ଚୀନ ଯିବା ସମୟରେ ନିଖୋଜ ହେଲେ ଇଣ୍ଟରପୋଲର ମୁଖ୍ୟ, ଯାଞ୍ଚ ଅାଦେଶ ଦେଲେ ଫ୍ରାନ୍ସ ସରକାର
Khabar Odisha:france-opens-probe-into-missing-chinese-head-of-interpol
ପ୍ୟାରିସ୍,ଅକ୍ଟୋବର୦୫(ଖବର ଓଡ଼ିଶା):

ଫ୍ରାନ୍ସରୁ ଚକିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଫ୍ରାନ୍ସ ପୋଲିସ ମୁତାବକ ଇଣ୍ଟରପୋଲର ୬୪ ବର୍ଷୀୟ ଅଧ୍ୟକ୍ଷ ମେଙ୍ଗ ହୋଙ୍ଗଓ୍ଵେଇ ନିଖୋଜ ହୋଇ ଯାଇଛନ୍ତି। ଏହି ଖବର ମିଳିବା ମାତ୍ରେ ଫ୍ରାନ୍ସ ସରକାର ଅବିଳମ୍ବେ ଯାଞ୍ଚ ଆରମ୍ଭ କରିଛନ୍ତି। ଗତ ସପ୍ତାହରେ ସେ ନିଖୋଜ ହୋଇଥିବା କୁହାଯାଉଛି।  ଚୀନ ନେତା ମେଙ୍ଗଙ୍କୁ ଶେଷ ଥର ସେପ୍ଟେମ୍ବର ଶେଷ ଆଡକୁ ଦକ୍ଷିଣ-ପୂର୍ବ ଫ୍ରାନ୍ସର ଲାୟନ ସ୍ଥିତ ଇଣ୍ଟରପୋଲ ମୁଖ୍ୟାଳୟରୁ ବାହାରୁ ଥିବା ଦେଖା ଯାଇଛି। ସେହି ସମୟରେ ସେ ଚୀନ ଅଭିମୁଖେ ବାହାରୁଥିଲେ। ସେ ଇଣ୍ଟୋରପଲରେ ପ୍ରଥମ ଚୀନ ନେତା। 

ମେଙ୍ଗଙ୍କ ପତ୍ନୀ  ଥାନାରେ ତାଙ୍କର ନିଖୋଜ ହେବାର ମାମଲା ରୁଜୁ କରିଥିଲେ। ସୂତ୍ର ମୁତାବକ ସେ ଫ୍ରାନ୍ସରେ ନିଖୋଜ ହୋଇ ନାହାନ୍ତି। ୟୁରୋପୀୟ ଦେଶର କହିବା କଥା  ସେ ସେପ୍ଟେମ୍ବର ୨୯ରେ ଫ୍ରାନ୍ସରୁ ବାହାରିଥିଲେ। ଇଣ୍ଟରପୋଲ ପାଇଁ ୨୦୧୬ ନଭେମ୍ବରରେ ନିଯୁକ୍ତ ହେବା ପୂର୍ବରୁ ମେଙ୍ଗ  ଚୀନରେ ପବ୍ଲିକ ସିକ୍ୟୁରିଟିର ଉପ ମନ୍ତ୍ରୀ ଥିଲେ। ଇଣ୍ଟରପୋଲର ମୁଖ୍ୟ ରୂପେ ତାଙ୍କର କାର୍ଯ୍ୟକାଳ ୨୦୨୦ ପର୍ଯ୍ୟନ୍ତ ଥିଲା। 

Subscribe

National International State Sports Entertainment