ମିଆଁମାର ହିଂସା ନିୟନ୍ତ୍ରଣ ପାଇଁ ଫେସବୁକ କଲାନି ଏହି କାମ, ସ୍ୱୀକାର କଲା ନିଜ ଭୁଲ
Khabar Odisha:Facebook-assumes-that-there-is-not-enough-effort-to-stop-violence-in-myanma

ନ୍ୟୁୟର୍କ, ନଭେମ୍ବର ୦୮ (ଖବର ଓଡ଼ିଶା): ସୋସିଆଲ ନେଟୱର୍କ ସାଇଟ ‘ଫେସବୁକ’ ସ୍ୱୀକାର କରିଛି ଯେ ମିଆଁମାରରେ ହିଂସା ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ଉଦ୍ୟମ କରି ନାହିଁ । ଜଣେ ନୀତି ପରିଚାଳନକ ଆଲେକ୍ସ ବାରୋଫକୋ ନିଜର ବ୍ଲଗ ପୋଷ୍ଟରେ ଲେଖିଛନ୍ତି, ଫେସବୁକ ମାନବାଧିକାର ରକ୍ଷା ପାଇଁ ଏବଂ ଦେଶରେ ବିଭାଜନ ତଥା ହିଂସା ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ଉଦ୍ୟମ କରି ପାରିଥାନ୍ତା । ଫେସବୁକକୁ ଏହା କରିବା ଦରକାର ବୋଲି ସେ କହିଛନ୍ତି ।

ଫେସବୁକ ମିଆଁମାରରେ ନିଜର ଭୂମିକାକୁ ଅଧ୍ୟୟନ କରିବା ପାଇଁ ବିଜନେସ ଆଣ୍ଡ ସୋସିଆଲ ରେସପନ୍ସବିଲିଟିକୁ ଦାୟୀ କରିଥିଲା । ଏହି କମ୍ପାନୀ ସୋମବାର ୬୨ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ଜାରି କରିଛି । ମିଆଁମାରରେ ସାଂପ୍ରଦାୟିକ ହିଂସାକୁ ବୃଦ୍ଧି କରିବା ପାଇଁ ଯେଭଳି ଭାବରେ ବ୍ୟବହାର କରାଯାଇଥିଲା, ଏହାକୁ ନେଇ ସୋସିଆଲ ନେଟୱର୍କ ସାଇଟ ବାବାଦରେ ବହୁ ଆଲୋଚନା ହୋଇଛି । 

ରିପୋର୍ଟରେ କୁହାଯାଇଛି ଯେ, ଯେଉ ଲୋକମାନେ କୁପ୍ରପଚାର କରିବାକୁ ଚାହୁଁଛନ୍ତି ଅର୍ଥାତ ଅନ୍ୟର କ୍ଷତି କରିବାକୁ ଚାହାନ୍ତି, ତାଙ୍କ ପାଇଁ ଫେସବୁକ ଏକ ମାଧ୍ୟମ ହୋଇ ଯାଇଛି । ଫେସବୁକ ଏହାକୁ ସ୍ୱୀକାର କରିଛି ଯେ, ହିଂସା ନିୟନ୍ତ୍ରଣ କରିବାକୁ ନିଜେ ଉଦ୍ୟମ କରି ନାହିଁ । 

 

  • Tags:

Subscribe

National International State Sports Entertainment