ଆମେରିକା-ଚୀନ ଟ୍ରେଡ ଓ୍ଵାରରେ ଭାରତକୁ ମିଳିବ ଶସ୍ତା ତେଲ ?
Khabar Odisha:crude-prices-may-fall-for-india-due-to-us-china-trade-war
ନୂଆଦିଲ୍ଲୀ, ଅଗଷ୍ଟ୦୯(ଖବର ଓଡ଼ିଶା):

ଚୀନ ଓ ଆମେରିକା ମଧ୍ୟରେ ଜାରି  ଟ୍ରେଡ ଓ୍ଵାର ଆଗାମୀ ଦିନରେ ଆହୁରି ବଡ଼ ରୂପ ନେବାର ଆଶଙ୍କା ରହିଛି। ଦୁନିଆର ଆର୍ଥିକ ପାଓ୍ଵାରହାଉସ କୁହାଯାଉଥିବା ଦୁଇ ଦେଶ ଗତ ଅନେକ ମାସ ହେବ ପରସ୍ପର ବିରୋଧରେ ଯେସାକୁ ତେସା ନୀତିରେ କାର୍ୟ୍ୟ କରୁଛନ୍ତି। ଏସିଆରେ ଚୀନ  ଆମେରିକା ଅଶୋଧିତ ତୈଳ ଓ ଗ୍ୟାସର ସବୁଠୁ ବଡ଼ ଆମଦାନକାରୀ ରାଷ୍ଟ୍ର।  ମାତ୍ର ଟ୍ରେଡ ଓ୍ଵାର ଆରମ୍ଭ ହେବା ପରଠୁ ଚୀନର ସବୁଠୁ ବଡ ଟ୍ରେଡିଙ୍ଗ ହାଉସ ଆମେରିକାଠୁ ଅଶୋଧିତ ତୈଳ ଓ ଗ୍ୟାସ୍ କିଣିବା ବନ୍ଦ କରି ଦେଇଛି। ଏହା ବ୍ୟତୀତ ଚୀନ ପକ୍ଷରୁ ଆମେରିକା ଅଶୋଧିତ ତୈଳ ଓ ଗ୍ୟାସ ଉପରେ ଆମଦାନୀ ଶୁଳ୍କ ଲଗାଇବାକୁ ପ୍ରସ୍ତୁତି କରାଯାଉଛି। 

ଚୀନ ଯଦି ଏହି ଭଳି ଆମେରିକାଠୁ ଅଶୋଧିତ ତୈଳ ଆମଦାନୀ କରିବା ବନ୍ଦ କରି ଦିଏ ତେବେ ଏହାର ଅର୍ଥ ଇରାନ ଅଶୋଧିତ ତୈଳ ମାର୍କେଟରେ ମହତ୍ଵପୂର୍ଣ୍ଣ ଖେଳାଳି ରହିବ। ଯାହା ଉପରେ ଆମେରିକା ନୂତନ ପ୍ରତିବନ୍ଧକ ଲଗାଇଛି। ଚୀନ ଓ ଆମେରିକା ମଧ୍ୟରେ ଟ୍ରେଡ ଓ୍ଵାର କାରଣରୁ ଭାରତ ପାଇଁ ଇରାନ ଉପରେ ଲାଗିଥିବା ପ୍ରତିବନ୍ଧକର ପ୍ରଭାବ ମଧ୍ୟ କମ ହେବ। ଥମସନ ରାଇଟର୍ସ ଓଏଲ ରିସର୍ଟ ଆଣ୍ଡ ଫୋରକାଷ୍ଟ ପକ୍ଷରୁ ସଂଗୃହିତ ତଥ୍ୟ ମୁତାବକ ଚଳିତ ମାସରେ ଭାରତ ଆମେରିକାଠୁ ପ୍ରତିଦିନ ୩,୧୯,୦୦୦ ବ୍ୟାରେଲ ବୁକିଂ କରିଛି।

ଜୁଲାଇ ମାସରେ ଭାରତ ଆମେରିକାଠୁ ୧,୧୯,୦୦୦ ବ୍ୟାରେଲ ପ୍ରତି ଦିନ ହିସାବରେ ଆମଦାନୀ କରିଥିଲା। ତେଣୁ ଜୁଲାଇ ତୂଳନାରେ ଚଳିତ ମାସରେ ଭାରତ ଆମେରିକାଠୁ ତିନି ଗୁଣ ଅଧିକ ଅଶୋଧିତ ତୈଳ ଆମଦାନୀ କରିବ। ଏଥିରୁ ଜଣା ପଡୁଛି ଯେ ଆମେରିକାଠୁ ଭାରତର ଆମଦାନୀ କେମିତି ଦ୍ରୁତ ଗତିରେ ବଢି ଚାଲିଛି। 

ଆମେରିକା ସହିତ ରାଜିନାମା କରି ପାରିବ ଭାରତ

ଅଶୋଧିତ ତୈଳ ବଜାରର ବିଶେଷଜ୍ଞଙ୍କ କହିବା କଥା  ଏମିତି ସ୍ଥିତିରେ ଭାରତ ପାଖରେ ଆମେରିକା ସହ ଅଶୋଧିତ ତୈଳ କ୍ରୟ ନେଇ ରାଜିନାମା କରିବାର ଅବସର ମଧ୍ୟ ରହିବ। ଚୀନ ପକ୍ଷରୁ ତୈଳ ଆମଦାନୀ ବନ୍ଦ ହେବା ପରେ ଦକ୍ଷିଣ କୋରିଆ ପରେ ଭାରତ ଆମେରିକାର ଦ୍ଵିତୀୟ ସବୁଠୁ ବଡ଼ ତୈଳ ଆମଦାନକାରୀ ରାଷ୍ଟ୍ର। ଏହି କାରଣରୁ ଅଶୋଧିତ ତୈଳର ଦର ମଧ୍ୟ ହ୍ରାସ ପାଇପାରେ। 

  • Tags:

Subscribe

National International State Sports Entertainment