୁ ସଂପ୍ରଦାୟର କୌଣସି ମହିଳା ନିର୍ବାଚନ ପଡ଼ିଆକୁ ଓହ୍ଲାଇ ଇତିହାସ ରଚିଛନ୍ତି। ମେଧବାର ସଂପ୍ରଦାୟର ୩୧ ବର୍ଷୀୟ ମହିଳା ସୁନୀତା ପରମାର ଥାରପରକାର ଜିଲ୍ଲାରେ ସିନ୍ଧୁ ନିର୍ବାଚନ ମଣ୍ଡଳୀ ପିଏସ୍‌-୫୬ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ପାକିସ୍ତାନରେ ସର୍ବାଧିକ ହିନ୍ଦୁ ଏହି ଜିଲ୍ଲାରେ ବସବାସ କରନ୍ତି। 

ଗଣମାଧ୍ୟମକୁ ପରମାର ଦେଇଥିବା ପ୍ରତିକ୍ରିୟା ଅନୁସାରେ ତାଙ୍କର ଦୃଢ଼ ଆତ୍ମବିଶ୍ୱାସ ରହିଛି। ପୂର୍ବତନ ସରକାର ନିର୍ବାଚନ ପ୍ରତିଶ୍ରୁତିକୁ ପାଳନ କରି ନଥିବାରୁ ମୁଁ ନିର୍ବାଚନ ପଡ଼ିଆକୁ ଓହ୍ଲାଇଛି ବୋଲି ପରମାର କୁହନ୍ତି। ଲୋକଙ୍କର ଜୀବନ ଶୈଳୀ ସୁଧୁରି ନାହିଁ। 

ପରମାର କହିଛନ୍ତି, ଗତ ସରକାର ଏହି ଅଂଚଳରେ କୌଣସି ବିକାଶ କାମ କରି ନାହାନ୍ତି। ଏକବିଂଶ ଶତାବ୍ଦୀରେ ରହୁଥିବା ମହିଳାଙ୍କ ପାଇଁ ସାଧାରଣ ସ୍ୱାସ୍ଥ୍ୟ ସୁବିଧା ଓ ଶିକ୍ଷା ପ୍ରତିଷ୍ଠାନ ନାହିଁ। ମୁଁ ଏହି ନିର୍ବାଚନରେ ବିଜୟୀ ହେବାକୁ ଆଶା ରଖିଛି ବୋଲି ପରମାର କହିଛନ୍ତି। ଏକବିଂଶ ଶତାବ୍ଦୀରେ ଆମେ ସିଂହ ସହିତ ମଧ୍ୟ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ। ସୁନୀତା ନିଜର ନିର୍ବାଚନ ମଣ୍ଡଳୀରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। 

  • Tags:

Subscribe

National International State Sports Entertainment