ଶୋଚନୀୟ ହେଲା ପାକିସ୍ତାନର ଅର୍ଥ ବ୍ୟବସ୍ଥା, ଚୀନ କହିଲା ଆମେ ଲଦି ନାହୁଁ ଋଣ ବୋଝଭାର
Khabar Odisha:china-said-not-saddling-pakistan-with-debt
ଇସଲାମାବାଦ, ସେପ୍ଟେମ୍ବର୦୮(ଖବର ଓଡ଼ିଶା):

ଋଣରେ ବୁଡି ରହିଥିବା ପାକିସ୍ତାନର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ପେଇଚିଙ୍ଗର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ(ବିଆରଆଇ) ଚକ୍କରରେ ପାକିସ୍ତାନ ଉପରେ ଋଣର ବୋଝଭାର ବଢିବାରେ ଲାଗିଛି। ମାତ୍ର ଚୀନ ଏମିତି ଅଭିଯୋଗକୁ ଖଣ୍ଡନ କରି କହିଛି ଯେ  ତାରି ପ୍ରକଳ୍ପ କେବେ ବି ପାକିସ୍ତାନ ଉପରେ ଋଣ ବୋଝଭାର ଲଦି ନାହିଁ। ଏଠାରେ କହି  ରଖୁଛୁ ଯେ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵି ତିନି ଦିବସୀୟ ଯାତ୍ରାରେ ପାକିସ୍ତାନ ପହଞ୍ଚିଛନ୍ତି।

ଓ୍ଵାଙ୍ଗ ଓ୍ଵିଙ୍କ ଏହି ଗସ୍ତ ବହୁତ ମହତ୍ଵପୂର୍ଣ୍ଣ ରହିଛି କାରଣ  ପାକିସ୍ତାନରେ ନୂତନ ସରକାର ଗଠନ ପରେ ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ଶୀର୍ଷସ୍ତରୀୟ ସାକ୍ଷା। ଉଲ୍ଲେଖଯୋଗ୍ୟ  ଚୀନ ନିଜର ବିଆରଆଇ ପ୍ରକଳ୍ପ ଆଧାରରେ ପାକିସ୍ତାନକୁ ୫୭ ଅରବ ଡଲାରର ଋଣ ଦେବାକୁ ପ୍ରତିଶ୍ରୁତି ଦେଇଛି। ଅନ୍ୟ ପଟେ ପାକିସ୍ତାନ ସେହି ସମୟରେ ଚୀନର ନିକଟତର ହେଉଛି ଯେଉଁ ସମୟରେ ଆତଙ୍କବାଦକୁ ନେଇ ଦୋମୁହାଁ ନୀତି ଯୋଗୁଁ ଆମେରିକା ସହିତ ତାରି ସଂପର୍କ ତିକ୍ତ ହେବାରେ ଲାଗିଛି।

ପାକିସ୍ତାନର ଦୁର୍ବଳ ଅର୍ଥ ବ୍ୟବସ୍ଥା ଓ ବିକାଶର ମନ୍ଥର ଗତିକୁ ଦେଖି ଚୀନ ପାକିସ୍ତାନକୁ ଋଣ ଜାଲରେ ଫସାଉଥିବା ଅଭିଯୋଗ ହେଉଛି। ଏହା ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିଓ ଅପିଲ କରିଥିଲେ ଯେ  ଆର୍ଥିକ ସଂକଟ ନେଇ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷରୁ ମିଳୁଥିବା ଅର୍ଥକୁ ପାକିସ୍ତାନ ଚୀନର ଋଣ ପରିଶୋଧ ପାଇଁ ଉପଯୋଗ ନକରୁ। 

ଏଠାରେ କହି ରଖୁଛୁ ଯେ ପାକିସ୍ତାନର ଅର୍ଥ ବ୍ୟବସ୍ଥା ଏତେ ଖରାପ ହୋଇ  ଯାଇଛି ଯେ ନୂତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଦେଶରେ ରହୁଥିବା ନିଜର ମୁଳ ନିବାସୀଙ୍କୁ ସାହାଯ୍ୟ କରିବାକୁ ଅପିଲ କରିଛନ୍ତି। 

ଇସଲାମାବାଦରେ ସାମ୍ବାଦିକ ସମ୍ମିଳନୀରେ ଓ୍ଵାଙ୍ଗ ଓ୍ଵି କହିଛନ୍ତି ଯେ ସିପିଇସି ପାକିସ୍ତାନ ଉପରେ କେବେ ବି ଋଣ ବୋଝଭାର ଲଦି ନାହିଁ ବରଂ ଏହି  ପ୍ରକଳ୍ପ ପୂରା ହେବା ପରେ ଦେଶକୁ ବ୍ୟାପକ ଆର୍ଥିକ ଲାଭ ମିଳିବ। ଏଥିରେ ପାକିସ୍ତାନର ଅର୍ଥ ବ୍ୟବସ୍ଥାକୁ ଗତି ମିଳିବ। ପାକିସ୍ତାନର ବୈଦୈଶିକ ମନ୍ତ୍ରୀ ଶାହ ମହସୁଦ କୁରୈସୀଙ୍କ ସହିତ ଉପସ୍ଥିତ ଓ୍ଵାଙ୍ଗ କହିଛନ୍ତି ଯେ ପାକିସ୍ତାନର ୪୭ ପ୍ରତିଶତ ଋଣ ଆଇଏମଏଫ ଓ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କରୁ ରହିଛି। 

  • Tags:

Subscribe

National International State Sports Entertainment